ନୂଆଦିଲ୍ଲୀ: ବଡ଼ ଧରଣର ଛଟେଇ ଯୋଜନା କରୁଛି ଆଇଟି ଜାଏଣ୍ଟ କଗ୍ନିଜାଣ୍ଟ। କୁହାଯାଇଛି ଏହି ଛଟେଇରେ ସାରା ବିଶ୍ବରେ କମ୍ପାନିର ପ୍ରାୟ ୧୫ ହଜାର କର୍ମଚାରୀ ପ୍ରଭାବିତ ହେବେ। ବଡ଼ କଥା ହେଲା ସବୁଠାରୁ ଅଧିକ ପ୍ରଭାବିତ ହେବେ ଭାରତୀୟ କର୍ମଚାରୀ। କାରଣ ଭାରତରେ ହିଁ ସବୁଠାରୁ ଅଧିକ କର୍ମଚାରୀଙ୍କ ଛଟେଇ ହେବ।  ମନିକଣ୍ଟ୍ରୋଲର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ହିଁ ସର୍ବାଧିକ ସଂଖ୍ୟକ ଚାକିରି ଯିବ। ଏହି ଛଟେଇ ଚଳିତ ବର୍ଷ ଓରାକେଲ ଏବଂ ଆମାଜନ ପରେ ଟେକ୍ ଇଣ୍ଡଷ୍ଟ୍ରିରେ ସବୁ ବଡ଼

ସୂଚନାଯୋଗ୍ୟ, କଗ୍ନିଜାଣ୍ଟରେ ୩ ଲକ୍ଷ ୫୭ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ଯେଉଁଥିରୁ ଅଢ଼େଇ ଲକ୍ଷ କର୍ମଚାରୀ କେବଳ ଭାରତରେ ଅଛନ୍ତି। ଯଦିଓ କମ୍ପାନୀ ଏପର୍ଯ୍ୟନ୍ତ ଛଟେଇର ସଠିକ୍ ସଂଖ୍ୟା ଘୋଷଣା କରିନାହିଁ। ତଥାପି ରିପୋର୍ଟ ଅନୁଯାୟୀ ୧୨ ହଜାରରୁ ୧୫ ହଜାର କର୍ମଚାରୀ ଚାକିରି ହରାଇପାରନ୍ତି।

Also Read: ବଢ଼ୁଛି ଆର୍ଥିକ ଚାପ, ୨୦୦୦ କର୍ମଚାରୀ ଛଟେଇ କରିବ ବିବିସି​​​​​​​

କମ୍ପାନି ନିଜର ପରିଚାଳନା ଗତ ଢାଞ୍ଚାରେ ପରିବର୍ତ୍ତନ କ୍ରମେ ଏହି ଛଟେଇ କରୁଥିବା ବେଳେ,  ଛଟେଇ କରାଯିବାକୁ ଥିବା କର୍ମଚାରୀଙ୍କୁ କ୍ଷତିପୂରଣ ଏବଂ ଅନ୍ୟାନ୍ୟ ସୁବିଧା ସମେତ ସେଭରେନ୍ସ କଷ୍ଟ୍ ମଧ୍ୟ ଦିଆଯାଇପାରେ। କୁହାଯାଇଛି 'ପ୍ରୋଜେକ୍ଟ ଲିପ୍' ଅଧୀନରେ ସ୍ଥିର ହୋଇଥିବା ବଜେଟ୍ ଅନୁସାରେ, କମ୍ପାନୀ ଛଟେଇ ଆକଳନ କରିଥିଲା।