ନୂଆଦିଲ୍ଲୀ: ବଲିଉଡ୍ ବିଗ ବି ଅମିତାଭ ବଚ୍ଚନ ନିଜ କ୍ୟାରିୟରରେ ଅନେକ ବ୍ଲକବଷ୍ଟର ଫିଲ୍ମ ଭେଟି ଦେଇଛନ୍ତି। ନିଜ ଅଭିନୟ ପାଇଁ ଆଜି ସେ ସବୁ ଭାରତୀୟ ସିନେପ୍ରେମୀଙ୍କ ହୃଦୟରେ ରାଜ କରୁଛନ୍ତି। ଅମିତାଙ୍କ ଫ୍ୟାନ୍ସ କେବଳ ଯେ, ଭାରତୀୟ ତାହା ନୁହେଁ। ପୂରା ଦୁନିଆରେ ଅମିତାଭଙ୍କ ରହିଛି କ୍ରେଜ୍। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ସମୟ ଥିଲା ଯେତେବେଳେ ମଧ୍ୟପ୍ରାଚ୍ୟ, ବିଶେଷକରି ମିଶରରେ ତାଙ୍କ ଫିଲ୍ମ ଉପରେ ବ୍ୟାନ ଲଗାଯାଇଥିଲା। ଏହା ପଛରେ କାରଣ ବି ଖୁବ୍ ରୋଚକ ଥିଲା।

ଅମିତାଭ ବଚ୍ଚନଙ୍କ କ୍ରେଜ୍ ଭାରତରେ ଇଣ୍ଟରନେଟ୍ ଠାରୁ ବି ପୁରୁଣା। ତାଙ୍କ କ୍ରେଜ କେବଳ ଭାରତରେ ହିଁ ନୁହେଁ ବିଦେଶରେ । ତେବେ ମଧ୍ୟପ୍ରାଚ୍ୟ ବା ମିଶରରେ ଅମିତାଭଙ୍କୁ ନେଇ ଏଭଳି କ୍ରେଜ ଥିଲା ଯେ, ସେଠିକାର ସରକାର ଏହାକୁ ନେଇ ଖୁବ୍ ଚିନ୍ତିତ ହୋଇପଡ଼ିଥିଲେ ଏବଂ ସେ ଅଭିନେତାଙ୍କ ଉପରେ ବ୍ୟାନ ଲଗାଇଥିଲେ। ୧୯୮୦ରେ ଅମିତାଭ ବଚ୍ଚନ କେବଳ ଭାରତରେ ହିଁ ନୁହେଁ, ବରଂ ଇଜିପ୍ଟରେ ମଧ୍ୟ ସୁପରଷ୍ଟାର ହୋଇଥିଲେ।

Also Read: ଦୀର୍ଘବର୍ଷ ପରେ ଏକାଠି ନଜର ଆସିଲେ ଅନୀଲ-ମାଧୁରୀ, ଫ୍ୟାନ୍ସଙ୍କୁ ମନେ ପଡିଲା ପୁରୁଣା ସ୍ମୃତି

ସ୍ଥାନୀୟ ଉଦ୍ୟୋଗ ପାଇଁ ଅମିତାଭଙ୍କୁ କରିଥିଲେ ବ୍ୟାନ

ତେବେ ଏଠାରେ ଅମିତାଭଙ୍କ ଫିଲ୍ମ ପାଇଁ ଲୋକଙ୍କ ମଧ୍ୟରେ ଏଭଳି କ୍ରେଜ ଥିଲା ଯେ, ଅଭିନେତାଙ୍କ ଫିଲ୍ମ ଦେଖିବା ପାଇଁ ଲମ୍ବା ଲାଇନ ଲାଗୁଥିଲା। ଆଉ ଇଜିପ୍ଟର ସ୍ଥାନୀୟ ଫିଲ୍ମ ପାଇଁ ଥିଏଟର ଖାଲି ପଡ଼ୁଥିଲା। ସିନେମାକୁ ନେଇ ସେଠାରେ ସ୍ଥିତି ଏତେ ଖରାପ ହୋଇଥିଲା ଯେ, କୁହାଯାଏ ସରକାର ବଡ଼ ନିଷ୍ପତ୍ତି ନେଇ ଭାରତୀୟ ବିଶେଷ କରି ଅମିତାଭ ବଚ୍ଚନଙ୍କ ଫିଲ୍ମ ଉପରେ ବ୍ୟାନ ଲଗାଇଥିଲେ। ଯେପରି ସ୍ଥାନୀୟ ଉଦ୍ୟୋଗ ଆଗକୁ ବଢ଼ିପାରିବ।

