ମୁମ୍ଵାଇ ୦୭।୦୬; ବଲିଉଡର 'ଧକ୍-ଧକ୍ ଗାର୍ଲ' ମାଧୁରୀ ଦୀକ୍ଷିତ। ବର୍ତ୍ତମାନ ତାଙ୍କ ଫିଲ୍ମ 'ମା-ବେହନ୍' ପାଇଁ ଚର୍ଚ୍ଚାରେ ଅଛନ୍ତି। ଗତକାଲି ରାତିରେ ଫିଲ୍ମର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଅନେକ ବଲିଉଡ ଷ୍ଟାର ଯୋଗ ଦେଇଥିଲେ। ଉଲ୍ଲେଖନୀୟ ଯେ, ଅନୀଲ କପୁର ଏବଂ ମାଧୁରୀ ଦୀକ୍ଷିତଙ୍କୁ ବର୍ଷ ବର୍ଷ ପରେ ଏକାଠି ଦେଖିବାକୁ ମିଳିଥିଲା; ଏହି ସମୟରେ ଅନେକ ଭିଡିଓ ଭାଇରାଲ ହେଉଛି।

ଅନୀଲ ଏବଂ ମାଧୁରୀଙ୍କୁ ୭ ବର୍ଷ ପରେ ଏକାଠି

ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ 'ମା-ବେହନ୍' OTT ରେ ରିଲିଜ୍ ହୋଇଛି। ରିଲିଜ୍ ଉପଲକ୍ଷେ ଗତକାଲି ରାତିରେ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରାଯାଇଥିଲା, ଯେଉଁଥିରେ ଅନେକ ବଲିଉଡ ସେଲିବ୍ରିଟି ସାମିଲ ହୋଇଥିଲେ। ତଥାପି, ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଅନଲ କପୁର ଏବଂ ମାଧୁରୀ ଦୀକ୍ଷିତଙ୍କ ପୁନର୍ମିଳନ।

ପ୍ରାୟ ସାତ ବର୍ଷ ପରେ ଦୁଇ ତାରକାଙ୍କୁ ଏକାଠି ଦେଖିବା ପ୍ରଶଂସକଙ୍କ ପାଇଁ ପୁରୁଣା ସ୍ମୃତିକୁ ଫେରାଇ ଆଣିଥିଲା। ସ୍କ୍ରିନିଂର ଫଟୋ ଏବଂ ଭିଡିଓରେ ଦୁହେଁ ହସୁଥିଲେ ଓ କ୍ୟାମେରା ପାଇଁ ପୋଜ୍ ଦେଉଥିଲେ। ଏତେ ବର୍ଷ ପରେ ମଧ୍ୟ, ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ସ୍ପଷ୍ଟ ଭାବରେ ନଜର ଆସୁଥିଲା। ପ୍ରଶଂସକମାନେ ସେମାନଙ୍କର କେମେଷ୍ଟ୍ରିକୁ ଦେଖି ଖୁସି ହୋଇଯାଇଥିଲେ। ସେମାନଙ୍କ ପୁନର୍ମିଳନର ଫଟୋ ଏବଂ ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି।