ଚଣ୍ଡିଖୋଲ ୨୨।୫: ରାଜ୍ୟରେ ଯୁକ୍ତ ଦୁଇ ବାଣିଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ବାବା ଭୈରବା ନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ । ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଚଣ୍ଡିଖୋଲ ସ୍ଥିତ ବାବା ଭୈରବା ନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ଚେହେତି ଜୈନ ବାଣିଜ୍ୟରେ ୫୬୪ ମାର୍କ ରଖି ବେଶ୍ ସଫଳତା ପାଇ ପାରିଛନ୍ତି । ସେ ଯୁକ୍ତ ଦୁଇ ବାଣିଜ୍ୟରେ ରାଜ୍ୟର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

କଠିନ ପରିଶ୍ରମ ବଳରେ ସେ ଏହି ସଫଳତା ପାଇ ପାଇଛନ୍ତି । ସେ ତାଙ୍କ ସଫଳତାର ଶ୍ରେୟ ସେ ନିଜ ଅଧ୍ୟାପକ ଓ ଅଭିଭାବକଙ୍କୁ ଦେଇଛନ୍ତି । ସେ ଭବିଷ୍ୟତରେ ମ୍ୟାନଜମେଣ୍ଟ ଦିଗରେ ଯିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ତାଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।