ଛତ୍ରପୁର ୨୯।୧୧: ଭାଇରାଲ୍ ହେବାର ମୋହ: ବିପଦକୁ ଡାକି ଆଣୁଛି କି ରିଲ୍ସ ନିଶା । ସମୁଦ୍ର ପଥର ଉପରେ ବିପଦପୂର୍ଣ୍ଣ ଭାବେ ନେଉଛନ୍ତି ସେଲ୍ଫି ଆଜିର ଡିଜିଟାଲ୍ ଦୁନିଆରେ ସ୍ମାର୍ଟଫୋନ୍ ହାତରେ ଥିବା ପ୍ରତ୍ୟେକ ବ୍ୟକ୍ତି ସୋସିଆଲ୍ ମିଡିଆରେ ରାତାରାତି ପରିଚୟ, ଲାଇକ୍, ଭ୍ୟୁଜ୍ ଏବଂ ଫଲୋଅର୍ସ ପାଇବାର ମୋହ ଏବେ ଏତେ ତୀବ୍ର ହୋଇଛି ଯେ, ଅନେକେ ଏଥିପାଇଁ ବିପଦର ସୀମା ଟପିବାକୁ ମଧ୍ୟ ପଛାଉ ନାହାନ୍ତି ।

ଅନେକ ସମୟରେ ଦେଖାଯାଉଛି ଯେ, ଭିନ୍ନ ଓ ଭଲ ଦୃଶ୍ୟ କଏଦ କରିବା ଆଶାରେ ଲୋକମାନେ ଜଳପ୍ରପାତର ପଥର, ସମୁଦ୍ରର ଉତ୍ତାଳ ଢେଉ, ରେଳ ଧାରଣା, ଚଳନ୍ତା ଗାଡ଼ି କିମ୍ବା ଉଚ୍ଚ କୋଠାର ଛାତ ଉପରେ ଠିଆ ହୋଇ ଫଟୋ ଉଠାଉଛନ୍ତି ବା 'ରିଲ୍ସ' କରୁଛନ୍ତି । ଟିକିଏ ଅସାବଧାନତା, ପାଦ ଖସିଯିବା କିମ୍ବା ପ୍ରକୃତିର ହଠାତ୍ ରୂପ ବଦଳିବା ଦ୍ୱାରା ଜୀବନ ପ୍ରତି ଘୋର ବିପଦ ସୃଷ୍ଟି ହେଉଛି ।

Also Read:- ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ? ନନ୍ଦନକାନନରେ ପହଞ୍ଚିଲେ ବିଶେଷଜ୍ଞଙ୍କ ଟିମ୍

ଆର୍ଯ୍ୟପଲ୍ଲୀ ସମୁଦ୍ର ବେଳାଭୂମି ପଥର ଉପରେ ଏବେ ବହୁ ଯୁବପିଢ଼ି ଯାଇ ସେଠାରେ ଫଟୋ ଉଠାଇବାରେ ବ୍ୟସ୍ତ । ଉକ୍ତ ସ୍ଥାନ ବିପଦ ଥିବାରୁ ସେଠାରେ ମେରାଇନ ପୋଲିସ ପକ୍ଷରୁ ନିଷେଧାଞ୍ଚଳ ଘୋଷଣା କରାଯାଇଛି । ଏହା ସତ୍ତ୍ବେ ବି ଯୁବ ପିଢ଼ି ଅମାନିଆ ।

Watch Video: