ଭୁବନେଶ୍ୱର: ଝିଅ ଜନ୍ମ ହେବାର ବର୍ଷକ ମଧ୍ୟରେ ତା ନାମରେ ଟଙ୍କା ରଖାଯିବ । ଏଥିପାଇଁ ଖୁବ୍‌ଶୀଘ୍ର କନ୍ୟା ସୁମଙ୍ଗଳ ଯୋଜନାର ଏସଓପି ଆସିବ । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ସେ କହିଛନ୍ତି ଯୋଜନାରେ ଝିଅକୁ ୨୧ ବର୍ଷ ହେବା ପରେ ତା ଅକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଯିବ ।

Also Read...Lpg And Png: ବୈଠକ ପରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ସହରାଞ୍ଚଳରେ ପିଏନଜି ବାଧ୍ୟତାମୂଳକ

କନ୍ୟା ସୁମଙ୍ଗଳ ଯୋଜନା ବଜେଟରେ ଘୋଷଣା ହୋଇଛି । ତାର ଏସ ଓ ପି ଖୁବଶୀଘ୍ର ଫାଇନାଲ ହେବ । କନ୍ୟା ସୁମଙ୍ଗଳ ଯୋଜନା ଏଜୁକେସନ ବେସଡ଼ ହେବ । ଝିଅ ଜନ୍ମ ହେବାର ବର୍ଷକ ମଧ୍ୟରେ ତା ନାମରେ ଟଙ୍କା ରଖାଯିବ । ଝିଅକୁ ୨୧ ବର୍ଷ ହେବା ପରେ ତା ଅକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଯିବ । ଏସବୁର ପୁରା ଏସଓପି ଆସିବା ପରେ ଚିତ୍ର ସ୍ପଷ୍ଟ ହେବ ।

​​​​​​​