ତେହେରାନ,୨୬ /୦୩: ଆମେରିକା ସହ ସାଲିସ କରାଯିବ ନାହିଁ । ୟୁଏସ ସହ କୌଣସି ଆଲୋଚନା ହୋଇନାହିଁ । ମଧ୍ୟସ୍ତିଙ୍କ ଦ୍ୱାରା ଆଲୋଚନାକୁ ଔପଚାରିକ ଆଲୋଚନା ଭାବେ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରଘାଚୀ ।

ଅବ୍ବାସ କହିଛନ୍ତି ଯେ, ଇରାନ ଆମେରିକା ସହ ବୁଝାମଣା କିମ୍ବା ସାଲିସ କରିବା ପାଇଁ କୌଣସି ଯୋଜନା କରିନାହିଁ । ଏବେ ଇରାନ ଯୁଦ୍ଧ ଜାରି ରଖିଛି । ଏବେସୁଦ୍ଧା ମଧ୍ୟ କୌଣସି ଆଲୋଚନା ହୋଇନାହିଁ । ଇରାନ ମଜବୁତ ସ୍ଥିତିରେ ରହିଛି । ଏହି ସମୟରେ ଆମେରିକା ସହ ବୁଝମଣା କରିବା ପରାଜୟକୁ ଦର୍ଶାଇବ ।

ବୁଧବାର ଇରାନକୁ ଡୋନାଲ୍ଡ ଟ୍ରମ୍ପ୍ ଧମକ ଦେଇଥିଲେ । ଯଦି ଇରାନ ସାଲିସ କିମ୍ବା ବୁଝାମଣା ନକରେ ତାହାଲେ ତେହେରାନ ନର୍କ ପାଲଟିଯିବ । ଆଲୋଚନା ଜାରି ରହିଛି ଏବଂ ଖୁବ୍ ଶୀଘ୍ର ସକରାତ୍ମକ ଫଳ ମିଳିବ ବୋଲି ୟୁଏସ ପ୍ରେସ୍ ସଚିବ ମଧ୍ୟ ପ୍ରକାଶ କରିଥିଲେ ।

​​​​​​​Also Read :-ଭାରତ ପାଇଁ ଖୁସିଖବର : ଏହି ୫ ଦେଶକୁ ମିତ୍ର କହିଲା ଇରାନ, ହର୍ମୋଜ୍ ଷ୍ଟ୍ରେଟ୍ ଅତିକ୍ରମ ପାଇଁ ଦେଉଛି ଅନୁମତି

କିଛି ଦିନ ତଳେ ପାକିସ୍ତାନ ପକ୍ଷରୁ ଇରାନକୁ ୧୫ଟି ପ୍ରସ୍ତାବ ଦିଆଯାଇଥିବା କୁହାଯାଇଥିଲା । ଯାହା ଯୁଦ୍ଧକୁ ରୋକିପାରିବ । ଇରାନ ମଧ୍ୟ ପାଲଟା ଟି ସର୍ତ୍ତ ରଖିଛି । ଅରଘାଚୀ ଆହୁରି କହିଛନ୍ତି ଯେ, ଇରାନର ଅନେକ ଯୋଜନା ରହିଛି । ଏହାକୁ ଦେଶର ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ରଖାଯିବ । ଯାହାପରେ ହିଁ ସମସ୍ତ ନିଷ୍ପତ୍ତି ନିଆଯିବ । ