ଆନ୍ଧ୍ର ୨୧।୦୩ : କଲେଜ ଛୁଟି ହେଲା । ଏକାଠି ସାଙ୍ଗ ହୋଇ ୭ ଜଣ ବୁଲିବାକୁ ଯାଇଥିଲେ । ନଦୀ କୂଳରେ ବୁଲିବା ହେଲା ସମସ୍ତଙ୍କ ପାଇଁ କାଳ । ନଦୀ କୂଳରେ ବୁଡ଼ିଲା ସମୟରେ ହଠାତ୍‌ ଖସିଗଲା ଗୋଡ଼ । ପାଞ୍ଚ ଜଣ ଛାତ୍ର ନଦୀର ଗଭୀର ସ୍ରୋତରେ ଭାସିଯାଇଥିଲେ । ଯାହାକୁ ଦେଖି ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ । ହେଲେ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ ।

Also Read:-ଅଖା ଭିତରେ ନାବାଳିକାଙ୍କ ମୃତଦେହ, ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ

ଖବର ଅନୁଯାୟୀ, ଆନ୍ଧ୍ର  ଅମରାବତୀ ସ୍ଥିତ SRM କଲେଜର ୫ଜଣ ଛାତ୍ର । ଭଦ୍ରାଞ୍ଚଲମରେ ଥିବା ନିଜ ସାଙ୍ଗ ଶ୍ରୀକରଙ୍କ ଘରକୁ ଉଗାଡି ଉତ୍ସବ ପାଳନ ନିମନ୍ତେ ଆସିଥିଲେ । ସେଠାରେ କିଛି ସମୟ ବିତାଇବା ପରେ ପାଖରେ ଗୋଦାବରୀ ନଦୀ କୂଳକୁ ବୁଲିବାକୁ ଯାଇଥିଲେ । ସେଠାରେ କିଛି ସମୟ ବୁଲିବା ପରେ ପାଖରେ ଥିବା ଏକ ମନ୍ଦିରକୁ ମଧ୍ୟ ଯାଇଥିଲେ । ସେଠାରୁ ଦର୍ଶନ ସାରି ଫେରିବା ସମୟରେ ନଦୀରେ ଗାଧୋଇବା ପାଇଁ ଯାଇଥିଲେ । ନଦୀ କୂଳରେ କାର୍ ରଖି ସମସ୍ତେ ସାଙ୍ଗ ଏକାଠି ଗାଧୋଉଥିଲେ। ଏହି ସମୟରେ ହଠାତ୍‌ ପାଣିର ସୁଅ ପ୍ରବଳମାତ୍ରରେ ଆସିଥିଲା । ଯାହାକୁ ଦେଖି ୨ ଜଣ ନଦୀ କୂଳକୁ ଆସିଥିଲେ । ବାକି ଆଉ ୫ ଜଣ ନଦୀର ସୁଅରେ ଭାସିଯାଇଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୋଲିସ ଅପରେସନକୁ ଜୋରଦାର କରିଥିଲା ।  

Also Read:-ଆପଣଙ୍କ ଦେହରୁ ଅତ୍ୟଧିକ ଝାଳ ବାହାରୁଛି କି ? ତେବେ ଜାଣନ୍ତୁ ଏହାର କାରଣ
ଶେଷରେ କେଇ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ତିନି ଛାତ୍ରଙ୍କ ମୃତଦେହ ନଦୀରୁ ଠାବ କରିଥିଲେ ଉଦ୍ଧାରକାରୀ ଦଳ । ନଦୀରେ ବୁଡ଼ିଯାଇଥିବା ପାଞ୍ଚ ଛାତ୍ରଙ୍କ ପରିଚୟ ମଧ୍ୟ ପୋଲିସର ହସ୍ତଗତ ହୋଇଛି । ସେମାନଙ୍କ ନାମ ଯଥାକ୍ରମେ- ସତୀଶ କୁମାର, ଜି.ତେଜା, ନବଦୀପ , ପୀ. ଅଭିରାମ, ଶ୍ରୀକର ବୋଲି ଜଣାପଡିଛି । ତେବେ ନଦୀରେ ବୁଡ଼ି ମୃତ୍ୟୁ ହୋଇଥିବା ତିନି ଛାତ୍ରଙ୍କ ପରିଚୟ ମଧ୍ୟ ଜଣାପଡିଛି । ସେମାନେ ହେଲେ ଅଭିରାମ, ଶ୍ରୀକାର, ନବଦୀପ । ଅନ୍ୟ ୨ ଜଣ ମାନେ ସତୀଶ କୁମାର ଏବଂ ତେଜାଙ୍କୁ ଠାବ ନେଇ ସର୍ଚ୍ଚ ଅପରେସନ ଚାଲିଛି । ପୋଲିସ ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ରିପୋର୍ଟ ଆସିବା ପରେ ପୋଲିସ ତଦନ୍ତକୁ ତ୍ୱାରାନ୍ୱିତ କରିବ ବୋଲି ଆଶା କରାଯାଉଛି ।