ଭୁବନେଶ୍ୱର ୨୧।୦୩ : ଭୁବନେଶ୍ୱର ଆସିଲେ ଜୀବନରୁ ମାରିଦେବୁ । ୨୦୨୫ରେ ଏମିତି ଏକ ହତ୍ୟା ଧମକ ଆସିଥିଲା । ଏବେ ପୁଣି ୨୦୨୬ରେ ଆଉ ଥରେ ହତ୍ୟା ଧମକ ଆସିଛି । ତାହା ପୁଣି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ । ଏନେଇ ଜୟଦେବ ଜେନା କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଉ ଅଭିଯୁକ୍ତକୁ ଧରିବା ନିମନ୍ତେ ଛାନ୍ଭିନ୍ ମଧ୍ୟ ଜାରି ରଖିଛି ।
Also Read:-Mokim on sofia: ବଳ ଗୋଟାଉଛି ଓଡ଼ିଶା ଜନତା କଂଗ୍ରେସ, ବାପା କହିଲେ ମୋ ଝିଅର ଭବିଷ୍ୟତ...
ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଗତ ( ମାର୍ଚ୍ଚ) ୯ ତାରିଖରେ ପୂର୍ବତନ ପିସିସି ସଭାପତି ତଥା ଆନନ୍ଦପୁରର ପୂର୍ବତନ ବିଧାୟକ ଜୟଦେବ ଜେନାଙ୍କୁ ଫୋନ ଯୋଗେ ହତ୍ୟା ଧମକ ଆସିଥିଲା । ଯେଉଁଥିରେ ଜୟଦେବ ଜେନା ଯଦି ଭୁବନେଶ୍ୱର ଆସନ୍ତି , ତେବେ ତାଙ୍କୁ ହତ୍ୟା କରାଯିବ ବୋଲି କହିଥିଲେ । ଏହାସହିତ ଜୟଦେବ ଜେନାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ ବି କରିଥିଲେ । ସେହିପରି ଜୟଦେବ ଜେନାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଫୋନରେ ଗାଳି କରିଥିଲେ ଅଜଣା ଦୁର୍ବୃତ୍ତ । ଏନେଇ ଜୟଦେବ ଜେନା କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ହତ୍ୟା ଧମକକୁ ନେଇ ଜୟଦେବ ଜେନା ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି, କେନ୍ଦୁଝର ଏସ୍ପିଙ୍କୁ ଅବଗତ କରିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ କରିଛନ୍ତି ।
Also Read :-ନଦୀ କୂଳରେ ଉଠାଉଥିଲେ ଫଟୋ, ପାଣି ସୁଅରେ ଭାସିଗଲେ ୫ ସାଙ୍ଗ
ସେହିପରି ୨୦୨୫ ମଧ୍ୟରେ ଏଭଳି ଢଙ୍ଗରେ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଆସିଥିଲା । ଅଜଣା ନମ୍ବରରୁ ଜୟଦେବ ଜେନାଙ୍କୁ ଏକ ଫୋନ୍ କଲ୍ ଆସିଥିଲା । ଏହି ଫୋନ୍ କଲ୍ରେ ଜୟଦେବ ଜେନା ଯଦି ୫୦ ଲକ୍ଷ ଟଙ୍କା ନଦିଅନ୍ତି । ତେବେ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା । ଏନେଇ ଜୟଦେବ ଜେନା ସେତେବେଳେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ପୋଲିସ ଗିରଫ କରିଥିବା ବ୍ୟକ୍ତି ଜଣଙ୍କ ଜଣେ ଡ୍ରାଇଭର ଭାବେ କାମ କରୁଥିଲେ । ଜୟଦେବ ଜେନାଙ୍କୁ ଧମକ ଦେବା ପରେ ନିଜ ସିମ୍କୁ ଭାଙ୍ଗି ନଷ୍ଟ କରିଦେଇଥିଲେ । ପୋଲିସ ମୋବାଇଲକୁ ଟ୍ରାକ କରି ଅଭିଯୁକ୍ତକୁ ବାନ୍ଧିଥିଲା । ଆଉ ଏବେ ପୁଣି ସମାନ ଘଟଣା। ଅଜଣା ବ୍ୟକ୍ତିଙ୍କ ନମ୍ବରରୁ କଲ୍ । ଆଉ ହତ୍ୟା ଧମକ। ଦେଖାଯାଉ ଏଥର ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହେଉଛି କି ନାହିଁ ।
Also Read :-ଆପଣଙ୍କ ଦେହରୁ ଅତ୍ୟଧିକ ଝାଳ ବାହାରୁଛି କି ? ତେବେ ଜାଣନ୍ତୁ ଏହାର କାରଣ
