ଚେନ୍ନାଇ: ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର ୨’ ବକ୍ସ ଅଫିସରେ ଧମାଲ କରିବା ସହ ଖୁବ କାରବାର କରୁଛି। ଅକ୍ଟୋବର ୧୫ରେ ସିନେମାଘରକୁ ଆସିଥିବା ଏହି ଫିଲ୍ମ ଚାରି ଦିନରେ ୧୯୯ କୋଟିର ବ୍ୟବସାୟ କରିଥିଲା। ଆଉ ସୋମବାର ପଞ୍ଚମ ଦିନରେ ଫିଲ୍ମର କାରବାର ୨୦୦ କୋଟି ଟପିଛି।

ଡେ-୫ରେ କେତେ ହେଲା କାରବାର

‘ଜେଲର ୨’ ର ମୁକାବିଲା ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ରଣବାଲୀ’ ସହ ହେଉଛି। ତଥାପି ‘ଜେଲର ୨’ ଧମାକାଦାର ବ୍ୟବସାୟ କରି ଚାଲିଛି। ସୋମବାର ରିଲିଜର ପଞ୍ଚମ ଦିନରେ ଫିଲ୍ମ ସନ୍ଧ୍ୟା ୫ଟା ସୁଦ୍ଧା ୨୩.୦୭ କୋଟି ଟଙ୍କାର କାରବାର କରି ସାରିଛି। ଆଉ ଫିଲ୍ମର ୧୦ ହଜାର ୨୦ ଶୋ ଚାଲିଛି।

Also Read: ମୁମ୍ବାଇର ଜୁହୁରେ ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ଅଭିନେତା

ଏତିକି ଦିନରେ ଏତିକି କାରବାର

ଗୁରୁବାର- ୫୯.୭୦ କୋଟି

ଶୁକ୍ରବାର- ୩୭.୧୦ କୋଟି

ଶନିବାର- ୪୭.୨୫ କୋଟି

ରବିବାର- ୫୫.୮୫ କୋଟି

ସୋମବାର- ୨୩.୦୭ କୋଟି(ସନ୍ଧ୍ୟା ୫ଟା ସୁଦ୍ଧା)

ମୋଟ୍ କଲେକ୍ସନ- ୨୨୨.୯୭ କୋଟି

ଜେଲର ୨ର ଦମଦାର କାଷ୍ଟ

ଜେଲର ୨ ହେଉଛି ରଜନୀକାନ୍ତଙ୍କ ୨୦୨୩ରେ ରିଲିଜ ହୋଇଥିବା ‘ଜେଲର’ ସିକ୍ଵେଲ। ‘ଜେଲର ୨’ର ନିର୍ଦ୍ଦେଶନା ନେଲସନ ଦିଲୀପ କୁମାର ଦେଇଥିବା ବେଳେ ନିର୍ମାତା ହେଉଛନ୍ତି କଳାନିଧି ମାରାନ। ଏହି ଫିଲ୍ମ ପାଇଁ ରଜନୀକାନ୍ତ ୧୧୦ କୋଟି ଟଙ୍କା ନେଇଥିବା କୁହାଯାଉଛି।

Also Read: ଲାପତା ଲେଡିଜ୍ ଅଭିନେତା ସତେନ୍ଦ୍ର ସୋନିଙ୍କୁ ଆକ୍ରମଣ ଅଭିଯୋଗ!

ରଜନୀକାନ୍ତଙ୍କ ସହ ଫିଲ୍ମରେ ସୂର୍ଯ୍ୟା, ବିଦ୍ୟା ବାଲାନ, ରାମ୍ୟା କୃଷ୍ଣନ, ଯୋଗୀ ବାବୁ ଓ ସୁରଜ ଭେଞ୍ଜରାମୁଡୁ ପରି କଳାକାର ଅଛନ୍ତି। ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ଫିଲ୍ମରେ ଅଛନ୍ତି। ଜ୍ୟାକି ଶ୍ରଫ, ମୋହନଲାଲ ଓ ଶିବ ରାଜକୁମାରଙ୍କ ପରି ବଡ଼ କଳାକାର କେମିଓ ରୋଲରେ ଅଛନ୍ତି। ହ୍ରିତିକ ରୋଶନଙ୍କୁ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିଛି।