ମେଷ– କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ପରିବାରରେ ଖୁସିର ପରିବେଶ ରହିବ। ଧନ ନେଣଦେଣରେ ସାବଧାନ ରହିବା ଭଲ। ଶିକ୍ଷାର୍ଥୀମାନେ ଭଲ ଫଳ ପାଇପାରିବେ। ଅପରାହ୍ନ ପରେ ମନ ଅଳ୍ପ ଚିନ୍ତିତ ହୋଇପାରେ।

ବୃଷ– ବ୍ୟବସାୟରେ ଲାଭର ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହିତ ଦେଖାହେବାର ସମ୍ଭାବନା ରହିଛି। ଘରୋଇ କାମରେ ବ୍ୟସ୍ତତା ବଢ଼ିପାରେ। ଅନାବଶ୍ୟକ ଖର୍ଚ୍ଚ ହେବାର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସାଧାରଣ ରହିବ।

ମିଥୁନ– କଥାବାର୍ତ୍ତାରେ ସମ୍ମାନ ବଢ଼ିବ। କାର୍ଯ୍ୟସ୍ଥଳରେ ପ୍ରଶଂସା ମିଳିପାରେ। ଯାତ୍ରାରେ ସାବଧାନ ରହିବା ଭଲ। ପରିବାରରେ ଛୋଟ ଖୁସିର ଖବର ଆସିପାରେ। ଶରୀରରେ କ୍ଲାନ୍ତି ଅନୁଭବ କରିପାରନ୍ତି।

କର୍କଟ– ଘାତ ଚନ୍ଦ୍ର ପ୍ରଭାବରୁ ସତର୍କ ରହିବା ଆବଶ୍ୟକ। କାର୍ଯ୍ୟରେ ବିଳମ୍ବ ଓ ମନୋଚାପ ବଢ଼ିପାରେ । ଖର୍ଚ୍ଚ ଅଧିକ ହୋଇପାରେ। ପରିବାରରେ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତା ହେବ। ଅନାବଶ୍ୟକ ବିବାଦରୁ ଦୂରେ ରହନ୍ତୁ।

ସିଂହ– ମନୋବଳ ବଢ଼ିବ ଓ ଆତ୍ମବିଶ୍ୱାସ ରହିବ। ବ୍ୟବସାୟରେ ନୂଆ ଯୋଜନା କାମ କରିପାରେ। ଅଧିକାରୀଙ୍କ ସହଯୋଗ ମିଳିବ। ପରିବାରରେ ଶାନ୍ତି ରହିବ। ସ୍ୱାସ୍ଥ୍ୟ ଭଲ ରହିବ । କିନ୍ତୁ ଖାଦ୍ୟରେ ନିୟମ ରଖନ୍ତୁ।

କନ୍ୟା– କାର୍ଯ୍ୟରେ ଧୀରେ ଧୀରେ ସଫଳତା ମିଳିବ। ଆର୍ଥିକ ଅବସ୍ଥା ମଧ୍ୟମ ରହିବ। ଅନ୍ୟମାନଙ୍କ କଥାରେ ଶୀଘ୍ର ବିଶ୍ୱାସ କରନ୍ତୁ ନାହିଁ। ଘରୋଇ ପରିବେଶ ସାଧାରଣ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ।

ତୁଳା– ଆୟ ବୃଦ୍ଧିର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। କୌଣସି ନୂଆ କାମ ଆରମ୍ଭ କରିପାରନ୍ତି। ଶରୀର ସୁସ୍ଥ ରହିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ।

ବିଛା– ଘାତବାର ପ୍ରଭାବରୁ ସତର୍କ ରହନ୍ତୁ। କାର୍ଯ୍ୟରେ ବାଧା ଓ ବିଳମ୍ବ ହୋଇପାରେ। ଧନ ନିବେଶରେ ସାବଧାନ ରହିବା ଭଲ। ପରିବାରରେ ଛୋଟ ମତଭେଦ ହୋଇପାରେ। ଯାତ୍ରା ଏଡ଼ାଇବା ଉଚିତ।

ଧନୁ– ଘାତବାର ପ୍ରଭାବରୁ ମନ ଅସ୍ଥିର ରହିପାରେ। କାମରେ ଧୈର୍ଯ୍ୟ ରଖିବା ଆବଶ୍ୟକ। ପରିବାରରେ ଦାୟିତ୍ୱ ବଢ଼ିପାରେ। ଖର୍ଚ୍ଚ ବଢ଼ିପାରେ।

ମକର– ଘାତ ଚନ୍ଦ୍ର ପ୍ରଭାବରୁ ସତର୍କ ରହିବା ଭଲ। କାର୍ଯ୍ୟକ୍ଷେତ୍ରରେ ଚାପ ବଢ଼ିପାରେ। ଅନାବଶ୍ୟକ ତର୍କରୁ ଦୂରେଇ ରହନ୍ତୁ। ପରିବାରରେ ସାଧାରଣ ପରିସ୍ଥିତି ରହିବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ।

କୁମ୍ଭ– ଅଧୂରା କାମ ସମ୍ପୂର୍ଣ୍ଣ ହେବାର ସୁଯୋଗ ମିଳିବ। ବ୍ୟବସାୟରେ ଭଲ ଲାଭ ହୋଇପାରେ। ମିତ୍ରଙ୍କ ସହଯୋଗ ମିଳିବ। ପରିବାରରେ ଆନନ୍ଦମୟ ପରିବେଶ ରହିବ। ନୂଆ ଯୋଜନାରେ ଲାଭ ହେବ।

ମୀନ– ଘାତବାର ପ୍ରଭାବରୁ ମନ ଅଶାନ୍ତ ରହିପାରେ। ଧନ ନେଣଦେଣରେ ସତର୍କ ରହନ୍ତୁ। କାର୍ଯ୍ୟରେ ବାଧା ଆସିପାରେ କିନ୍ତୁ ଧୈର୍ଯ୍ୟ ରଖନ୍ତୁ। ପରିବାରରେ ବୃଦ୍ଧଙ୍କ ପରାମର୍ଶ ଲାଭଦାୟକ ହେବ। ସ୍ୱାସ୍ଥ୍ୟରେ ଅଳ୍ପ ସମସ୍ୟା ହୋଇପାରେ ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682