ଗୌହାଟୀ: ବର୍ଷ ବଦଳିଛି, ସବୁ କିଛି ବଦଳିଯାଇଛି । ଖାସ୍ କରି ରବିନ୍ଦ୍ର ଜାଡେଜାଙ୍କ ପାଇଁ । IPL ୨୦୨୬ ପୂର୍ବ ପରି ନାହିଁ । ଟିମ୍ ବଦଳିଛି, ଜର୍ସି କଲର ବି ଚେଞ୍ଜ । ପରିସ୍ଥିତି ଏଠି ସଂପୂର୍ଣ୍ଣ ଓଲଟା । ସେ ଗତ ସିଜନରେ ଯେଉଁ ଦଳ ପାଇଁ ବିଜୟ ଚେଷ୍ଟା କରୁଥିଲେ ସେହି ଦଳ ବିପକ୍ଷରେ ତାଙ୍କର ଟିମ୍ ଆରମ୍ଭ କରିଛି ବିଜୟ ଅଭିଯାନ ।

ଏଥର, ରବିନ୍ଦ୍ର ଜାଡେଜା ରାଜସ୍ଥାନ ରୟାଲ୍ସରେ ଖେଳୁଛନ୍ତି । ସେ CSK ବିପକ୍ଷରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳି ଦୁଇଟି ମୂଲ୍ୟବାନ ୱିକେଟ୍ ନେଇଥିଲେ । ଯାହା ତାଙ୍କ ପୂର୍ବ ଦଳର ମେରୁଦଣ୍ଡ ଭାଙ୍ଗିବାରେ ସାହାଯ୍ୟ କରିଥିଲା। ତଥାପି RR vs CSK ମ୍ୟାଚ୍ ସମୟରେ ମୈଦାନରେ କାନ୍ଦୁଥିବା ନଜର ଆସିଥିଲେ ରବିନ୍ଦ୍ର ଜାଡେଜା । ଭିଡିଓ ଭାଇରାଲ ହେବା ପରେ ଅନେକଙ୍କ ମନରେ ପ୍ରଶ୍ନ କାହିଁକି କାନ୍ଦିଲେ ଜଦ୍ଦୁ ? ଆଉ ଉତ୍ତର ହେଉଛି: ବୋଧହୁଏ ପୁରୁଣା ପ୍ରେମ।

ଲାଇଭ୍ ମ୍ୟାଚରେ କାହିଁକି କାନ୍ଦିଲେ ରବିନ୍ଦ୍ର ଜାଡେଜା ?

ରବୀନ୍ଦ୍ର ଜାଡେଜାଙ୍କ ପୁରୁଣା ପ୍ରେମ ତାଙ୍କ ପୂର୍ବତନ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗସ୍ । ଏହା ସମସ୍ତଙ୍କୁ ପ୍ରାୟ ଜଣା । ଯାହା ପାଇଁ ତାଙ୍କ ଭାବନା ଲୁହ ଆକାର ବୋହି ଆସିଥିଲା । କାରଣ ମ୍ୟାଚ୍ ସମୟରେ CSK ପ୍ରଶଂସକମାନେ ପଡ଼ିଆରେ ଜଦ୍ଦୁ ଜଦ୍ଦୁ କହି ଚିଲାଇଥିଲେ । ଏହି ଘଟଣା ଲାଇଭ୍ ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗସ୍ ର ଇନିଂସର ୯ମ ଓଭର ସମୟରେ ଘଟିଥିଲା। ଜାଡେଜା ସେତେବେଳେ ବାଉଣ୍ଡରୀ ପାଖରେ ଫିଲ୍ଡିଂ କରୁଥିଲେ। ଆଉ ପ୍ରଶଂସକଙ୍କ ଚିଅର ଅପ୍ ପରେ ଇମୋସନାଲ ହୋଇପଡିଥିଲେ ସାର୍ ଜାଡେଜା ।

Also Read...ଜାଡେଜା ବୋଲିଂରେ ଘାଇଲା ଚେନ୍ନାଇ, ଓ୍ୱିକେଟ ନେବା ପରେ ହାତରେ ବନ୍ଧୁକ ଦେଖାଇ କଲେ ସେଲିବ୍ରେସନ

