କାମାକ୍ଷାନଗର ୧୮।୪: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳରେ ବେଶ ଧୁମଧାମରେ ଚାଲିଥିଲା ପଣା ସଂକ୍ରାନ୍ତି ପାଇଁ ୪ ଦିନ ଧରି ଯାତ୍ରା । ଆଉ ଜନାରଣ୍ୟ ପାଲଟିଥିଲା ଯାତ୍ରା ପେଣ୍ଡାଲ । ସିଂହବାହିନୀ ଯାତ୍ରା ଦେଖିବା ପାଇଁ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଜମିଥିଲା ଲୋକଙ୍କ ଭିଡ଼ । ଆଉ ୟା ଭିତରେ ସିଂହବାହିନୀର ଶେଷ ଦିନର ନାଟକ ରହିଥିଲା : "ତୁ ମୋ ବଜରଙ୍ଗୀ" । ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଦେଖିବା ପାଇଁ ଲାଗିଥିଲା ଭିଡ଼ । ଆଉ ଏହି ଭିଡ଼ ଭିତରେ ସେଲ୍ଫି ନେବାକୁ ନେଇ ହୋଇଥିଲା ଗଣ୍ଡଗୋଳ ।

କଙ୍କଡାହାଡ ଥାନା କଣ୍ଟାପାଳ ପଞ୍ଚାୟତ ୨ ନଂ କଲୋନୀର ପିଣ୍ଟୁ ସାହୁ  ସାଙ୍ଗମାନଙ୍କ ସହ ମିଶି ପୀୟୂଷଙ୍କ ସହ ସେଲଫି ଉଠାଇବା ପାଇଁ ଯାଇଥିଲେ । ଏଥିରେ ପୀୟୂଷଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ଆକ୍ରମଣର ଶିକାର ହୋଇଥିଲେ । ଯାହାକୁ ନେଇ କଙ୍କଡ଼ାହାଡ଼ ଥାନାରେ ପହଞ୍ଚିଥିଲା ମାମଲା । ଅଭିନେତା ପୀୟୂଷ ତ୍ରିପାଠୀଙ୍କ ସହିତ ନିଜ ସହଯୋଗୀ ମାନେ ଥାନାକୁ ଯିବାକୁ ପଡିଥିଲା । ଆଉ ସେଠାରେ ଯାତ୍ରା କମିଟିର କର୍ମଚାରୀ ଓ ଥାନା ଅଧିକାରୀଙ୍କ ଉପସ୍ଥିତରେ ସମସ୍ତଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ।

Also Read:- Schools Closed in Nuapada: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ବଡ଼ ନିଷ୍ପତ୍ତି, ନୂଆପଡ଼ାରେ ୨୦ରୁ ୨୨ ଯାଏଁ ସ୍କୁଲ ଛୁଟି

କିନ୍ତୁ ବେଶ ରୋଚକ ହୋଇଥିଲା ସେଲ୍ଫି ଉଠା । ଶେଷରେ ଯେଉଁ ସେଲ୍ଫି ଉଠାକୁ ନେଇ ବିବାଦ ଉଠିଥିଲା, ସେହି ସେଲ୍ଫି ଉଠା ପରେ ମାମଲା ଫଇସଲା ହୋଇଥିଲା ।