ନୂଆଦିଲ୍ଲୀ: ଆଧୁନିକ ଯୁଦ୍ଧ ଜିପିଏସ୍ ଉପରେ ସର୍ବାଧିକ ନିର୍ଭର । ଗାଇଡେଡ୍ ମିସାଇଲ୍, ଆର୍ଟିଲରୀ ଏବଂ ଡ୍ରୋନର ସଠିକ୍ ଲକ୍ଷ୍ୟ ଭେଦ ପାଇଁ ସାଟେଲାଇଟ୍ ସିଗ୍ନାଲରେ ପରିଚାଳିତ । କିନ୍ତୁ ଆମେରିକା ଏବେ ନିଜେ ଏହି ନିର୍ଭରତାକୁ ହ୍ରାସ କରିବା ଦିଗରେ ଆଗକୁ ବଢୁଛି । ଜୁଲାଇ ୨୦୨୬ରେ ଆମେରିକୀୟ ସ୍ଥଳ ସେନା, ନୌସେନା, ବାୟୁ ସେନା ଦକ୍ଷିଣ କାଲିଫର୍ଣ୍ଣିଆ ସମୁଦ୍ରରେ ପ୍ରଥମ ଥର ହାମର ଅଫ୍ ଦି ଗଡ୍ସ ନାମକ ଏକ ସିଷ୍ଟମ ପରୀକ୍ଷଣ କରିଥିଲା । ଏହା ଲୋ-ସିଗ୍ନେଚର ଏମିଟର୍ ଜିପିଏସ୍ ଓ ଅନ୍ୟନ୍ୟ ସିଗ୍ନଲାନକୁ ଗୋଟିଏ କ୍ଷେତ୍ରରେ ଜାମ କରି ଦେଇଥାଏ ।

ପ୍ରଣାଳୀ ଏକ ପାରମ୍ପରିକ ଅସ୍ତ୍ର ନୁହେଁ। ଏହା କୌଣସି କ୍ଷେପଣାସ୍ତ୍ର କିମ୍ବା ବୋମା ନିକ୍ଷେପ କରେ ନାହିଁ । ଏହା ବଦଳରେ, ପୋଜିସନିଂ, ନାଭିଗେସନ୍ ଏବଂ ଟାଇମିଂ (PNT) ସିଗନାଲଗୁଡ଼ିକୁ ବାଧା ଦେବା ପାଇଁ ଇଲେକ୍ଟ୍ରୋନିକ୍ ତରଙ୍ଗ ନିର୍ଗତ କରେ । ଗତ ଦୁଇ ବର୍ଷ ଧରି ଭୂପୃଷ୍ଠ ସ୍ତରରେ ଏହାର ଅଭ୍ୟାସ କରାଯାଉଥିଲା । ପ୍ରଥମ ଥର ପାଇଁ ସମୁଦ୍ରିକ ପରୀକ୍ଷଣ କରାଯାଇଛି । ପ୍ରଥମ ଥର ପାଇଁ ଏହି ପ୍ରଣାଳୀକୁ ଏକ ଜାହାଜରୁ ଲଞ୍ଚ, ପରିଚାଳନା ଏବଂ ଫେରାଇ ଅଣାଯାଇଛି ।

