ନୂଆଦିଲ୍ଲୀ: ଇରାନ ଆମେରିକାକୁ ଏମିତି ଯନ୍ତ୍ରଣା ଦେଇଛି ଯାହା ଜୀବନସାରା ମନେ ରହିବ। ସଦ୍ୟତମ ଫଟୋରେ ଘଟଣା ସ୍ପଷ୍ଟ ହୋଇଛି। ଫଟୋରେ ଦେଖିବାକୁ ମିଳିଛି ଯେ, ସାଉଦି ଏୟାରବେସରେ ଆମେରିକାର ଗୁରୁତ୍ଵପୂର୍ଣ୍ଣ ଇ-୩ ସେଣ୍ଟ୍ରି ଏୟାରକ୍ରାଫ୍ଟ ଦୁଇ ଖଣ୍ଡ ହୋଇ ଯାଇଛି। ଶୁକ୍ରବାର ଇରାନ ଦାବି କରିଥିଲା ଯେ, ସାଉଦି ସ୍ଥିତ ଆମେରିକା ଏୟାରବେସରେ ଏହାର ଏୟାରକ୍ରାଫ୍ଟକୁ ଟାର୍ଗେଟ୍ କରାଯାଇଛି। ଇରାନ ଏହି ହମଲା ପ୍ରିନ୍ସ ସୁଲତାନ ଏୟାରବେସ ଉପରେ କରିଥିଲା। ଆଉ ଏଥିରେ  ଦୁଇ ଖଣ୍ଡ ହୋଇ ଯାଇଛି ଆମେରିକାର ଏୟାରକ୍ରାଫ୍ଟ।

ଫଟୋରୁ ସାମ୍ନାକୁ ଆସିଲା ସତ

ଇରାନର ପ୍ରେସ ଟିଭି ନିକଟରେ କିଛି ଫଟୋ ପ୍ରକାଶିତ କରିଛି। ଏହି ଫଟୋରେ ଦେଖିବାକୁ ମିଳୁଛି ଯେ ବିମାନର କିଛି ଅଂଶ ସଂପୂର୍ଣ୍ଣ ଧ୍ଵଂସ ହୋଇ ଯାଇଛି। କେବଳ ବିମାନର ଆଗ ଅଂଶ ଏବଂ ପଛ ଅଂଶ ସୁରକ୍ଷିତ ଦେଖିବାକୁ ମିଳିଛି।କୁହାଯାଉଛି ଏହି ହମଲାରେ ଇରାନ ଛଅ ବାଲିଷ୍ଟିକ ମିସାଇଲ ଓ ୨୯ ଡ୍ରୋନ ବ୍ୟବହାର କରିଥିଲା। ହମଲାରେ ଆମେରିକାର ୧୦ ଜଣ କର୍ମଚାରୀ ଆହତ ହୋଇଥିବା କୁହାଯାଉଛି। ଏଥିରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Also Read: 'ଦିନ ୧୨ଟା ସୁଦ୍ଧା ଦାବି ପୂରଣ କର, ନହେଲେ'...ଆମେରିକାକୁ ଇରାନର ଅଲ୍ଟିମେଟମ୍, ରାଜି ନହେଲେ ସବୁ ଧ୍ୱଂସ !

ଇନ୍ଧନ ଭରୁଥିବା ବିମାନ ବି କ୍ଷତିଗ୍ରସ୍ତ

ପ୍ରାରମ୍ଭିକ ରିପୋର୍ଟ ମୁତାବକ ହମଲାରେ ଅନେକ ଇନ୍ଧନ ଭରୁଥିବା ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଏହି ଘଟଣା ଉପରେ କୌଣସି ଟିପ୍ପଣୀ କରି ନାହାନ୍ତି। ପ୍ରେସ ଟିଭିର ରିପୋର୍ଟ ଅନୁସାରେ ଇରାନୀ ରିଭୋଲ୍ୟୁସନାରି ଗାର୍ଡ କପର୍ସ ଆମେରିକା ଓ ଇସ୍ରାଏଲ ସଂପର୍କିତ ସ୍ଥାନକୁ ଟାର୍ଗେଟ୍ କରିବା ପାଇଁ ଦୂରଗାମୀ ଏବଂ ମଧ୍ୟମ ଦୂରଗାମୀ ମିସାଇଲ ପ୍ରଣାଳୀ ଓ ଡ୍ରୋନର ବ୍ୟବହାର କରିଛି। ଇରାନ ଏହା ମଧ୍ୟ ଦାବି କରିଛି ଯେ, ହମଲାରେ ଆମେରିକାର ଏମକ୍ୟୁ-୯ ଡ୍ରୋନକୁ ମାରି ଖସାଇ ଦେଇଛି ଏବଂ ଗୋଟିଏ ଏଫ-୧୬ ଜେଟକୁ ଆକ୍ରମଣ କରାଯାଇଛି। ଇରାନର ଏହି ହମଲା ପରେ ଏବେ ଯୁଦ୍ଧ ଆହୁରି ଗମ୍ଭୀର ରୂପ ନେଇପାରେ।