ମେଷ- ଅସ୍ଥିରତା ବଢ଼ିପାରେ। କାମରେ ବାଧା ଓ ଅପେକ୍ଷିତ ଫଳ ମିଳିବା ଦୁର୍ଲଭ। ଅର୍ଥ ହାନି ସମ୍ଭାବନା ରହିଛି। ବିବାଦରୁ ଦୂରେଇ ରୁହନ୍ତୁ। ଯାତ୍ରାରେ ସତର୍କ ରୁହନ୍ତୁ। ନିକଟଜନଙ୍କ ସହ ମତଭେଦ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ।

ବୃଷ- ଦିନଟି ସାଧାରଣ ରହିବ। ପରିବାରରେ ଶାନ୍ତି ରହିବ। ଅର୍ଥ ଲାଭର ସୁଯୋଗ ମିଳିପାରେ। କାମରେ ଧୀରେ ଧୀରେ ସଫଳତା ଆସିବ। ସ୍ୱାସ୍ଥ୍ୟ ଠିକ୍ ରହିବ। ନୂତନ ପରିଚୟ ଉପକାରୀ ହେବ। ଜମି ବା ବାହନ ସମ୍ବନ୍ଧୀୟ ଚିନ୍ତା ହ୍ରାସ ପାଇବ।

ମିଥୁନ- ଖୁସି ଖବର ମିଳିପାରେ। ନୂତନ କାମରେ ସଫଳତା ମିଳିବ। ମିତ୍ରମାନଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ଯାତ୍ରା ଶୁଭ ହେବ। ପୁରୁଣା କାମ ସମାପ୍ତ ହେବ। ପଦୋନ୍ନତିର ସୁଯୋଗ ମିଳିପାରେ।

କର୍କଟ- ମନ ଶାନ୍ତ ରହିବ ଓ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟରେ ଉନ୍ନତି ହେବ। ଅପେକ୍ଷିତ ଫଳ ମିଳିପାରେ। ପରିବାରରେ ଖୁସି ରହିବ। ଧନ ଲାଭ ସମ୍ଭାବନା ରହିଛି। ନୂତନ ଯୋଜନା ସଫଳ ହେବ। ଉଚ୍ଚ ଅଧିକାରୀଙ୍କ ଆଶୀର୍ବାଦ ମିଳିବ।

ସିଂହ- ଦିନଟି ସାବଧାନରେ କାଟନ୍ତୁ। କାମରେ ବିଘ୍ନ ଓ ଚିନ୍ତା ବଢ଼ିପାରେ। ଶତ୍ରୁ ବଢ଼ିପାରନ୍ତି। ଅର୍ଥ ହାନି ସମ୍ଭାବନା। ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। ମନ ଅଶାନ୍ତ ରହିବ। ପରିବାରରେ ବିବାଦ ସମ୍ଭାବନା ରହିଛି।

କନ୍ୟା- ଦିନଟି ଭଲ ରହିବ। କାର୍ଯ୍ୟରେ ସଫଳତା ମିଳିବ। ଧନ ଲାଭ ଓ ସମ୍ମାନ ବଢ଼ିବ। ପରିବାରରେ ଖୁସି ରହିବ। ଯାତ୍ରା ଶୁଭ ହେବ। ନୂତନ ଚାକିରି ସୁଯୋଗ ମିଳିପାରେ। ଶିକ୍ଷାରେ ଉନ୍ନତି ହେବ।

ତୁଳା- ସାଧାରଣ ଫଳ ମିଳିବ। କାମରେ ଧୀରେ ଗତି ରହିବ। ଅର୍ଥ ଲାଭ ହେବ କିନ୍ତୁ ଖର୍ଚ୍ଚ ମଧ୍ୟ ବଢ଼ିବ। ପରିବାରରେ ସାମାନ୍ୟ ବିବାଦ ହୋଇପାରେ। ସ୍ୱାସ୍ଥ୍ୟ ଠିକ୍ ରହିବ। ନୂତନ ଯୋଜନାରେ ବିଳମ୍ବ ହେବ। ପୁରୁଣା ଋଣ ଦେବାର ଚିନ୍ତା ରହିପାରେ।

ବିଛା- ଘାତ ବାର ଥିବାରୁ ସାବଧାନ ରୁହନ୍ତୁ। କାମରେ ବାଧା ଓ ବିବାଦ ହୋଇପାରେ। ଅର୍ଥ ହାନି ସମ୍ଭାବନା ରହିଛି। ସ୍ୱାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ। ମନୋଚାପ ବଢ଼ିପାରେ। ନିଷ୍ପତ୍ତି ନେବାରେ ଭୁଲ ହୋଇପାରେ।

ଧନୁ- ଦିନଟି କିଛି କଷ୍ଟଦାୟକ ରହିପାରେ। ଘାତ ବାର ପ୍ରଭାବରୁ ମନ ଅଶାନ୍ତ ରହିବ। କାମରେ ବିଘ୍ନ ଓ ଅର୍ଥ ହାନି ସମ୍ଭାବନା। ବିବାଦରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟରେ ସତର୍କ ରୁହନ୍ତୁ। ପରିବାରରେ ଅସମ୍ମତି ହୋଇପାରେ। ଯାତ୍ରାରେ ବାଧା ଆସିପାରେ।

ମକର- ଦିନଟି ଭଲ ରହିବ। କାର୍ଯ୍ୟରେ ସଫଳତା ଓ ଉନ୍ନତି ମିଳିବ। ଅର୍ଥ ଲାଭ ହେବ। ପରିବାରରେ ଶାନ୍ତି ରହିବ। ମନ ଖୁସି ରହିବ। ନୂତନ ବ୍ୟବସାୟ ସୁଯୋଗ ମିଳିପାରେ। ମିତ୍ରମାନଙ୍କ ସହଯୋଗ ମିଳିବ।

କୁମ୍ଭ- ସାଧାରଣ ଦିନ ରହିବ। କାମରେ କିଛି ବାଧା ଆସିପାରେ, କିନ୍ତୁ ସମାଧାନ ମିଳିବ। ଧନ ଲାଭ ମଧ୍ୟମ ରହିବ। ପରିବାର ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଠିକ୍ ରହିବ। ନୂତନ ଚିନ୍ତା ଆସିପାରେ।ଧୈର୍ଯ୍ୟ ରଖିଲେ ସଫଳତା ମିଳିବ।

ମୀନ- ଘାତ ବାର ପ୍ରଭାବ ଥିବାରୁ ସାବଧାନ ରୁହନ୍ତୁ। ମନୋଚାପ ଓ ଚିନ୍ତା ବଢ଼ିପାରେ। କାମରେ ବାଧା ଓ ଅର୍ଥ ହାନି ସମ୍ଭାବନା ରହିଛି। ଯାତ୍ରା ଓ ନିଷ୍ପତ୍ତିରେ ସତର୍କ ରୁହନ୍ତୁ। ନିକଟଜନଙ୍କ ସହ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟ ଅବନତି ହୋଇପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ –8249826682