ଭୁବନେଶ୍ୱର: ‘ଜିନ୍ଦଲ ପ୍ୟାନ୍ଥର କୋଟେଡ୍ ଷ୍ଟିଲ୍’ର ବଜାର ପ୍ରବେଶ । ବୁଧବାର ଏକ ତାରକା ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ୍‌ର ଏହି ନୂଆ ଅତ୍ୟାଧୁନିକ ଷ୍ଟିଲ୍‌ର ବଜାର ପ୍ରବେଶ ହୋଇଛି । ଦେଶର ସର୍ବାଧିକ ଚଉଡ଼ା ୧୬୫୦ ମିଲିମିଟର ପ୍ରସ୍ଥ ବିଶିଷ୍ଟ ଏହି ନୂଆ ପିଢ଼ିର ଉତ୍ପାଦ ସମୂହକୁ, ପରିବର୍ତ୍ତିତ ନିର୍ମାଣ ଚାହିଦାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି । ଛାତ ନିର୍ମାଣ, କାନ୍ଥ ଆବରଣ, ଶିଳ୍ପ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ଆବାସିକ ନିର୍ମାଣ ପାଇଁ ଏହି ଉତ୍ପାଦ ଉପଯୋଗୀ ହେବ । 

ଜିନ୍ଦଲ ପ୍ୟାନ୍ଥର କୋଟେଡ୍ ଷ୍ଟିଲ ଉତ୍ପାଦ ମଧ୍ୟରେ ରଙ୍ଗୀନ ଆବରଣଯୁକ୍ତ ଇସ୍ପାତ କଏଲ ପ୍ୟାନ୍ଥର ପ୍ରାଇମ୍ କଲର ପ୍ଲସ୍, କଲର ପ୍ରୋ ପ୍ଲସ୍, କଲର ପ୍ରୋ, କଲର ପ୍ରୋ କ୍ଲାସିକ, ଧାତବ ଆବରଣ ଯୁକ୍ତ ଇସ୍ପାତ କଏଲ୍ ପ୍ୟାନ୍ଥର ସିଲଭରଟୋନ୍ ପ୍ଲସ, ସିଲଭରଟୋନ୍, ସିଲଭରଟୋନ୍ କ୍ଳାସିକ, ନିର୍ମାଣ ସାମଗ୍ରୀ ପ୍ୟାନ୍ଥର ପ୍ରୋଫେକ୍ସ ଏବଂ ଥର୍ମୋସୋନିକ ଭଳି ବ୍ରାଣ୍ଡ୍‌ର ଉତ୍ପାଦ ରହିଛି।

ଉନ୍ମୋଚନ ଅବସରରେ ଜିନ୍ଦଲ ଷ୍ଟିଲର ପରିଚାଳନା ନିର୍ଦ୍ଦେଶକ ଭିଆର ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ, ଜିନ୍ଦଲ ପ୍ୟାନ୍ଥର ବ୍ରାଣ୍ଡ୍‌କୁ ଉଚ୍ଚ ମୂଲ୍ୟଯୁକ୍ତ ଡାଉନଷ୍ଟ୍ରିମ ନିର୍ମାଣ ସମାଧାନ କ୍ଷେତ୍ରକୁ ସମ୍ପ୍ରସାରଣ କରାଯାଇଛି। ଏହି ଉତ୍ପାଦରେ ଗ୍ରାହକ ସର୍ବୋତ୍ତମ ଗୁଣବତ୍ତା, କାର୍ଯ୍ୟଦକ୍ଷତା, ବିଶ୍ୱସନୀୟତାର ସମ୍ମିଶ୍ରଣ ପାଇବେ। ଦେଶର ବର୍ଦ୍ଧିତ ଭିଭିଭୂମି, ଶିଳ୍ପ, ବାଣିଜ୍ୟିକ ଏବଂ ଆବାସିକ ନିର୍ମାଣ କ୍ଷେତ୍ରର ଆବଶ୍ୟକତାକୁ ଏହା ପୂରଣ କରିବ। ଦେଶର ଚାହିଦା ସହ ଏହାକୁ ରପ୍ତାନି ମଧ୍ୟ କରାଯିବ। ରଙ୍ଗୋତ୍ସବ ଉତ୍ସବ ଅବସରରେ ନୂଆ ଉତ୍ପାଦର ଶୁଭାରମ୍ଭ ଡାଉନଷ୍ଟ୍ରିମ କୋଟେଡ୍ ଷ୍ଟିଲ କ୍ଷେତ୍ରରେ ବଜାର ଉପସ୍ଥିତି ଦୃଢ଼ କରିବା ଗ୍ରାହକ ଓ ବାଣିଜ୍ୟିକ ସହଯୋଗୀଙ୍କ ସହ ସମ୍ପର୍କ ଦୃଢ଼ୀକରଣ କରିବାରେ ସହାୟକ ହେବ।

କମ୍ପାନି ରାଜ୍ୟର ଅନୁଗୁଳ ସ୍ଥିତ ୟୁନିଟରେ ୨୧ ହଜାର କୋଟି ଟଙ୍କା ନିବେଶ କରିଛି I ମୋଟ୍ ଉତ୍ପାଦନ କ୍ଷମତାକୁ ୧୫.୫ ନିୟୁତ ଟନ୍‌ରୁ ୨୦ ନିୟୁତ ଟନ୍‌କୁ ବୃଦ୍ଧି କରିବା ଯୋଜନା ରହିଛି। ଏହି ଆଧାରରେ ୧୫ ହଜାର କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ ହେବ। ନିଜସ୍ୱ ଆୟ ଉତ୍ସରୁ କମ୍ପାନି ଏହି ନିବେଶ କରିବ ବୋଲି ଭିଆର ଶର୍ମା ଉଲ୍ଲେଖ କରିଛନ୍ତି। ଦେଶର ପ୍ରମୁଖ ସମନ୍ବିତ ଇସ୍ପାତ ଉତ୍ପାଦନକାରୀ ଭାବେ ମୋଟ ନିବେଶ ୧୨ ବିଲିୟନ ଡଲାର ଟପିଥିବା ବେଳେ ଜିନ୍ଦଲ ଷ୍ଟିଲ ଏବେ ଅନୁଗୁଳ, ରାଇଗଡ, ପତ୍ରାଟୁ ଭଳି ସ୍ଥାନ ଗୁଡ଼ିକରେ ଅତ୍ୟାଧୁନିକ ଇସ୍ପାତ ୟୁନିଟ ସ୍ଥାପନ କରିଛି।