ନୂଆଦିଲ୍ଲୀ ,୩୧ /୧୦-; ଇସ୍ରାଏଲରେ ନିର୍ବାଚନର ଫଳାଫଳ ପ୍ରକାଶ ପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଥିବା ବେଞ୍ଜାମିନ ନେତନ୍ୟାହୁଙ୍କ ବିପକ୍ଷେରେ ଜନ ଅସନ୍ତୋଷ ତେଜିଛି। ରାସ୍ତାକୁ ଓହ୍ଲାଇ ନେତନ୍ୟାହୁଙ୍କ ଇସ୍ତଫା ମାଗୁଛନ୍ତି ଜନତା। ସେପଟେ ବିପକ୍ଷ କହୁଛି ଆରବ ପାର୍ଟି ସହିତ ମିଶିକି ସରକାର ଗଢିବୁ। ନେତନ୍ୟାହୁଙ୍କୁ ବିରୋଧ କରି ରାଜଧାନୀ ତେଲ ଅଭିବରେ ଅଧିକ ସଂଖ୍ୟକ ପ୍ରଦର୍ଶନକାରୀଙ୍କ ଜମା ହେବା କାରଣରୁ ଜାନବହନ ଚଳାଚଳରେ ମଧ୍ୟ ସମସ୍ୟା ଦେଖିବାକୁ ମିଳିଛି।କିଛି ପ୍ରଦର୍ଶନକାରୀ କହୁଥିଲେ ଆରବ ଏବଂ ୟହୁଦି ସାଥିରେ ରହିଲେ ହିଁ ସରକାର ଗଢିବା ସମ୍ଭବ ହେବ। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଆରବ ପାର୍ଟିର ମୋଟ ୧୯ ଆସନରେ ଏମିତି କଣ ଅଛି ଯାହା ଇସ୍ରାଇଲର ରାଜନୈତିକ ଗଣିତକୁ ବଦଳେଇଦେବାର କ୍ଷମତା ରଖୁଛି ?ଏହି ରାଜନୈତିକ ଗଣିତକୁ ବୁଝିବାକୁ ହେଲେ ପ୍ରଥମେ ଇସ୍ରାଏଲ ନିର୍ବଚନର ଫଳାଫଳକୁ ବୁଝିବାକୁ ହେବ। ଇସ୍ରାଏଲର ୨୦୨୬ ସାଧାରଣ ନିର୍ବାଚନ ଫଳାଫଳ ଦେଶର ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି।

ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଲିକୁଡ୍ ଦଳ ସବୁଠାରୁ ବଡ଼ ଏକକ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ତାଙ୍କ ନେତୃତ୍ୱାଧୀନ ମେଣ୍ଟ ସଂସଦରେ ବହୁମତ ହାସଲ କରିପାରି ନାହିଁ। ୧୨୦ ଆସନ ବିଶିଷ୍ଟ ଇସ୍ରାଏଲ ସଂସଦ କନେସେଟ୍ରେ ସରକାର ଗଠନ ପାଇଁ ୬୧ଟି ଆସନ ଆବଶ୍ୟକ। ହେଲେ ନେତାନ୍ୟାହୁଙ୍କ ମେଣ୍ଟ ମାତ୍ର ୫୩ଟି ଆସନରେ ସୀମିତ ରହିଛି। ଅନ୍ୟପଟେ ବିରୋଧୀ ମେଣ୍ଟ ୪୮ଟି ଏବଂ ଆରବ ସମର୍ଥିତ ଦଳଗୁଡ଼ିକ ୧୯ଟି ଆସନ ହାସଲ କରିଛନ୍ତି। ଏହି ଫଳାଫଳ ପରେ ନେତାନ୍ୟାହୁଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା ବଢ଼ିଛି।ଏଠାରେ ଗୋଟିଏ କଥା ବୁଝିବା ନିହାତି ଜରୁରୀ। ନେତନ୍ୟାହୁଙ୍କ ଦଳ ସବୁଠାରୁ ଅଧିକ ଆସନ ପାଇଛି। କିନ୍ତୁ ତାଙ୍କ ମେଣ୍ଟ ୬୧ ଆସନର ମ୍ୟାଜିକ୍ ନମ୍ବରଠାରୁ ୮ଟି ଆସନ ପଛରେ ରହିଛି। ତେଣୁ ସଂସଦୀୟ ବହୁମତ ପାଇବାରେ ଅସଫଳ ହୋଇଛି ନେତାନ୍ୟାହୁଙ୍କ ମେଣ୍ଟ।କାହିଁକି ବହୁମତ ହରାଇଲେ ନେତନ୍ୟାହୁ?ଏହା ପଛରେ ଅନେକ ରାଜନୈତିକ କାରଣ ରହିଛି ସବୁଠାରୁ ବଡ କାରଣ ହେଉଛି ଆରବ ଭୋଟରଙ୍କ ଅଭୁତପୂର୍ବ ମତଦାନ।

ଏହି ନିର୍ବାଚନରେ ଆରବ ଭୋଟରଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ଇସ୍ରାଏଲରେ ରହୁଥିବା ଆରବ ନାଗରିକମାନେ ଏଥର ଅଧିକ ସଂଖ୍ୟାରେ ଭୋଟ ଦେଇଛନ୍ତି। ଫଳରେ ଆରବ ସମର୍ଥିତ ରାଜନୈତିକ ଦଳଗୁଡ଼ିକ ମୋଟ ୧୯ଟି ଆସନ ହାସଲ କରିଛନ୍ତି। ପୂର୍ବ ନିର୍ବାଚନ ତୁଳନାରେ ସେମାନଙ୍କର ସଂସଦୀୟ ପ୍ରତିନିଧିତ୍ୱ ପ୍ରାୟ ଦୁଇଗୁଣ ବଢିଛି । ବିଶ୍ଳେଷକଙ୍କ ମତରେ, ନେତନ୍ୟାହୁ ସରକାରଙ୍କ ନୀତିକୁ ନେଇ ଆରବ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ରହିଥିଲା। ତେଣୁ ଏଥର ସେମାନେ ଭୋଟ ମାଧ୍ୟମରେ ସରକାର ପରିବର୍ତ୍ତନର ଉଦ୍ୟମ କରିଥିଲେ।

ଠିକ ସେହିଭଳି ଦ୍ୱତୀୟ କାରଣ ହେଉଛି ବିରୋଧୀ ଦଳଗୁଡ଼ିକର ଏକଜୁଟ୍ ହେବା। ନେତନ୍ୟାହୁଙ୍କ ବିରୋଧରେ ବିଭିନ୍ନ ବିଚାରଧାରାର ଦଳ ଏକାଠି ହୋଇଛନ୍ତି। ପୂର୍ବତନ ସେନା ମୁଖ୍ୟ ଗାଦି ଆଇଜେନକୋଟଙ୍କ ନେତୃତ୍ୱରେ ବିରୋଧୀ ମେଣ୍ଟ ୪୮ଟି ଆସନ ପାଇଛି। ଏହାସହିତ ଆରବ ସମର୍ଥିତ ଦଳଗୁଡ଼ିକର ୧୯ଟି ଆସନକୁ ଯଦି ଯୋଡି ଦିଆଯାଏ ତେବେ ମୋଟ ସଂଖ୍ୟା ୬୭ ହେଉଛି। ଅର୍ଥାତ୍ ଆରବ ଦଳଗୁଡ଼ିକର ସମର୍ଥନ ମିଳିଲେ ବିରୋଧୀ ମେଣ୍ଟ ସଂସଦରେ ବହୁମତ ହାସଲ କରିପାରିବ। କିନ୍ତୁ ଏଥିରେ ଏକ ବଡ଼ ସମସ୍ୟା ରହିଛି। ଇସ୍ରାଏଲର ଅନେକ ୟହୁଦୀ ରାଜନୈତିକ ନେତା ଆରବ ଦଳଗୁଡ଼ିକ ସହ ମିଶି ସରକାର ଗଠନ କରିବାକୁ ରାଜି ନୁହନ୍ତି। ତେଣୁ ୬୭ ଆସନର ଗଣିତ ଥିଲେ ମଧ୍ୟ ସରକାର ଗଠନ ଏତେ ସହଜ ନୁହେଁ।

ଅନ୍ୟପଟେ ଯଦି ଆମେ ଦେଖିବା ପୂର୍ବରୁ ନେତନ୍ୟାହୁଙ୍କ ମେଣ୍ଟ ପାଖରେ ସର୍ବାଧିକ ୬୮ଟି ଆସନର ସମର୍ଥନ ଥିଲା। ଏବେ ତାହା ୫୩କୁ ଖସି ଆସିଛି। ଅର୍ଥାତ୍ ପୂର୍ବ ସ୍ଥିତି ତୁଳନାରେ ତାଙ୍କ ମେଣ୍ଟ ୧୫ଟି ଆସନ ହରାଇଛି। ଏହା ନେତନ୍ୟାହୁଙ୍କ ରାଜନୈତିକ ପ୍ରଭାବରେ ହ୍ରାସ ଘଟିଥିବାର ସଙ୍କେତ ଦେଉଛି। ତେବେ ତାଙ୍କ ଲିକୁଡ୍ ଦଳ ଏବେ ବି ସବୁଠାରୁ ବଡ଼ ଏକକ ଦଳ ରହିଥିଲେ ମଧ୍ୟ ପୂର୍ବ ଅପେକ୍ଷା ଲୋକପ୍ରିୟତା କମିବା ନେତନ୍ୟହୁଙ୍କ ମେଣ୍ଟ ପାଇଁ ଚିନ୍ତା କାରଣ ପାଲଟିଛି lଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଦେଶରେ ଆଗାମୀ ସରକାର କିଏ ଗଢ଼ିବ? ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ପୁଣି କ୍ଷମତାକୁ ଫେରିବେ ନା ତାଙ୍କର ଦୀର୍ଘଦିନର ରାଜନୈତିକ ବିରୋଧୀ ଗାଦି ଆଇଜେନକୋଟଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ହେବ? ନିର୍ବାଚନରେ କୌଣସି ମେଣ୍ଟ ବହୁମତ ପାଇନଥିବାରୁ ଏହି ପ୍ରଶ୍ନ ଜଟିଳ ହୋଇଛି।

 

also read- ରୁଷିଆର ତୈଳ ବିଶୋଧନାଗାର ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ, ଆକାଶରେ ଧୂଆଁର ବିଶାଳ ସ୍ତମ୍ଭ

ସରକାର ଗଠନ ପାଇଁ ରହିଛି ୪ଟି ବଡ଼ ସମ୍ଭାବନା

୧. ଗାଦି ଆଇଜେନକୋଟଙ୍କ ନେତୃତ୍ୱରେ ସରକାରବିରୋଧୀ ମେଣ୍ଟର ୪୮ଟି ଆସନ ରହିଛି। ଆରବ ସମର୍ଥିତ ଦଳର ୧୯ଟି ଆସନ ମିଶିଲେ ମୋଟ ୬୭ ହେଉଛି। ଏହା ବହୁମତଠାରୁ ୬ଟି ଅଧିକ। ଆରବ ଦଳଗୁଡ଼ିକ ସରକାରରେ ସିଧାସଳଖ ସାମିଲ ନହୋଇ ବାହାରୁ ସମର୍ଥନ ଦେଲେ ମଧ୍ୟ ଆଇଜେନକୋଟଙ୍କ ପାଇଁ ସରକାର ଗଠନର ରାସ୍ତା ଖୋଲିପାରେ। କିନ୍ତୁ ଏଥିରେ ବଡ଼ ବାଧା ହେଉଛି ବିରୋଧୀ ମେଣ୍ଟର କିଛି ୟହୁଦୀ ରାଜନୈତିକ ଦଳ ଆରବ ଦଳଙ୍କ ସହ ମେଣ୍ଟ କରିବାକୁ ରାଜି ନୁହନ୍ତି।

୨. ନେତନ୍ୟାହୁ ପୁଣି ଗଢ଼ିପାରନ୍ତି ସରକାରନେତନ୍ୟାହୁଙ୍କ ମେଣ୍ଟ ପାଖରେ ୫୩ଟି ଆସନ ରହିଛି। ବହୁମତ ପାଇଁ ଆଉ ୮ଟି ଆସନ ଆବଶ୍ୟକ। ସେ ଅନ୍ୟ ଛୋଟ ଦଳ କିମ୍ବା ବିରୋଧୀ ମେଣ୍ଟର କିଛି ସାଂସଦଙ୍କ ସମର୍ଥନ ହାସଲ କରିବାକୁ ଉଦ୍ୟମ କରିପାରନ୍ତି। ଏଥିପାଇଁ ନାଫତାଲି ବେନେଟ୍ ଏବଂ ଆଭିଗଡୋର ଲିବରମ୍ୟାନଙ୍କ ଭଳି ନେତାଙ୍କ ଭୂମିକା ଚର୍ଚ୍ଚାରେ ରହିଛି। ତେବେ ନେତାନ୍ୟାହୁଙ୍କ ସହ ସେମାନଙ୍କର ରାଜନୈତିକ ମତଭେଦ ଥିବା କାରଣରୁ ଏହା କେତେ ଦୂର ସମ୍ଭବ ତାହା ଆଗୁଆ ଆକଳନ କରିବା କଷ୍ଟକର ।

୩. ଜାତୀୟ ଏକତା ସରକାରଆଉ ଏକ ବିକଳ୍ପ ହେଉଛି ନେତାନ୍ୟାହୁଙ୍କ ଲିକୁଡ୍ ଦଳ ଏବଂ ଆଇଜେନକୋଟଙ୍କ ବିରୋଧୀ ମେଣ୍ଟ ମିଶି ସରକାର ଗଠନ କରିବା।ଏହି ଦୁଇ ମେଣ୍ଟର ମୋଟ ଆସନ ୧୦୧। ଏପରି ସରକାର ଗଠନ ହେଲେ ଆରବ ଦଳଙ୍କ ସମର୍ଥନ ଆବଶ୍ୟକ ହେବ ନାହିଁ। କିନ୍ତୁ ନେତନ୍ୟାହୁଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଗ୍ରହଣ କରିବା ବିରୋଧୀ ମେଣ୍ଟ ପକ୍ଷରେ ସମ୍ଭବପର ନୁହେଁ lଯଦି ଏହିସବୁ ବିକଳ୍ପ ମଧ୍ୟରୁ କୌଣସି ଗୋଟିଏ ବି ଯୋଜନା କାମ ନ କରେ ତେବେ ଦେଶରେ ପୁଣି ଥରେ ନିର୍ବାଚନ ହେବାର ସମ୍ଭାବନା ରହିଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏପର୍ଯ୍ୟନ୍ତ ନେତନ୍ୟାହୁଙ୍କ ପରାଜୟ ଆନୁଷ୍ଠାନିକ ଭାବେ ହୋଇନାହିଁ। ସେ ବହୁମତ ହରାଇଛନ୍ତି ସତ କିନ୍ତୁ ନୂଆ ସରକାର ଗଠନ ନହେବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଭାର ତୁଲାଇବେ।