କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏବେ ତୃଣ ମୂଳ କଂଗ୍ରେସ (ଟିଏମସି) ବିବାଦରେ ଫଶି ଯାଇଛି। କିଛି ଦିନ ପୂର୍ବରୁ ପାର୍ଟି ସାଂସଦ କଲ୍ୟାଣ ବାନାର୍ଜୀ, ଅଭିଷେକ ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିଲେ। ଏପରିକି ସେ ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ ଙ୍କୁ ଅଲଟିମେଟମ ମଧ୍ୟ ଦେଇଥିଲେ। କହିଥିଲେ ମମତା ଏବେ ନିର୍ଦ୍ଧାରଣ କରନ୍ତୁ ସେ ପାର୍ଟିର ନେତାଙ୍କ ସହ ରହିବେ କି ଅଭିଷେକଙ୍କ ସହିତ। ହେଲେ ଏବେ ତାଙ୍କ ସ୍ୱର ନରମ ପଡି ଯାଇଛି। ସେ ଶନିବାର କହିଛନ୍ତି ଯେ ‘ଅଭିଷେକ ବାନାର୍ଜୀ ତାଙ୍କ ପୁଅ ଭଳି ଓ ପିତାର କାମ ପୁଅର ତ୍ରୁଟିକୁ କ୍ଷମା କରିବା’।

ଏହା ପୂର୍ବରୁ କଲ୍ୟାଣ ବାନାର୍ଜୀ ଅଭିଷେକଙ୍କୁ ନେଇ କଡ଼ା ମନ୍ତବ୍ୟ ଦେଇଥିଲେ। ସେ ଅଭିଯୋଗ କରିଥିଲେ ଯେ ଅଭିଷେକଙ୍କ ବ୍ୟବହାର ଓ ନିଷ୍ପତ୍ତି ଯୋଗୁ ପାର୍ଟିର କ୍ଷତି ହେଉଛି। ସେ ଅଭିଷେକଙ୍କୁ ଗର୍ବି ଓ ପାର୍ଟିର ଏବେକା ପରିସ୍ଥିତି ପାଇଁ ଅନେକ ଲୋକ ତାଙ୍କୁ ଦାୟି କରୁଥିବାର ସେ ଅଭିଯୋଗ କରିଥିଲେ। ଏହା ଛଡା ସେ ମମତା ବାନାର୍ଜୀଙ୍କୁ ସ୍ପଷ୍ଟ ଶବ୍ଦରେ କହିଥିଲେ ଯେ କୌଣସି ଗୋଟିଏ ପକ୍ଷକୁ ବାଛନ୍ତୁ। ଏଥିରେ ସେ ଅଭିଷେକଙ୍କ ସହ ରହନ୍ତୁ ନଚେତ ଦଳ ସହ ରହନ୍ତୁ। ସେ ଏହା ବି କହିଥିଲେ ଯେ ଯଦି ତାଙ୍କ କଥା ନ ଶୁଣା ଯାଏ ତେବେ ସେ ଆଗକୁ ଅନ୍ୟ ପଦକ୍ଷେପ ନେବାକୁ ବିଚାର କରିପାରନ୍ତି। ହେଲେ ଏବେ ତାଙ୍କ ନୂଆ ବୟାନରେ ସ୍ପଷ୍ଟ ପରିବର୍ତ୍ତନ ଦେଖା ଯାଉଛି।

କଲ୍ୟାଣ ବାନାର୍ଜୀ ବେଙ୍ଗଲର ରାଜନୈତିକ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଗଣମାଧ୍ୟମ ସହ ଆଲୋଚନାରେ ସେ କହିଛନ୍ତି ଯେ ଗଣତାନ୍ତ୍ରିକ ବ୍ୟବସ୍ଥା ଏବେ ଚାପ ମଧ୍ୟକୁ ଆସି ଯାଇଛି ଓ ବିରୋଧୀ ଦଳଙ୍କୁ ଆଗରୁ କେବେ ଏପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁନଥିଲା। କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ ରାଜନୈତିକ ପରିବେଶ ଲଗାତାର କଠିନ ହେବାରେ ଲାଗିଛି ଓ ବିରୋଧୀ ଦଳ ନେତାଙ୍କ ଉପରେ ଚାପ ପକା ଯାଉଛି।

ଅଭିଷେକ ବାନାର୍ଜୀଙ୍କ ଘର ତଲାସି ନିଆଗଲାଏହି ଘଟଣା ମଧ୍ୟରେ ଆଜି କୋଲକାତାସ୍ଥିତ ଅଭିଷେକ ବାନାର୍ଜୀଙ୍କ ଘର ଉପରେ ତଦନ୍ତକାରୀ ସଂସ୍ଥାଙ୍କ କାର୍ଯ୍ୟାନୁଷ୍ଠାନ ମଧ୍ୟ ଚର୍ଚ୍ଚାରେ ରହିଛି। ପାର୍ଟିର ରାଜ୍ୟସଭା ସାଂସଦ ସାଗରିକା ଘୋଷ ଅଭିଯୋଗ କରିଛନ୍ତି ଯେ ବିଳମ୍ବିତ ରାତ୍ରିରେ ଅଧିକାରୀମାନେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ କାର୍ଯ୍ୟାନୁଷ୍ଠାନ କାଳରେ କୌଣସି ଆପତ୍ତିଜନକ ପ୍ରମାଣ ମିଳିନଥିଲା ଓ ପୁରା ପ୍ରକ୍ରିୟା ରାଜନୈତିକ ଚାପ ଲାଗି ଏକ ଉଦ୍ୟମ ଥିଲା।