ଜୟପୁର: ରାଜସ୍ଥାନର ଜୟପୁରରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଏକ ସାଧାରଣ ସଡ଼କ ଦୁର୍ଘଟଣାକୁ ନେଇ ରାସ୍ତା ମଝିରେ ଜଣେ ଯୁବତୀ ଏକ 'ରୟାଲ୍ ଏନଫିଲ୍ଡ ବୁଲେଟ୍' ବାଇକ୍‌କୁ ଭଙ୍ଗାରୁଜା କରୁଥିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Also Read: Balendra Shah Nepal PM: ରାପର୍‌ରୁ ସିଧା ପ୍ରଧାନମନ୍ତ୍ରୀ, ନେପାଳର ନୂଆ ବସ୍ ଭାବେ ଶପଥ ନେଲେ ୩୫ ବର୍ଷୀୟ ବାଲେନ୍ଦ୍ର ଶାହ

'ଣ ଥିଲା ପୂରା ଘଟଣା?

ସ୍କୁଟର ଓ ବାଇକ୍ ମଧ୍ୟରେ ଧକ୍କା: ଏହି ଘଟଣାଟି ଜୟପୁରର ବ୍ୟସ୍ତବହୁଳ ୨୨ ଗୋଦାମ ପୁଲିଆ ଅଞ୍ଚଳରେ ଘଟିଛି। ରିପୋର୍ଟ ଅନୁଯାୟୀ, ଯୁବତୀଙ୍କ ସ୍କୁଟର ଏବଂ ବୁଲେଟ୍ ବାଇକ୍ ମଧ୍ୟରେ ସାମାନ୍ୟ ଧକ୍କା ହେବା ପରେ ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଆରମ୍ଭ ହୋଇଥିଲା।

ପଥରରେ ବାଇକ୍‌କୁ ଛେଚିଲେ: ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ଯୁବତୀ ଜଣକ ରାଗିଯାଇ ରାସ୍ତାରୁ ପଥର ଉଠାଇ ବାଇକ୍‌ଟିକୁ ବାରମ୍ବାର ପିଟୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ସେଠାରେ ଉପସ୍ଥିତ ଥିବା ଲୋକେ ଏବଂ ୟୁନିଫର୍ମରେ ଥିବା ପୋଲିସ୍ କର୍ମଚାରୀମାନେ ମଧ୍ୟ ତାଙ୍କୁ ଅଟକାଇ ନଥିଲେ।

'ପୋଲିସ୍ ଡାକ, ମୋର କିଛି ଫରକ୍ ପଡ଼ିବନି': ଭିଡିଓରେ ଯୁବତୀ ଜଣକ ବାଇକ୍ ଚାଳକଙ୍କୁ ଧମକ ଦେଇ କହୁଛନ୍ତି, "ଯାଅ ପୋଲିସ୍ ଡାକ, ମୋର କିଛି ଫରକ୍ ପଡ଼ିବନି। ଯେକୌଣସି ପୋଲିସକୁ ଡାକିଲେ ବି ତୁମେ ମୋର କିଛି କରିପାରିବ ନାହିଁ।"

Also Read: BJD Mishran: ଗଜପତି ନିର୍ବାଚନମଣ୍ଡଳୀରେ ବଢ଼ିଲା ବିଜେଡିର ଶକ୍ତି, ଦଳରେ ମିଶିଲେ ବହୁ ବିଜେପି କର୍ମୀ

ପୋଲିସ୍ କାର୍ଯ୍ୟାନୁଷ୍ଠାନ ଏବଂ ଆପୋଷ ବୁଝାମଣା

  ଥାନାରେ ପହଞ୍ଚିଲା ମାମଲା: ପରେ ଏହି ମାମଲା ସୋଡାଲା ପୋଲିସ୍ ଷ୍ଟେସନରେ (Sodala Police Station) ପହଞ୍ଚିଥିଲା ଏବଂ ସେଠାରେ ଅଧିକାରୀମାନେ ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ।

  ନାହିଁ କୌଣସି ମାମଲା: ପୋଲିସ୍ ସ୍ପଷ୍ଟ କରିଛି ଯେ ଉଭୟଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଆପୋଷ ବୁଝାମଣା ହୋଇଛି ଏବଂ ଯୁବତୀଙ୍କ ବିରୋଧରେ କୌଣସି ଔପଚାରିକ ଅଭିଯୋଗ କିମ୍ବା ମାମଲା ରୁଜୁ ହୋଇନାହିଁ।

  ରାଜସ୍ଥାନ ପୋଲିସ୍‌ର ନିର୍ଦ୍ଦେଶ: ଅନ୍ୟପକ୍ଷରେ ରାଜସ୍ଥାନ ପୋଲିସ୍ ହେଲ୍ପଡେସ୍କ (Rajasthan Police HelpDesk) ଏହି ଭାଇରାଲ୍ ଭିଡିଓ ଉପରେ ପ୍ରତିକ୍ରିୟା ରଖି ଘଟଣାର ତଦନ୍ତ କରି ଅପଡେଟ୍ ଦେବାକୁ ଜୟପୁର ପୋଲିସ୍‌କୁ କହିଛି।