ମୁମ୍ଵାଇ ୦୪।୦୮; ବଲିଉଡର 'ବେବମ୍' ଅର୍ଥାତ୍ କରୀନା କପୁର ଖାନ୍। ଯାହାଙ୍କ ଅଭିନୟର ଯାଦୁରେ ଦର୍ଶକ ସବୁବେଳେ ମନ୍ତ୍ରମୁଗ୍ଧ ହୋଇଥାଆନ୍ତି। ଯେଉଁ କପୁର ପରିବାରର ୪ ପିଢ଼ି ସିନେମା ଜଗତରେ ରାଜ୍ କରିଆସୁଛନ୍ତି, ସେହି ପରିବାରର ଝିଅ କରୀନାଙ୍କୁ ନେଇ ବର୍ତ୍ତମାନ ଏକ ବଡ଼ ଚର୍ଚ୍ଚା ସାମ୍ନାକୁ ଆସିଛି। ଅଭିନୟ ପାଇଁ ପାଠପଢ଼ା ଛାଡ଼ିଥିବା କରୀନା, ଆଜି ଏହି ନିଷ୍ପତ୍ତିକୁ ନେଇ କରୁଛନ୍ତି ଗଭୀର ଅନୁତାପ!

କପୁର ଖାନଦାନରେ ଶିକ୍ଷାଗତ ଯୋଗ୍ୟତା କଥା କହିବାକୁ ଗଲେ, କେବଳ ପୃଥ୍ୱୀରାଜ କପୁର ଏବଂ ଆଦିତ୍ୟ ରାଜ କପୁର ହିଁ ସେମାନଙ୍କର ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ। ବାକି ଅଧିକାଂଶ ସଦସ୍ୟ ଅଭିନୟ ଦୁନିଆକୁ ଆପଣେଇବା ପାଇଁ ପାଠପଢ଼ାକୁ ମଝିରୁ ଅଧାରେ ଛାଡ଼ିଥିଲେ। ଏହି ତାଲିକାରେ ସାମିଲ ଅଛନ୍ତି କରୀନା ମଧ୍ୟ। ସେ ବି.କମ୍.ରେ ନାମ ଲେଖାଇଥିଲେ ମଧ୍ୟ ଏକାଦଶ ଶ୍ରେଣୀ ପରେ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ।

ଏକ ପଡକାଷ୍ଟରେ ଏହି କଥାକୁ ନେଇ ନିଜର ମନର ଭାବନା ପ୍ରକାଶ କରି କରୀନା କହିଛନ୍ତି"ମୁଁ କେବେ ମୋର ପାଠପଢାକୁ ସମାପ୍ତ କରିପାରିଲିନି, ଏବଂ ଏହା ଏପରି କିଛି ଯାହା ସବୁବେଳେ ମୋ ସହିତ ଜଡିତ ରହିଛି। ସୁଯୋଗ ଥିଲେ ମଧ୍ୟ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲି ଏବଂ ଏକାଦଶ ଶ୍ରେଣୀ ପରେ ଆଉ ପାଠ ପଢ଼ିଲିନି। ଲୋକେ ଏହାକୁ ନେଇ ଉପହାସ କରିପାରନ୍ତି,ଯାହା ଇଚ୍ଛା ତାହା କହିପାରନ୍ତି,କିନ୍ତୁ ମୋତେ ଜଣେ ଅଭିନେତା ଭାବରେ ନିଜକୁ ପ୍ରମାଣିତକରିବାକୁ ଥିଲା । ଏଥିପାଇଁମୁଁ ମୋ ହୃଦୟକୁକଥାକୁ ଆଗ ଶୁଣିଥିଲି ।

ନିଜେ ଉଚ୍ଚଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ କରୀନା ଚାହାଁନ୍ତି ଯେ, ତାଙ୍କର ଦୁଇ ପୁଅ ତୈମୁର ଏବଂ ଜେହ ପ୍ରଥମେ ନିଜର ପାଠପଢ଼ା ସମ୍ପୂର୍ଣ୍ଣ କରନ୍ତୁ ଏବଂ ତା'ପରେ ନିଜ ପସନ୍ଦର କ୍ୟାରିୟର ବାଛନ୍ତୁ। ସୂଚନାଯୋଗ୍ୟ ଯେ, ଅଭିଷେକ ବଚ୍ଚନଙ୍କ ବିପକ୍ଷରେ ଜେ.ପି. ଦତ୍ତାଙ୍କ ଫିଲ୍ମ 'ରିଫ୍ୟୁଜି' (୨୦୦୦ ମସିହା)ରେ ବଲିଉଡରେ ଡେବ୍ୟୁ କରିଥିଲେ କରୀନା, ବର୍ତ୍ତମାନ ଟ୍ରାକ୍ ବଦଳାଇଛନ୍ତି ଅଭିନେତ୍ରୀ। ରେମାଣ୍ଟିକ –ଇମୋସନାଲ ନୁହେଁ ବରଂ କ୍ରାଇମ୍-ଆକ୍ସନ୍-ଥ୍ରିଲର୍ ଫିଲ୍ମ 'ଦାୟରା' ଜରିଆରେ ପରଦାକୁ ଫେରୁଛନ୍ତି। ଯାହାର ଟ୍ରେଲର ନିକଟରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି।