ନୂଆଦିଲ୍ଲୀ: ପ୍ରାୟ ଦଶନ୍ଧି ପରେ କର୍ମଚାରୀ ଛଟେଇ କରିବାକୁ ବାହାରିଛି ବ୍ରିଟିସ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି)। ୟୁକେର ଏହି ମିଡିଆ କମ୍ପାନୀ ନିଜ କର୍ମଚାରୀ ସଂଖ୍ୟା ହ୍ରାସ କରିବ। ପ୍ରାୟ ୨୦୦୦ ହଜାର କର୍ମଚାରୀ ଛଟେଇ କରିବ ବିବିସି। ଆସନ୍ତା ୨ ବର୍ଷ ପାଇଁ ୫୦୦ ମିଲିଅନ ପାଉଣ୍ଡ ସଞ୍ଚୟ କରିବାକୁ କମ୍ପାନୀ ଟାର୍ଗେଟ କରୁଥିବାରୁ ଏହି ଛଟେଇ କରିବ।

ଏନେଇ ବୁଧବାର କମ୍ପାନୀ ଏକ ବୈଠକ ଡକାଇଥିଲା। ବୈଠକରେ ଛଟେଇ ନେଇ ଘୋଷଣା କରାଯାଇଛି। ଏଥିରୁ କମ୍ପାନୀ ଉପରେ ପଡ଼ୁଥିବା ଆର୍ଥିକ ଚାପ, ଦୁର୍ବଳ ଲାଇସେନ୍ସ ଫି ଆଦି ସମସ୍ୟାକୁ ନେଇ କମ୍ପାନୀ ଉପରେ କେତେ ଚାପ ପଡ଼ୁଛି, ତାହା ଏଥିରୁ ସ୍ପଷ୍ଟ ହେଉଛି।

ଏନେଇ ବିବିସିର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ରୋଡ୍ରି ତାଲଫାନ ଡେଭିସ୍ କର୍ମଚାରୀମାନଙ୍କ ଉପରେ ପ୍ରଭାବକୁ ସ୍ୱୀକାର କରି କହିଛନ୍ତି। ଏହା ସତ୍ତ୍ୱେ ବି ଆମକୁ ଏହି ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

Alos Read- India’s Household Debt: ବିକାଶ ପଥରେ ଚାଲୁ ଚାଲୁ ଋଣ ଗାଡ଼ିଆରେ ବୁଡ଼ି ଯାଉଛି ଭାରତ; ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଘରୋଇ ଋଣ

ତାଲଫାନ ଏହି ନିଷ୍ପତ୍ତି ପାଇଁ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି, ଲାଇସେନ୍ସ ଫି ଆୟ ଉପରେ ଚାପ ଏବଂ ଏକ ଅସ୍ଥିର ବିଶ୍ୱ ଅର୍ଥନୀତିକୁ ଦାୟୀ କରିଛନ୍ତି, ଯାହା ସମଗ୍ର ସଂଗଠନର କାର୍ଯ୍ୟକାରୀତାକୁ କଡ଼ାକଡ଼ି କରିଛି ବୋଲି ସେ କହିଛନ୍ତି। ଚଳିତ ବର୍ଷ ଆରମ୍ଭରେ, ବିବିସି କମ୍ପାନୀ ଉପରେ ଆର୍ଥିକ ଚାପ ପଡ଼ୁଛି ବୋଲି କହିଥିଲା। ଏବଂ ୨୦୨୯ ସୁଦ୍ଧା ଏହାର ବଜେଟର ପ୍ରାୟ ୧୦ ପ୍ରତିଶତ ହ୍ରାସ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା। ୧ ଏପ୍ରିଲ ୨୦୨୭ କମ୍ପାନୀ ସଞ୍ଚୟ କରିବା ଆରମ୍ଭ କରିଦେଉଛି।

Aslo Read-300 Freshers Layoff: 'ଇଣ୍ଟର୍ଣ୍ଣସିପ ଦେଇଛୁ ଚାକିରି ନୁହେଁ, ଟ୍ରେନିଂ ସରିଲା ଆଉ କୁଆଡେ ଚାକିରି ଖୋଜ'