ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସେନାକୁ ମିଳିଛି ବଡ଼ ସଫଳତା । କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୨ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର-ଏ-ତୋଇବା ସହ ଜଡ଼ିତ ଲତିଫ୍ ଭଟ୍ ରହିଥିବା ନେଇ ଜଣାପଡ଼ିଛି ।

ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷାବାହିନୀ ଏବଂ ଜମ୍ମୁ-କାଶ୍ମୀର ପୋଲିସର ମିଳିତ ଟିମ୍ କୁଲଗାମରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀମାନେ ସମଗ୍ର ଅଞ୍ଚଳକୁ ଘେରାଉ କରିବା ସମୟରେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ।

ତେଣୁ ସୁରକ୍ଷାକର୍ମୀମାନେ ମଧ୍ୟ ଏହାର ଦୃଢ଼ ଜବାବ ଦେଇଥିଲେ। ଉଭୟ ପକ୍ଷରୁ କିଛି ସମୟ ଧରି ଭୀଷଣ ଗୁଳିବିନିମୟ ଜାରି ରହିଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ କୁଖ୍ୟାତ ଆତଙ୍କବାଦୀ ଲତିଫ୍ ଭଟ୍ ନିହତ ହୋଇଥିଲା।

Also Read: ଇଡି ସ୍କାନରରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ : ୩୫୫ଟି ପ୍ଲଟ୍ ସିଜ୍, ରହିଛି ମଦ ଦୁ୍ର୍ନୀତିର ଲିଙ୍କ୍

ସେପଟେ ଘଟଣାସ୍ଥଳରୁ ବନ୍ଧୁକ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଏହି ଅଞ୍ଚଳରେ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି ଏବଂ ଆଖପାଖ ଅଞ୍ଚଳରେ କମ୍ବିଂ ଅପରେସନ୍ ଜାରି ରହିଛି। ସୁରକ୍ଷା ଏଜେନ୍ସିଙ୍କ କହିବା ଅନୁସାରେ. ଲତିଫ୍ ଭଟ୍ ଅନେକ ଆତଙ୍କବାଦୀ କାର୍ଯ୍ୟକାଳରେ ସମ୍ପୃକ୍ତ ଥିଲା ଏବଂ ତା'ର ମୃତ୍ୟୁ ଏହି ଅଞ୍ଚଳରେ ଆତଙ୍କବାଦୀ ନେଟୱାର୍କକୁ ଏକ ବଡ଼ ଝଟକା ଦେଇଛି ।