ନୂଆଦିଲ୍ଲୀ: ଇରାନ ଯୁଦ୍ଧ ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରୁଛି। ସମଗ୍ର ବିଶ୍ୱ ଏହି ସଂଘର୍ଷର ଶୀଘ୍ର ସମାପ୍ତି ପାଇଁ ଆଶା କରୁଛନ୍ତି । କନ୍ତୁ ଏହାର ତୀବ୍ରତା ବଢ଼ି ବଢ଼ି ଚାଲିଛି । ସଂଘର୍ଷର ଭୟଙ୍କର ସ୍ଥିତି ବିଶ୍ବକୁ ଏକ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି । ଆକ୍ରମଣର ପ୍ରଥମ ଦିନରେ, ଆମେରିକା ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ ହତ୍ୟା କରିଥିଲା। ଏହା କେବଳ ଇରାନକୁ ନୁହେଁ ବରଂ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା।

ତେହେରାନ ପ୍ରତିଶୋଧ ନେଇ ଆରବ ଦେଶର ଅନେକ ଆମେରିକୀୟ ସାମରିକ ଏବଂ ବିମାନ ଘାଟିକୁ ଟାର୍ଗେଟ କରିଥିଲା। ଖାମେନିଙ୍କ ସୈନ୍ୟମାନେ ପ୍ରଥମ ଦିନରେ ଆମେରିକାକୁ ଏକ ଆଘାତ ଦେଇଥିଲେ । ଯାହା ଦଶନ୍ଧି ଧରି ହୋଇନଥିଲା। ଖାମେନିଙ୍କ ସେନା ପ୍ରଥମେ THAAD ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଧ୍ୱଂସ କରିଥିଲେ । ଏହାକୁ ନେଇ ଆମେରିକା ଗର୍ବ କରୁଥିଲା । UAE, ଜୋର୍ଡାନ ଏବଂ କାତାରରେ ଅବସ୍ଥିତ ଆମେରିକୀୟ ରାଡାର ସିଷ୍ଟମକୁ ଟାର୍ଗେଟ କରାଯାଇଥିଲା।

ସାଟେଲାଇଟ୍ ଚିତ୍ରଗୁଡ଼ିକ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ଏହି ତିନୋଟି ଦେଶରେ ଇରାନ କିଭଳି ଧ୍ବଂସଲୀଳା ରଚିଥିଲା । ଆମେରିକାର କ୍ଷେପଣାସ୍ତ୍ର ପ୍ରତିରକ୍ଷାର ମୁଖ୍ୟ THAAD (ଟର୍ମିନାଲ ହାଇ ଅଲ୍ଟିଚ୍ୟୁଡ୍ ଏରିଆ ଡିଫେନ୍ସ) ବିରଳ କିନ୍ତୁ ଗୁରୁତର କ୍ଷତି ସହିଛି। ଇରାନ ବିଶେଷ ଭାବରେ THAAD ଇଣ୍ଟରସେପ୍ଟରଗୁଡ଼ିକୁ ମାର୍ଗଦର୍ଶନ କରୁଥିବା AN/TPY-2 ଉଚ୍ଚ-ରିଜୋଲ୍ୟୁସନ୍ ରାଡାରଗୁଡ଼ିକୁ ଟାର୍ଗେଟ କରିଥିବା ଜଣାପଡ଼ିଛି । ୟୁଏଇରେ ଥିବା ୫୦୦ ମିଲିୟନ ଡଲାରର ଥାଡ୍ ପ୍ରତିରକ୍ଷା ପ୍ରଣାଳୀକୁ ନେପାଳ ଧ୍ବଂସ କରି ଦେଇଛି । ସେହିଭଳି ଜୋର୍ଡାନରେ ୩୦୦ ମିଲିୟନ୍ ଡଲାରର ଥାଡ୍ ରାଡାରକୁ ନଷ୍ଟ କରିଛି ଇରାନ୍ । ବିଶ୍ୱରେ କେବଳ ୯ଟି THAAD ରାଡାର ଅଛି। ଚାରି ଦିନରେ ଦୁଇଟି ଧ୍ବଂସ ହେବା ପରେ ଆମେରିକାକୁ ଶକ୍ତ ଝଟକା ଲାଗିଛି ।