​​​​​​​ମେଷ- କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଆର୍ଥିକ ଦିଗରେ ଧୈର୍ଯ୍ୟ ରଖନ୍ତୁ। ପରିବାରର ସହଯୋଗ ପାଇବେ। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ। ଦୂରଯାତ୍ରା ଯୋଜନା ସଫଳ ହୋଇପାରେ। ଘାତ ଚନ୍ଦ୍ର ଥିବାରୁ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ଯାନବାହନ ଚଳାଚଳ ଓ ଧନ କାରବାରରେ ସତର୍କ ରୁହନ୍ତୁ।

ବୃଷ- ଖର୍ଚ୍ଚ ବଢ଼ିପାରେ, ତେଣୁ ବଜେଟ୍ ଅନୁଯାୟୀ ଚାଲନ୍ତୁ। କାର୍ଯ୍ୟସ୍ଥଳରେ ସାବଧାନ ରହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ପରିବାରରେ ଶାନ୍ତି ରହିବ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ଅଟକିଥିବା ଧନ ମିଳିବାର ସମ୍ଭାବନା ରହିଛି। ସନ୍ତାନଙ୍କ ସଫଳତା ମନକୁ ଖୁସି ଦେବ।

ମିଥୁନ- ବ୍ୟବସାୟରେ ଭଲ ଲାଭର ସମ୍ଭାବନା ରହିଛି। ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ଚାକିରିରେ ପ୍ରଶଂସା ମିଳିପାରେ। ପରିବାରରେ ଖୁସିର ପରିବେଶ ରହିବ। ନୂଆ ଯୋଜନା ଆରମ୍ଭ କରିପାରନ୍ତି। ନୂଆ ବ୍ୟବସାୟିକ ସମ୍ପର୍କ ଭବିଷ୍ୟତରେ ଲାଭ ଦେବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅନୁକୂଳ।

କର୍କଟ- ମନରେ ଚିନ୍ତା ରହିପାରେ। ତରବରିଆ ନିଷ୍ପତ୍ତି ନେବେ ନାହିଁ। ବରିଷ୍ଠଙ୍କ ପରାମର୍ଶ ଲାଭଦାୟକ ହେବ। ଧନ ନେଣଦେଣରେ ସତର୍କ ରୁହନ୍ତୁ। ସନ୍ଧ୍ୟା ସମୟରେ ମନ ପ୍ରଫୁଲ୍ଲ ରହିବ। ଘାତ ବାର ଥିବାରୁ ବାଦବିବାଦରୁ ଦୂରେ ରୁହନ୍ତୁ। ଶାରୀରିକ କ୍ଳାନ୍ତି ଅନୁଭବ କରିପାରନ୍ତି।

ସିଂହ- ମାନ-ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ନୂଆ ସମ୍ପର୍କ ଲାଭଦାୟକ ହେବ। ଘରୋଇ କାମରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ। ସରକାରୀ କାର୍ଯ୍ୟରେ ସୁଫଳ ମିଳିପାରେ। ନୂଆ ବିନିଯୋଗ ପୂର୍ବରୁ ଭଲଭାବେ ବିଚାର କରନ୍ତୁ।

କନ୍ୟା- କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତତା ବଢ଼ିବ। ପରିଶ୍ରମର ଭଲ ଫଳ ମିଳିବ। ଧନ ସଞ୍ଚୟ କରିବାରେ ସଫଳ ହେବେ। ପରିବାରରେ ସୁଖ- ଶାନ୍ତି ରହିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ପଦୋନ୍ନତି କିମ୍ବା ଦାୟିତ୍ୱ ବଢ଼ିବାର ସଙ୍କେତ ରହିଛି। ପୁରୁଣା ସମସ୍ୟାର ସମାଧାନ ହୋଇପାରେ।

ତୁଳା- ଭାଗ୍ୟର ସହଯୋଗ ମିଳିବ। ନୂଆ କାର୍ଯ୍ୟ ଆରମ୍ଭ ପାଇଁ ସମୟ ଭଲ। ବନ୍ଧୁଙ୍କ ସହଯୋଗ ମିଳିବ। ପ୍ରେମ ସମ୍ପର୍କ ମଜଭୁତ ହେବ। ଯାତ୍ରାରୁ ଲାଭ ମିଳିପାରେ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିବ। ବିଦେଶ ସମ୍ବନ୍ଧୀୟ କାମରେ ସୁଖବର ମିଳିପାରେ।

ବିଛା- କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କାର୍ଯ୍ୟରେ ବିଳମ୍ବ ହୋଇପାରେ। ଆର୍ଥିକ ଦିଗରେ ସତର୍କ ରୁହନ୍ତୁ। ପରିବାରରେ ବୁଝାମଣା ବଢ଼ିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଗୁପ୍ତ ଶତ୍ରୁଙ୍କଠାରୁ ସତର୍କ ରୁହନ୍ତୁ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲାଭଦାୟକ ହେବ।

ଧନୁ- ଭାଗୀଦାରୀ କାର୍ଯ୍ୟରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ମଧୁର ରହିବ। ଆୟ ବଢ଼ିବାର ସୁଯୋଗ ଆସିବ। ନୂଆ ପରିଚୟ ଭବିଷ୍ୟତରେ ଲାଭ ଦେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆଇନଗତ ବିଷୟରେ ଅଗ୍ରଗତି ହେବ। ବ୍ୟବସାୟରେ ନୂଆ ଚୁକ୍ତି ହୋଇପାରେ।

ମକର- ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଗୁରୁତ୍ୱପୂର୍ଣ୍ଣ କାମରେ ଅଗ୍ରଗତି ହେବ। ଆର୍ଥିକ ଯୋଜନା ଓ ସଞ୍ଚୟ ପାଇଁ ଦିନଟି ଶୁଭ। ପରିବାରରେ ସୁଖଦ ପରିବେଶ ରହିବ। କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟ ଲାଭଦାୟକ ହେବ। ଆପଣଙ୍କ ନିଷ୍ପତ୍ତିକୁ ପ୍ରଶଂସା ମିଳିବ। ଅଧିକାରୀଙ୍କ ସହଯୋଗରେ ବଡ଼ କାମ ସମ୍ପନ୍ନ ହୋଇପାରେ।

କୁମ୍ଭ- ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଧୁରା କାମ ସମ୍ପୂର୍ଣ୍ଣ କରିବାରେ ସଫଳ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ସମସ୍ତଙ୍କ ସହଯୋଗ ମିଳିବ। ନୂଆ ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ଧ୍ୟାନ ଓ ପ୍ରାର୍ଥନା ମାନସିକ ଶାନ୍ତି ଦେବ। ବିଦେଶୀ ସମ୍ପର୍କରୁ ଲାଭ ହୋଇପାରେ।

ମୀନ- ଆୟ ବୃଦ୍ଧିର ସମ୍ଭାବନା ରହିଛି। ସାମାଜିକ କ୍ଷେତ୍ରରେ ସମ୍ମାନ ବଢ଼ିବ। ବନ୍ଧୁଙ୍କ ସହଯୋଗ ମିଳିବ। ପରିବାର ସହ ଭଲ ସମୟ କଟିବ। ଭବିଷ୍ୟତ ପାଇଁ ନୂଆ ଯୋଜନା କରିପାରନ୍ତି। ଶୁଭ ସମ୍ବାଦ ମିଳିବାର ସମ୍ଭାବନା ଅଛି। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ଆନନ୍ଦ ବୃଦ୍ଧି ପାଇବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682