ପୁରୀ ୨୯।୧୧ : ପୁରୀରେ ସୋନୁ ସୁଦ୍‌ । ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ନେଲେ ଅଭିନେତା ସୋନୁ ସୁଦ୍ । ସିଂହଦ୍ୱାରରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ତେବେ ଦର୍ଶନ ପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଆଜି ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୃତାର୍ଥ ହୋଇଛନ୍ତି। ଆସନ୍ତା ଦିନେ,ଦୁଇ ଦିନ ମଧ୍ୟରେ ତାଙ୍କ ଫିଲ୍ମ ନନ୍ଦୀର କାମ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ସେ ନିଜେ ନିର୍ଦ୍ଦେଶନା ଦେବା ସହିତ ଅଭିନୟ ମଧ୍ୟ କରୁଛନ୍ତି। କୌଣସି ବଡ଼ କାମ ଆରମ୍ଭ କରିବା ପୂର୍ବରୁ ସେ ପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଆସିଥିବା କହିଛନ୍ତି। ଓଡ଼ିଶା ସହ ସମ୍ପର୍କକୁ ମନେ ପକାଇ ସେ କହିଛନ୍ତି, କରୋନା ମହାମାରୀ ସମୟରେ କେରଳରୁ କେନ୍ଦ୍ରାପଡ଼ାକୁ ପ୍ରାୟ ୧୭୦ ଜଣ ପିଲାଙ୍କୁ ଫେରାଇ ଆଣିବାରୁ ଭୁବନେଶ୍ୱର ଓ ଓଡ଼ିଶାବାସୀଙ୍କ ସହିତ ତାଙ୍କର ଏକ ଗଭୀର ସମ୍ପର୍କ ଯୋଡ଼ି ହୋଇଛି। ଏଠାକାର ଲୋକମାନଙ୍କୁ ସେ ନିଜ ପରିବାର ଭଳି ମନେ କରନ୍ତି।

Also Read:-ବଙ୍ଗୋପସାଗରରେ ୩ ଦିନିଆ ସତର୍କତା, ଜାରି ହେଲା NOTAM, ବିପଦପୂର୍ଣ୍ଣ ଜୋନ୍ ଭାବେ ଘୋଷଣା

ବାଲ୍ୟବିବାହ ପ୍ରସଙ୍ଗରେ ସୋନୁ ସୁଦ୍ କହିଛନ୍ତି ଯେ, ଏହି ପ୍ରଥା ବହୁ ବର୍ଷ ପୂର୍ବରୁ ଶେଷ ହୋଇଯିବା କଥା। ଆଜିର ନୂଆ ପିଢ଼ି ଏ ଦିଗରେ ଆହୁରି ଅଧିକ ପ୍ରୟାସ କରିବା ଆବଶ୍ୟକ। ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଲ୍ୟବିବାହ ବନ୍ଦ ହେବା ନିହାତି ଜରୁରୀ ଏବଂ ପ୍ରତ୍ୟେକ ବ୍ୟକ୍ତି ଛୋଟ ଛୋଟ ଗାଁ ଓ ଗ୍ରାମପଞ୍ଚାୟତକୁ ଯାଇ ଏନେଇ ସଚେତନତାର ବାର୍ତ୍ତା ପହଞ୍ଚାଇବା ଉଚିତ ବୋଲି ସେ ମତ ଦେଇଛନ୍ତି। ଶେଷରେ ସେ ସମସ୍ତଙ୍କୁ 'ଜୟ ଜଗନ୍ନାଥ' ଜଣାଇ ନିଜ ପ୍ରତିକ୍ରିୟା ଶେଷ କରିଛନ୍ତି।