ମେଷ- ମନରେ ସାହସ ଓ ଧୈର୍ଯ୍ୟ ବୃଦ୍ଧି ପାଇବ। ଯାହା ଫଳରେ କଠିନ କାର୍ଯ୍ୟ ଗୁଡ଼ିକ ସହଜରେ ସମ୍ପନ୍ନ ହୋଇଯିବ। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଲାଭଦାୟକ ରହିବା ସହ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନୂତନ ସଫଳତା ପାଇବେ। ପରିବାରରେ ଭାଇଭଉଣୀଙ୍କ ଠାରୁ ପୂର୍ଣ୍ଣ ସହଯୋଗ ମିଳିବ।

ବୃଷ- ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ଯୋଗ ରହିଛି ଏବଂ ପୂର୍ବରୁ ଅଟକି ରହିଥିବା ବକେୟା ଟଙ୍କା ଫେରି ପାଇପାରନ୍ତି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉତ୍ତମ ପ୍ରଦର୍ଶନ କରିବା ସହ ନିଜର ବୁଦ୍ଧି ବଳରେ କର୍ମକ୍ଷେତ୍ରରେ ସମସ୍ତଙ୍କୁ ଆକର୍ଷିତ କରିବେ। ସୁସ୍ୱାଦୁ ଭୋଜନର ଆନନ୍ଦ ନେବେ ଏବଂ ମନ ପ୍ରଫୁଲ୍ଲ ରହିବ।

ମିଥୁନ- ନିଜ ରାଶିରେ ଚନ୍ଦ୍ର ଥିବାରୁ ଆପଣ ବହୁତ ଖୁସି ଓ ଉତ୍ସାହିତ ରହିବେ ଏବଂ ପ୍ରତ୍ୟେକ କାର୍ଯ୍ୟରେ ପ୍ରସନ୍ନତା ଦେଖାଦେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ କୃତିତ୍ୱ ହାସଲ କରିବେ ଏବଂ ବ୍ୟବସାୟରେ ନୂତନ ଯୋଜନା କରିବାରେ ସଫଳ ହେବେ। ଶରୀର ସୁସ୍ଥ ରହିବା ସହ ସମାଜରେ ପ୍ରତିଷ୍ଠା ବଢ଼ିବ।

କର୍କଟ- ଅନାବଶ୍ୟକ ଭ୍ରମଣ ଓ ଖର୍ଚ୍ଚ ଯୋଗୁ ମାନସିକ ଚାପ ଅନୁଭବ କରିପାରନ୍ତି। ତେଣୁ ନିଜର ବଜେଟ୍ ପ୍ରତି ସଜାଗ ରୁହନ୍ତୁ।ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଅଧିକ ପରିଶ୍ରମ କରିବା ଆବଶ୍ୟକ ଏବଂ କୌଣସି ଜଟିଳ ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲଗାଇଲେ ମାନସିକ ଶାନ୍ତି ମିଳିବ।

ସିଂହ- ଆୟର ସୂତ୍ର ବଢ଼ିବ ଏବଂ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ କୌଣସି ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ବା ପ୍ରଶଂସା ମିଳିବାର ଶୁଭ ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବା ଫଳରେ ମନ ପ୍ରଫୁଲ୍ଲ ରହିବ ଏବଂ ଆର୍ଥିକ ଉନ୍ନତି ହେବ।

କନ୍ୟା- ଘାତ ଚନ୍ଦ୍ର ରହିଥିବାରୁ ସାବଧାନ ରୁହନ୍ତୁ ଏବଂ କର୍ମକ୍ଷେତ୍ରରେ କାହାରି ସହ ବିବାଦରେ ପଶନ୍ତୁ ନାହିଁ। ଶିକ୍ଷା କ୍ଷେତ୍ରରେ ମନ ଲାଗିବ ନାହିଁ ଏବଂ ଆର୍ଥିକ ନେଣଦେଣରେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ। ନିଜର ଗୁପ୍ତ ତଥ୍ୟ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ।

ତୁଳା- ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ଏବଂ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଆନନ୍ଦ ଅନୁଭବ କରିବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉଚ୍ଚାଶା ରଖିବେ ଏବଂ ବ୍ୟବସାୟରେ ଦୂର ଯାତ୍ରା ଲାଭଦାୟକ ହେବ। ମନ ଶାନ୍ତ ରହିବା ସହ ପ୍ରତ୍ୟେକ କାର୍ଯ୍ୟ ସହଜରେ ପୂର୍ଣ୍ଣ ହୋଇଯିବ।

ବିଛା- ଘାତବାର ରହିଥିବାରୁ ଯାନବାହନ ଚଳାଇବା ସମୟରେ ଅଧିକ ସତର୍କ ରୁହନ୍ତୁ ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଶିକ୍ଷା କ୍ଷେତ୍ରରେ ସାମାନ୍ୟ ବାଧା ଉପୁଜିପାରେ ଏବଂ ଆର୍ଥିକ କ୍ଷେତ୍ରରେ ସାବଧାନତା ଜରୁରୀ। ବାହାର ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ ଏବଂ କ୍ରୋଧ ସମ୍ବରଣ କରନ୍ତୁ।

ଧନୁ- ଘାତବାର ରହିଥିବାରୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ସାମାନ୍ୟ ଅସୁବିଧା ଅନୁଭବ କରିପାରନ୍ତି। ଆୟ ସୀମିତ ରହିବ ଏବଂ ପରିବାରରେ କାହାରି ସହ ମନୋମାଳିନ୍ୟ ହୋଇପାରେ।

ମକର- ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବେ ଏବଂ ଅଦାଲତ ସମ୍ବନ୍ଧୀୟ ମାମଲାରେ ଶୁଭଫଳ ପାଇବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଅଧିକ ଏକାଗ୍ର ହେବେ ଏବଂ ଆର୍ଥିକ ଉନ୍ନତି ହେବାର ଉତ୍ତମ ଯୋଗ ଅଛି। ରୋଗ ଓ ଋଣରୁ ମୁକ୍ତି ମିଳିପାରେ ଏବଂ କର୍ମରେ ସଫଳ ହେବେ।

କୁମ୍ଭ- ସନ୍ତାନଙ୍କ ସଫଳତା ଖବର ପାଇ ଆପଣ ଗର୍ବ ଅନୁଭବ କରିବେ ଏବଂ ପରିବାରରେ ଖୁସିର ବାତାବରଣ ରହିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉଚ୍ଚ ପ୍ରଶଂସା ପାଇବେ ଏବଂ ଆର୍ଥିକ ଦିଗଟି ସୁଦୃଢ଼ ରହିବ। କଳା ଓ ସାହିତ୍ୟ ପ୍ରତି ଆପଣଙ୍କର ରୁଚି ବଢ଼ିବ ଏବଂ ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି।

ମୀନ- ଘାତବାର ରହିଥିବାରୁ ସମସ୍ତ କାର୍ଯ୍ୟରେ ଅଧିକ ସାବଧାନ ରୁହନ୍ତୁ ଏବଂ ବିଶେଷ କରି ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଆଶାଜନକ ଫଳ ପାଇବାରେ ବିଳମ୍ବ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚରୁ ନିଜକୁ ଦୂରେଇ ରଖନ୍ତୁ ଏବଂ ମା'ଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682