କାନପୁର: କାନପୁରର କୋଟିପତି ଔଷଧ ବ୍ୟବସାୟୀ ବିନୀତ ମନୋଚାଙ୍କ ହତ୍ୟାକାଣ୍ଡରେ ପୁଲିସକୁ ମିଳିଛି ବଡ଼ ସୁରାକ। ଗତ ୨୧ ଦିନର କଲ୍ ଡିଟେଲ୍ ଯାଞ୍ଚ ପରେ ଏକ ଗୁରୁତ୍ଵପୂର୍ଣ୍ଣ ସୂଚନା ପାଇଛି ତଦନ୍ତକାରୀ ଟିମ୍। ହତ୍ୟା ପୂର୍ବରୁ ବିନୀତଙ୍କ ବୋହୂ ଶାଲୁ ଏବଂ ତାଙ୍କ ସ୍ଵାମୀ ସୁବ୍ରତ ଘରର ସହାୟକ ବିଶାଲ ଗୌତମଙ୍କ ସହ ଲଗାତାର ଫୋନରେ କଥା ହୋଇଥିଲେ। କଲ୍ ଡିଟେଲ୍ସ ମୁତାବକ, ଶାଲୁ ପାଖାପାଖି ୩୦ ଥର ଏବଂ ସୁବ୍ରତ ପ୍ରାୟ ୩୦୦ ଥର ବିଶାଲଙ୍କ ସହ ଫୋନରେ କଥା ହୋଇଥିଲେ।

ହତ୍ୟା ପରେ ପୋଲିସ ତଦନ୍ତକ୍ରମେ ପରିବାର ସଦସ୍ୟଙ୍କ କଲ୍ ଡିଟେଲ୍ସର ଯାଞ୍ଚ କରିବା ଆରମ୍ଭ କରିଥିଲା। ଯାଞ୍ଚ କରୁ କରୁ ପୂରା କଲ୍ ହିଷ୍ଟ୍ରି ତଦନ୍ତକାରୀ ଟିମ୍ ହାତରେ ଲାଗିଛି। ପୋଲିସ ଏବେ ଏହାର ତଦନ୍ତରେ ଜୁଟି ଯାଇଛି ଯେ, ହତ୍ୟା ପୂର୍ବରୁ ଏହି ୨୧ ଦିନରେ ବିଶାଲକଙ୍କ ସହ ବିନୀତଙ୍କ ପୁଅ ଏବଂ ବୋହୂ କଣ ଏବଂ କେଉଁ ବିଷୟରେ କଥା ହେଉଥିଲେ। ହେଲେ ସୁବ୍ରତ ପୋଲିସ ନିକଟରେ କଥା ହେଉଥିବାର କାରଣ ମଧ୍ୟ ଦର୍ଶାଇଛନ୍ତି।

Also Read: ଗୌହାଟୀରେ ନବବିବାହିତାଙ୍କ ନିର୍ମମ ହତ୍ୟା, ଫ୍ରିଜରୁ ବାହାରିଲା କଟା ମୁଣ୍ଡ ! ଥାନରେ ଆତ୍ମସମର୍ପଣ କଲା ସ୍ୱାମୀ

ଖସିବାକୁ ସ୍ୱାମୀଙ୍କ ସଫେଇ

କଲ୍ ଡିଟେଲ୍ସ ସାମ୍ନାକୁ ଆସିବା ପରେ ପୁଲିସ ସୁବ୍ରତଙ୍କୁ ଜେରା କରିଥିଲା। ଜେରା ସମୟରେ ସୁବ୍ରତ ନିଜକୁ ବଞ୍ଚାଇବାକୁ ଯାଇ କହିଛନ୍ତି ଯେ, ବିଶାଲ ପୂର୍ବରୁ ତାଙ୍କ ଘରେ କାମ କରୁଥିଲା ଏବଂ ତାଙ୍କର ଛୋଟମୋଟ ନିତ୍ୟବ୍ୟବହାର୍ଯ୍ୟ କାମ ବୁଝାସୁଝା କରୁଥିବାରୁ ସେ ତାଙ୍କ ସହ ବାରମ୍ବାର କଥା ହେଉଥିଲେ। ତେବେ ପୁଲିସ ଏହି ସଫେଇକୁ ସହଜରେ ଗ୍ରହଣ କରିନାହିଁ। ୩୩୦ ଫୋନ କଲକୁ ନେଇ ପୋଲିସ ଏବେ ଯାଞ୍ଚ କରୁଛି ଯେ, ଏଥିରୁ କେତେ କଲ୍ ସ୍ଵାଭାବିକ ଭାବେ କାମକୁ ନେଇ ଏବଂ କେତେ କଲ୍ ହତ୍ୟା ସମ୍ବନ୍ଧକୁ ନେଇ ରହିଛି।

ହତ୍ୟାକାଣ୍ଡ ପଛରେ ମାଷ୍ଟରମାଇଣ୍ଡ ବୋହୂ ?

ସୂଚନାଯୋଗ୍ୟ, ଶଶୁରଙ୍କ ବିଶାଳ ସମ୍ପତ୍ତି ଥାଇ ବି ଖର୍ଚ୍ଚ କରିବାକୁ ଟଙ୍କା ପାଉନଥିବାରୁ ବୋହୂ ଶାଲୁ ଏହି ହତ୍ୟାକାଣ୍ଡର ସୁପାରି ଦେଇଥିବା ପୁଲିସ ସନ୍ଦେହ କରୁଛି। ଘଟଣା ଦିନ କାନ୍ଦିବାର ନାଟକ କରିଥିବା ଶାଲୁଙ୍କ ଏହି କଲ୍ ରେକର୍ଡ ଏବେ ମାମଲାକୁ ଏକ ନୂଆ ମୋଡ଼ ଦେଇଛି। ଘଟଣାର ଅଧିକ ତଦନ୍ତ ପାଇଁ ପୁଲିସ ସମ୍ପୃକ୍ତ କଲ୍ ଗୁଡ଼ିକର ଟାଇମିଂ ଓ ବାର୍ତ୍ତାଳାପର ଗଭୀର ଯାଞ୍ଚ କରୁଛି।

Also Read: ମାଲେସିଆରୁ ଅପରେସନ୍, ଉତ୍ତରାଖଣ୍ଡରେ ATMରୁ ଟଙ୍କା ଉଠାଣ; ଅଭିଯୁକ୍ତ ଗିରଫ

ପୋଲିସର ଅଭିଯୋଗ ଅନୁଯାୟୀ, ବିନୀତଙ୍କ ହତ୍ୟା ପାଇଁ ବିଶାଲଙ୍କୁ ଛଅ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ। ଦୁଇ ଲକ୍ଷ ଟଙ୍କା ହତ୍ୟା ପରେ ଏବଂ ବାକି ୪ ଲକ୍ଷ ୧୫ ଦିନ ପରେ ମିଳିବ ବୋଲି ଡିଲ୍ ହୋଇଥିଲା। ପୋଲିଏ ଏହା ମଧ୍ୟ ତଦନ୍ତ କରୁଛି ଯେ, ହତ୍ୟା ପାଇଁ ଯୋଜନା କରିବା ପରେ ପରିବାର ଏବଂ ବିଶାଳଙ୍କ ମଧ୍ୟରେ ଆଉ କଣ କଣ କଥାବାର୍ତ୍ତା ହୋଇଛି।

କଣ ରହିଛି ପୂରା ମାମଲା ?

କାନପୁରରେ କଲ୍ୟାଣପୁରର ଇନ୍ଦିରାନଗର ସ୍ଥିତ ରତନ ଅର୍ବିଟ ଆପାର୍ଟମେଣ୍ଟ ନିବାସୀ ଔଷଧ ବ୍ୟବସାୟୀ ବିନୀତ ମିନୋଚା(୫୩)ଙ୍କ ଶନିବାର ରାତିରେ ଛୁରି ଭୁସି ନୃସଂଶ ଭାବେ ହତ୍ୟା କରାଯାଇଥିଲା। ହତ୍ୟାକାରୀ ୨୬ରୁ ଅଧିକ ଥର ଛୁରି ଭୁସି ବିନୀତଙ୍କ ହତ୍ୟା କରିଥିବା ତଦନ୍ତରୁ ଜଣା ପଡ଼ିଛି। ଘଟଣା ସମୟରେ ବିନୀତ ଫ୍ଲାଟରେ ଏକାକୀ ହିଁ ଥିଲେ। ରବିବାର ସକାଳ ୪ଟାରେ ଯେତେବେଳେ ପୂଅ-ବୋହୂ ଘରକୁ ଫେରିଲେ ବିନୀତଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲେ।

Also Read: ନୃଶଂସତାର ସୀମା ଟପିଲେ ସୁଧ କାରବାରକାରୀ: ମହିଳାଙ୍କୁ ଅପହରଣ ପରେ ନଗ୍ନ କରି ପିଟିଲେ, ଭିଡିଓ କରି ବ୍ଲାକମେଲ୍

ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସ କମିଶନର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆପାର୍ଟମେଣ୍ଟର ଗ୍ୟାଲେରୀରେ ଲାଗିଥିବା ସିସିଟିଭି କ୍ୟାମେରାର ଯାଞ୍ଚ କରାଯାଇଥିଲା। ଏଥିରେ କାରବାରରେ ସାମିଲ୍ ପୂର୍ବତନ କର୍ମଚାରୀ ହରବଂଶ ମୋହାଲ ନିବାସୀ ବିଶାଲ ଗୌତମ ଓ ତାଙ୍କ ସାଙ୍ଗ ରାଜକିଶୋର ଫ୍ଲାଟରେ ପଶିବା ଏବଂ ବାହାରିଭା ଦେଖିବାକୁ ମିଳିଥିଲା। ପୋଲିସ ରବିବାର ବିଳମ୍ବିତ ରାତ୍ରିରେ ଏନକାଉଣ୍ଟର କରି ଉଭୟଙ୍କୁ ଗିରଫ କରିଥିଲା।