ଭୁବନେଶ୍ୱର: ଓଡ଼ିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଏହାର ଜୟଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୬ ମାର୍ଚ୍ଚ ମାସରେ ରାଜ୍ୟରେ ସର୍ବାଧିକ ୨.୫୯ ଲକ୍ଷ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ମାସରେ ଓଡ଼ିଶାରେ ଜିଓ ନେଟୱାର୍କରେ ୨.୪ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଏବଂ ୧୯୦୦୦ ରୁ ଅଧିକ ନୂଆ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡି ହୋଇଛନ୍ତି। ଏହି ମାସରେ ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୪ ଲକ୍ଷ ବୃଦ୍ଧି ପାଇ ମାର୍ଚ୍ଚ ୩୧ ସୁଦ୍ଧା ୩ କୋଟି ୮୧ ଲକ୍ଷରେ ପହଞ୍ଚିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି।

ରାଜ୍ୟରେ ହୋମ୍ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ଏହାର ଦବଦବା ବଜାୟ ରଖି ରିଲାଏନ୍ସ ଜିଓ ସାରା ଓଡ଼ିଶାରେ ଜିଓଫାଇବର ଏବଂ ଜିଓଏୟାରଫାଇବରର ଅପାର ଲୋକପ୍ରିୟତା ବଳରେ ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ଅପେକ୍ଷା ୪ ଗୁଣା ଅଧିକ ନୂତନ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡ଼ିଛି। ଏଥିସହିତ, ରିଲାଏନ୍ସ ଜିଓ ଓଡ଼ିଶାରେ ସମସ୍ତ ତିନୋଟି କ୍ଷେତ୍ର - ୱାୟାରଲେସ୍, ୱାୟାରଲାଇନ୍ ଏବଂ ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ (ଏଫଡବ୍ଲୁଏ) ରେ ଏହାର ବଜାର ନେତୃତ୍ୱକୁ ଆହୁରି ସୁଦୃଢ଼କରିଛି। ରାଜ୍ୟରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ରହିଥିବା ଜିଓ ନେଟୱର୍କରେ ସର୍ବାଧିକ ୧ କୋଟି ୭୮ ଲକ୍ଷ ମୋବାଇଲ୍ ଗ୍ରାହକ, ୩.୭୧ ଲକ୍ଷ ଜିଓଫାଇବର ଗ୍ରାହକ ଏବଂ ୩.୭୭ ଲକ୍ଷ ଜିଓଏୟାରଫାଇବର ଗ୍ରାହକ ଅଛନ୍ତି। ଓଡ଼ିଶାର ଗ୍ରାମାଞ୍ଚଳ ତଥା ଉପାନ୍ତ ଅଞ୍ଚଳରେ ହଜାର ହଜାର ଗ୍ରାମରେ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ଆଗକୁ ବଢ଼ାଇ ଜିଓ ସେମାନଙ୍କ ଘରପାଖରେ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ସଂଯୋଗ ଉପଲବ୍ଧ କରାଇଛି।

ଟ୍ରାଇ ତଥ୍ୟ ଅନୁଯାୟୀ, ଜାତୀୟ ସ୍ତରରେ ଜିଓ ମାର୍ଚ୍ଚ ମାସରେ ୩୨ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ, ୧.୮୮ ଲକ୍ଷ ନୂଆ ଜିଓଫାଇବର ଗ୍ରାହକ ଏବଂ ୪.୪୧ ଲକ୍ଷରୁ ଅଧିକ ନୂଆ ଜିଓଏୟାରଫାଇବର ଗ୍ରାହକ ଯୋଡିଛି।

ଏହାର ଅତ୍ୟାଧୁନିକ ପ୍ରଯୁକ୍ତି, ଦୃଢ଼ ଭିତ୍ତିଭୂମି ଏବଂ ଗ୍ରାହକ-ପ୍ରଥମ ନୀତି ସହିତ, ଜିଓ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଓଡ଼ିଶାର ଡିଜିଟାଲ୍ ପରିବର୍ତ୍ତନକୁ ଆଗକୁ ବଢ଼ାଇ ଚାଲିଛି। ଜିଓଏୟାରଫାଇବର ଡିଜିଟାଲ୍ ବୈଷମ୍ୟକୁ ଦୂର କରିବା ସହିତ ଶେଷ ମାଇଲ୍ ଫାଇବର ଆହ୍ୱାନର ସମାଧାନ ସ୍ୱରୂପ ସହର ଉପକଣ୍ଠ ଏବଂ ଗ୍ରାମାଞ୍ଚଳରେ ଘର ତଥା କ୍ଷୁଦ୍ର ବ୍ୟବସାୟଗୁଡିକୁ ବ୍ରଡ଼ବ୍ୟାଣ୍ଡ ସଂଯୋଗ ଉପଲବ୍ଧ କରାଇବାରେ ଉଲ୍ଳେଖନୀୟ ସଫଳତା ହାସଲ କରିଛି। ଏହା ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ, ୮୦୦+ ଟିଭି ଚ୍ୟାନେଲ୍, ୧୧+ ଓଟିଟି ଆପ୍, ଅସୀମିତ ୱାଇଫାଇ, ଏବଂ ଆହୁରି ଅନେକ କିଛି ସୁବିଧା ପ୍ରଦାନ କରି ଆଜିର ଡିଜିଟାଲ୍ ଯୁଗରେ ଉନ୍ନତି ପାଇଁ ଛାତ୍ରଛାତ୍ରୀ, ବୃତ୍ତିଗତ ପ୍ରଫେସନାଲ, ଉଦ୍ୟୋଗୀ ଏବଂ ପରିବାରଗୁଡିକୁ ସଶକ୍ତ କରୁଛି।