ବ୍ୟାନ ପରେ ଲୁଚାଛପାରେ ଚାଲିଥିଲା ଅମିତାଭଙ୍କ ଫିଲ୍ମ

ହେଲେ ବ୍ୟାନ ଲାଗିବା ପରେ ଅମିତାଭଙ୍କ ଫିଲ୍ମକୁ ସେଠାରେ ଥିବା ଛୋଟ ଥିଏଟର୍ସ​‌ରେ ଲୁଚାଛପାରେ ଦେଖାଯାଉଥିଲା। ଆହୁରି ମଧ୍ୟ ରୋଚକ କଥା ହେଲା, ଯେଉଁମାନଙ୍କ ପାଖରେ ଟେପ ରେକର୍ଡର ନଥିଲା ସେମାନେ ପ୍ରତି ଗୁରୁବାର ଏକ କାଫେରେ ଏକାଠି ହୋଇ ଅମିତାଭଙ୍କ ଗୀତ ଶୁଣୁଥିଲେ।

ଅମିତାଭଙ୍କ ଫିଲ୍ମକୁ ଇଜିପ୍ଟରେ କରାଯାଇଥଲା କପି

ଅମିତାଭଙ୍କ ଲୋକପ୍ରିୟତା ଏତେ ଥିଲା ଯେ, ତାଙ୍କ ସୁପରହିଟ ଫିଲ୍ମ ‘ଗିରଫତାର’ର ଏକ ପୂରା ଦୃଶ୍ୟ ଇଜିପ୍ଟର ଏକ ସ୍ଥାନୀୟ ଫିଲ୍ମରେ କପି କରାଯାଇଥିଲା। ସ୍ଥିତି ଆହୁରି ଖରାପ ସେତେବେଳେ ହୋଇଥିଲା ଯେତେବେଳେ ୧୯୯୧ରେ ଅମିତାଭ ବଚ୍ଚନ ‘କାହିରା’ ଫିଲ୍ମ ଫେଷ୍ଟିଭାଲ ପାଇଁ ଆଫ୍ରିକା ଯାଇଥିଲେ। ଏୟାରପୋର୍ଟରେ ଅଭିନେତାଙ୍କୁ ଦେଖିବା ପାଇଁ ଏତେ ଭିଡ଼ ହୋଇଥିଲା ଯେ, ସେଠାରେ ସ୍ଥିତି ଅଣାୟତ୍ତ ହୋଇଥିଲା। ଅମିତାଭ ନିଜେ ଏହାକୁ ଏକ ‘ନ୍ୟାସନାଲ କ୍ରାଇସିସ୍’ ଭଳି ସ୍ଥିତି କହିଥିଲେ।

Also Read: ଲଳିତ ମୋଦୀଙ୍କ ବାୟୋପିକରେ ଅଭିନୟ କରିବାକୁ ଚାହୁଁଥିଲେ ରଣବୀର, ୨ ବର୍ଷ ପୂର୍ବରୁ ଲଣ୍ଡନ ଯାଇ ଭେଟିଥିଲେ

୨୦୦୧ରେ ଦେଇଥିଲେ ପୁରସ୍କାର

ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେଉଁ ଦେଶ ଦିନେ ଅମିତାଭ ବଚ୍ଚନଙ୍କ ଫିଲ୍ମ ଉପରେ ବ୍ୟାନ ଲଗାଇଥିଲା ଶେଷରେ ସେହି ଦେଶ ତାଙ୍କୁ ପୁରସ୍କାର ଦେଇଥିଲା। ଇଜିପ୍ଟ ୨୦୦୧​ରେ ଅମିତାଭ ବଚ୍ଚନଙ୍କୁ ‘ଆକ୍ଟର ଅଫ୍ ଦ ସେଞ୍ଚୁରୀ’ର ପୁରସ୍କାରରେ ସମ୍ମାନିତ କରିଥିଲା।