India to receive Iran oil: ଦୀର୍ଘ ୭ ବର୍ଷ ପରେ ଭାରତରେ ପହଞ୍ଚିବ ଇରାନ ତେଲ। କିଛିଦିନ ତଳେ ଯେଉଁ ଇରାନୀ ଜାହାଜ ଚୀନରୁ ଫେରି ଭାରତ ଆସୁଥିଲା, ତାହା ଏହି ସପ୍ତାହରେ ଭାରତୀୟ ବିମାନ ବନ୍ଦରରେ ପହଞ୍ଚିବ। ବୁଧବାର LSEG ଏବଂ Kplerର ଜାହାଜ ଟ୍ରାକିଂ ତଥ୍ୟରୁ ଏହି ସୂଚନା ମିଳିଛି।

ଯୁଦ୍ଧ ଯୋଗୁ ଯୋଗାଣ ଅଭାବକୁ କମ କରିବା ପାଇଁ ଆମେରିକା ଇରାନୀ ତେଲ ଏବଂ ବିଶୋଧିତ ଉତ୍ପାଦ ଉପରେ ଅସ୍ଥାୟୀ ଭାବରେ କଟକଣା ପ୍ରତ୍ୟାହାର କରିଥିଲା। ଏହାପରେ ଭାରତ ଇରାନ ଠାରୁ ତେଲ କିଣିବା ଆରମ୍ଭ କରିଥିଲା। ଏଇ ସପ୍ତାହରେ ଭାରତ ପହଞ୍ଚିବାକୁ ଥିବା ତୈଳ ଜାହାଜଟି ପୂର୍ବରୁ ଇରାନରୁ ତେଲ ନେଇ ଚୀନ ଯାଉଥିଲା। ହେଲେ ଭାରତ କିଣିବାକୁ ଇଚ୍ଛା ପ୍ରକାଶ କରିବାରୁ ଜାହଜଟି ଗତିପଥ ବଦଳାଇ ଭାରତ ଅଭିମୁଖେ ଯାତ୍ରା କରିଥିଲା।

ତଥ୍ୟ ଅନୁସାରେ, କୁରାଓ-ପତାକାଯୁକ୍ତ ବହୁତ ବଡ଼ ତେଲ ଜାହାଜ ଜୟାରେ ଥିବା କାର୍ଗୋକୁ ସରକାରୀ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଏନ୍ଏସ୍ କିଣିଛି। ଏବଂ ଏହା ଭାରତର ପୂର୍ବ ଉପକୂଳକୁ ଆସୁଛି।
Also Read- 
US‑Iran ceasefire : ଯୁଦ୍ଧ ବିରାମକୁ ସ୍ୱାଗତ କଲା ଭାରତ, ହରମୁଜରେ ମୁକ୍ତ ପରିବହନ ପାଇଁ ଆହ୍ୱାନ

ଏନେଇ ରୟଟର୍ସ ପକ୍ଷରୁ ଦେଶର ସର୍ବୋଚ୍ଚ ରିଫାଇନର ଇଣ୍ଡିଆନ ଅଏଲକୁ ଇ-ମେଲ ଦେଇ ଜାହାଜ ବିଷୟରେ ଜବାବ ମଗାଯାଇଥିଲା। ହେଲେ ତୈଳ କମ୍ପାନୀ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହିଁ। LSEG ଜାହାଜ ଟ୍ରାକିଂରୁ ମିଳିଥିବା ତଥ୍ୟ ଅନୁସାରେ, ଆଉ ଏକ ଜୋର୍ଡାନ ନାମକ ଏକ ଜାହାଜ ଭାରତକୁ ଅଭିମୁଖେ ଆସୁଛି। ଏହି ଜାହଜର ଡିସ୍ଚାର୍ଜ ଲୋକେସନ ଭାରତ ଦର୍ଶାଉଛି।

ବିଶ୍ୱର ତୃତୀୟ ସର୍ବାଧିକ ତୈଳ ଆମଦାନୀକାରୀ ରାଷ୍ଟ୍ର ଭାରତ

ଆମେରିକାର ପ୍ରତିବନ୍ଧକ ପରେ ଭାରତ ଇରାନ ଠାରୁ ତେଲ କିଣିପାରୁ ନଥିଲା। ଦୀର୍ଘ ୭ ବର୍ଷ ହେଲା ଏହି କଟକଣା ଲାଗିଥିଲା।ଫଳରେ ଇରାନ ଠାରୁ ତୈଳ ଆମଦାନୀ ୨୦୧୯ ମେ ମାସ ଠାରୁ ବନ୍ଦ ରହିଥିଲା। ହେଲେ ଯୁଦ୍ଧ ଯୋଗୁ ଏବେ ଅସ୍ଥାୟୀ ଭାବେ ଆମେରିକା କଟକଣା ହଟାଇବା ପରେ ଭାରତ ଇରାନୀ ତୈଳ କିଣୁଛି।

ଭାରତ ବିଶ୍ୱର ତୃତୀୟ ସର୍ବବୃହତ ତୈଳ ଆମଦାନୀକାରୀ ରାଷ୍ଟ୍ର ହୋଇଥିବା ବେଳେ ୯୦ ପ୍ରତିଶତ ତୈଳ ଆମଦାନୀ କରିଥାଏ। ଇରାନ ଉପରେ କଟକଣା ଲାଗିବା ପରେ ଭାରତ ଏହାର ଆବଶ୍ୟକତା ପୂରଣ କରିବା ପାଇଁ ଋଷ, ଭେନେଜୁଏଲା ଭଳି ଅନ୍ୟ ଦେଶମାନଙ୍କ ଠାରୁ ତେଲ କିଣୁଥିଲା। ତେବେ ଇରାନ ଯୁଦ୍ଧ ଦିନ ଠାରୁ ହରମୁଜ ଜଳପଥ ବନ୍ଦ କରାଯାଇଥିବାରୁ ପରିବହନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଯେଉଁଥିପାଇଁ ଦେଶରେ ଶକ୍ତି ସଂକଟ ଦେଖା ଦେଇଥିଲା। ଯଦି ଆମେରିକା ଇରାନର କଟକଣା ପ୍ରତ୍ୟାହାର କରିବା ସର୍ତ୍ତରେ ରାଜି ହୋଇଯାଏ ତେବେ ଭାରତ ଖୁବ୍ କମ ଖର୍ଚ୍ଚରେ ଇରାନ ଠାରୁ ଉନ୍ନତମାନର ତେଲ କିଣିପାରିବ।

Also Read- RBI MPC: ମହଙ୍ଗା ହେବନି ଋଣ, ବଢ଼ିବନି EMI; ଏମପିସି ବୈଠକରେ ବଡ଼ ନିଷ୍ପତ୍ତି ନେଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, କେମିତି ରହିବ ଜିଡିପି ସ୍ଥିତି ?