ସ୍ପେସ୍ ଫୋର୍ସ ପାସିଫିକର ଲେଫ୍ଟନାଣ୍ଟ କର୍ଣ୍ଣେଲ ଡାରିନ୍ ହଲ୍ ସ୍ପଷ୍ଟ ଭାବେ କହିଛନ୍ତି, ପିଏନଟି ହେଉଛି ଆଧୁନିକ ସାମରିକ ଅଭିଯାନର ମୂଳଦୁଆ । ଏହାକୁ ହଟାଇ ଦେଲେ ଦୂରଗାମୀ ତୋପ, ଗାଇଡେଡ୍ ମିସାଇଲ୍ ଏବଂ କ୍ରୁଜ୍ ଅସ୍ତ୍ରଶସ୍ତ୍ରର ସଠିକତା ନଷ୍ଟ ହୋଇଯାଏ । ଜିପିଏସ୍ ବିନା ଯୁଦ୍ଧ କରିବା ଶିଖିବା ପାଇଁ ଆମେରିକା ଏହି ଅସ୍ତ୍ରଶସ୍ତ୍ର ବିକଶିତ କରୁଛି । ଚୀନ୍ ଏବଂ ରୁଷ ମଧ୍ୟ ଏପରି ଜ୍ୟାମର ରଖିଛନ୍ତି । ରୁଷ ପ୍ରତିଦିନ ୟୁକ୍ରେନ ଏବଂ ବାଲ୍ଟିକ୍ ସାଗରରେ ସେଗୁଡ଼ିକୁ ବ୍ୟବହାର କରେ ।

ଜିପିଏସ୍ ଜାମ୍ କରିବା ଏବେ ସହଜ । ସିଗନାଲ ହଜିଗଲେ କିପରି ନାଭିଗେସନ୍ ଜାରି ରଖିବେ ତାହା ହେଉଛି ଆଜି ସମୟର ପ୍ରକୃତ ଆବଶ୍ୟକତା । ଏହିଠାରେ କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ଉଭା ହେଉଛି । ଆଟମିକ୍ କ୍ଲକ୍ ସାଟେଲାଇଟ୍ ବିନା ସଠିକ୍ ଭାବରେ ସମୟ ରଖେ । ମ୍ୟାଗ୍ନେଟୋମିଟର୍ ପୃଥିବୀର ଚୁମ୍ବକୀୟ ସ୍ତରକୁ ଏକ ମାନଚିତ୍ର ପରି ପଢ଼େ । କୋଲ୍ଡ ଆଟମ୍ ଏସ୍କେଲେରୋମିଟର ଗତିକୁ ସଠିକ୍ ଭାବରେ ଟ୍ରାକ୍ କରନ୍ତି, ଯେତେବେଳେ ପୁରୁଣା ଜାଇରୋସ୍ ଡ୍ରିଫ୍ଟ କରନ୍ତି ।

ଆମେରିକୀୟ ବାୟୁସେନା ଏହାକୁ ସି-୧୭ ବିମାନରେ ଉଡ଼ାଇଛି । ଜିପିଏସ୍ ବନ୍ଦ ଥିବା ସମୟରେ ସାମରିକ ଇନର୍ଶିୟଲ ପ୍ରଣାଳୀ ଅପେକ୍ଷା Q-CTRL କମ୍ପାନି ୫୦ ଗୁଣ ଭଲ ସଠିକତା ପ୍ରଦର୍ଶନ କରିଛି । ଏହି ବିକାଶ ଦର୍ଶାଉଛି ଯେ ଭବିଷ୍ୟତର ଯୁଦ୍ଧ ଏକ GPS-ମୁକ୍ତ ପରିବେଶରେ ଲଢ଼ାଯିବ । କ୍ୱାଣ୍ଟମ୍ ନାଭିଗେସନ୍ରେ ଶ୍ରେଷ୍ଠତା ହାସଲ କରୁଥିବା ଦେଶଗୁଡ଼ିକ ସଠିକ୍ ଆକ୍ରମଣକୁ ବଜାୟ ରଖିପାରିବେ । ଆମେରିକା, ଚୀନ୍ ଏବଂ ରୁଷ ସମସ୍ତେ ଏହି ଦିଗରେ କାର୍ଯ୍ୟ କରୁଛନ୍ତି । ଏହା ଭାରତ ଭଳି ଦେଶ ଏଥିରୁ ଶିକ୍ଷା ନେଇ ସ୍ୱଦେଶୀ ବିକଳ୍ପ ବିକାଶ କରିବା ଅତ୍ୟନ୍ତ ଜରୁରି ।