ଜି ଉଦୟଗିରି, ୨୧/୦୯:କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ଭୂସ୍ଖଳନକୁ ବର୍ଷେ ପୂରିଲା ।କିନ୍ତୁ ଆଜି ବି ବିପଦସଙ୍କୁଳ ଅବସ୍ଥାରେ କଳିଙ୍ଗା ଘାଟି । ପାଦେ ପାଦେରେ ରହିଛି ବିପଦ । କେତେବେଳେ ବି ପାହାଡରୁ ଖସି ପାରେ ବିରାଟ ପଥର ଖଣ୍ଡ । ଯାହା ଅନେକ ଧନଜୀବନକୁ ନଷ୍ଟ କରିବାର କ୍ଷମତା ରଖିଛି ।

କଳିଙ୍ଗା ଘାଟି ଦେଇ ପ୍ରତିଦିନ ଶହ ଶହ ସଂଖ୍ୟାରେ ଯାନ ବାହାନ ଚଳାଚଳ କରିଥାଏ। ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରୁଥିବା ଏହି ଘାଟିର ଲମ୍ବ ପ୍ରାୟ ୧୦ କିଲୋମିଟର । ଏବେବି ରାସ୍ତାର ବିଭିନ୍ନ ସ୍ଥାନ ବିପଦପୂର୍ଣ୍ଣ ରହିଅଛି।

Also Read :- ଓଡିଶାରେ ପଡ଼ିବ ଭୟଙ୍କର ମରୁଡି ! ଚେତାଇ ଦେଲେ ବୈଜ୍ଞାନିକ, ୫୨ ବର୍ଷ ପରେ ଜଣା ପଡିଲା ସତ

ଦେଖିବାକୁ ମିଳିଛି ଯେ, ଭୂସ୍ପଳନ ସ୍ଥାନର ପାହାଡ ଉପରେ ବଡ ବଡ ପଥର ଝୁଲିଲା ଭଳି ରହିଅଛି। ସାମାନ୍ୟ ବର୍ଷାରେ ପାହାଡ ଉପରୁ ପାଣିର ଧାର ଦେଖିବାକୁ ମିଳିଛି। ଯଦି ବର୍ଷା ପ୍ରବଳ ହୁଏ କିମ୍ବା ଲାଗିରହେ ତେବେ ପାହାଡ ଉପରୁ ବଡ ବଡ ପଥର ଖସି ଯିବାର ଆଶଙ୍କା ରହିଛି।ଏଣୁ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ବିକଳ୍ପ ରାସ୍ତା ଖୁବ୍ ଶୀଘ୍ର ଆରମ୍ଭ କରାଗଲେ ଲୋକଙ୍କ ସମସ୍ୟା ସମାଧାନ ହୋଇ ପାରିବ ବୋଲି ସ୍ଥାନୀୟ ଲୋକେ ଆଶା ବାନ୍ଧିଛନ୍ତି।ଅପରପକ୍ଷରେ ସରକାରଙ୍କୁ ବିକଳ୍ପ ରାସ୍ତା ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି।