ନ୍ୟୁୟର୍କ: ବିଦେଶମନ୍ତ୍ରୀ ଏସ.ଜୟଶଙ୍କର ଶୁକ୍ରବାର ମିଳିତ ଜାତି ସଂଘରେ ଜଣେ ପାକିସ୍ତାନୀ ସାମ୍ବାଦିକଙ୍କୁ କଡ଼ା ଜବାବ ଦେଇଛନ୍ତି। ଏହି ଗଣମାଧ୍ୟମ ପ୍ରତିନିଧି ଆମେରିକାରେ ରହୁଥିବା ଶିଖ ବିଛିନ୍ନତାବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ସମ୍ପର୍କିତ ଆରୋପ ଉପରେ ଜୟଶଙ୍କରଙ୍କୁ ପ୍ରଶ୍ନ କରିଥିଲେ ଓ ଭାରତ ଉପରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବାର ଆରୋପ ଲଗାଇଥିଲେ। ୟୁଏନ ଜେନେରାଲ ଆସେମ୍ବ୍ଲି କାଳରେ ଏକ ପ୍ରେସ ବାର୍ତ୍ତା କାଳରେ ପଚରା ଯାଇଥିବା ପ୍ରଶ୍ନର ଜୟ ଶଙ୍କର କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ଏକ ଆତଙ୍କବାଦୀ ଦେଶର ଗଣମାଧ୍ୟମ ମୋତେ ଏହି ପ୍ରଶ୍ନ କରୁଛି?

ଏହି କଥୋପକଥନକୁ ନେଇ ସୋସିଆଲ ମିଡିଆରେ ଏବେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଆସୁଛି। ଅନେକ ଭାରତୀୟ ୟୁଜର ଜୟଶଙ୍କରଙ୍କ ଜବାବର ତାରିଫ କରୁଥିବା ବେଳେ ପାକିସ୍ତାନ ଉପରେ ଅନ୍ତର୍ଜାତୀୟ ମଞ୍ଚରେ ନିଜର ନ୍ୟାରେଟିଭ ଆଗକୁ ବଢାଇବାର ଉଦ୍ୟମ କରୁଥିବାର ଆରୋପ ଲଗାଇଛନ୍ତି। ଜୟଶଙ୍କର ୟୁଏନ ଜେନେରାଲ ଆସେମ୍ବ୍ଲିର ୮୧ତମ ଅଧିବେଶନ ପାଇଁ ନ୍ୟୁୟର୍କରେ ଅବସ୍ଥାନ କରୁଛନ୍ତି। ଏଥିରେ ସେ କମର୍ସିଆଲ ସିପିଙ୍ଗ ଉପରେ ଆକ୍ରମଣ ଓ ସମୁଦ୍ର ଯାତ୍ରୀଙ୍କ ସୁରକ୍ଷା ନେଇ ଉଦବେଗ ପ୍ରକାଶ କରିଛନ୍ତି।

ଏହା ପୂର୍ବରୁ ସିପିଙ୍ଗ ଓ ନାବିକଙ୍କ ସୁରକ୍ଷାକୁ ନେଇ ‘ଗ୍ରୁପ ଅଫ ପ୍ରେଣ୍ଡସ୍’ ଉଦଘାଟନ ବୈଠକରେ ଜୟଶଙ୍କର କହିଛନ୍ତି ଯେ ଭାରତ ଓ ଲାଇବେରିଆ କମର୍ସିଆଲ ଜାହାଜ ଓ ଚାଳକଦଳ ସଦସ୍ୟ ସାମ୍ନା କରୁଥିବା ବିପଦ ପ୍ରତି ଧ୍ୟାନ ଦେବା ଲାଗି ହାତ ମିଳାଇଛନ୍ତି। ସେ ଗଲ୍ଫ ଅଫ ଓମାନ, ଷ୍ଟ୍ରେଟ ଅଫ ହର୍ମୁଜ, ରେଡ ସି ଓ ବ୍ଲାକ୍ ସିରେ ନିକଟରେ ହୋଇଥିବା ଆକ୍ରମଣର ଉଲ୍ଲେଖ କରିଛନ୍ତି। ଯେଉଁଥିରେ ଭାରତୀୟ ନାବିକଙ୍କ ସମ୍ପର୍କିତ ଘଟଣା ମଧ୍ୟ ସାମିଲ ଥିଲା। ଜାତି ସଂଘରେ ଜୟଶଙ୍କର ଜୋର ଦେଇ କହିଛନ୍ତି ଯେ କମର୍ସିଆଲ ସିପିଙ୍ଗ ଓ ମର୍ଚାଣ୍ଟ ନାବିକଙ୍କ ଉପରେ ଆକ୍ରମଣର କୌଣସି ଔଚିତ୍ୟ ନାହିଁ।