'ପୁରୁଣା ପ୍ରେମ'କୁ ଦେଖି କିସ୍‌

ରବୀନ୍ଦ୍ର ଜାଡେଜା ତାଙ୍କ ପୂର୍ବତନ ଫ୍ରାଞ୍ଚାଇଜ୍ CSK ବିପକ୍ଷ ମ୍ୟାଚ୍ରେ ୩ ଓଭରରେ ୧୮ ରନ ଦେଇ ୨ ୱିକେଟ୍ ନେଇଥିଲେ । ତାଙ୍କର ଅବଦାନ ବଳରେ ରାଜସ୍ଥାନ ମାତ୍ର ୮ ୱିକେଟ୍‌ରେ ମ୍ୟାଚ୍ ଜିତିଥିଲା। ଏହି ବିଜୟ ପରେ, ରବିନ୍ଦ୍ର ଜାଡେଜାଙ୍କ ପୁରୁଣା ପ୍ରେମ ପ୍ରତି ଭାବନା ପୁଣି ଥରେ ସ୍ପଷ୍ଟ ହୋଇଥିଲା । ଏହା ସେତେବେଳେ ଘଟିଥିଲା ଯେତେବେଳେ ସେ CSK ଖେଳାଳି ଖଲିଲ୍ ଅହମ୍ମଦଙ୍କ ସହ କଥା ହେବାକୁ ଯାଇଥିଲେ ।

The best moment of tonight’s match was, when Jaddu kissed CSK logo on khaleel ahmad’s chest while having a conversation with khaleel. Jaddu still love and respect CSK🥺💛pic.twitter.com/RDASHgg70e

— seema. (@moviemaniacs_7)March 30, 2026

ରବୀନ୍ଦ୍ର ଜାଡେଜା ଖଲିଲ୍ ଅହମ୍ମଦଙ୍କ ସହ କଥା ହେଉଥିଲେ । ପ୍ରଥମେ, ତାଙ୍କ ଜର୍ସିରେ CSK ଲୋଗୋ ଦେଖି ସେ ତାଙ୍କୁ ଚୁମ୍ବନ ଦେଇଥିଲେ । ଏହା ଦର୍ଶାଉଛି ଯେ ଯଦିଓ ରବିନ୍ଦ୍ର ଜାଡେଜାଙ୍କ ଠିକଣା IPL ୨୦୨୬ରେ ପରିବର୍ତ୍ତନ । ସ୍ପଷ୍ଟ ଜଣାପଡୁଛି କି, ସେ ସିନା ଦଳ ଛାଡିଛନ୍ତି କିନ୍ତୁ ମନ ତାଙ୍କର ରହିଯାଇଛି ସିଏସ୍‌କେ । କେଉଁଠି ନା କେଉଁଠି ସିଏସ ପ୍ରତି ଜଦ୍ଦୁଙ୍କ ଦୁର୍ବଳତା ରହିଛି ।

ଛାଡିବା ସହଜ ନଥିଲା:​​​​​​​

ରବିନ୍ଦ୍ର ଜାଡେଜାRR vs CSK ମ୍ୟାଚ୍ ପରେ ରବିନ୍ଦ୍ର ଜାଡେଜା କହିଥିଲେ ଯେ ୧୨-୧୩ ବର୍ଷ ଧରି CSK ପାଇଁ ଖେଳିବା ପରେ RRକୁ ଯିବା ତାଙ୍କ ପାଇଁ ସହଜ ନଥିଲା । ଶାନ୍ତ ହେବାକୁ କିଛି ସମୟ ଲାଗିଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଜଣେ CSK ସମର୍ଥକ ପଡ଼ିଆରେ ତାଙ୍କ ନାମ ଡାକିଲେ । ସେ ତାଙ୍କ ଭାବନା ଉପରେ ନିୟନ୍ତ୍ରଣ ହରାଇଲେ । ତାଙ୍କ ଆଖି ଲୁହରେ ଭରିଗଲା।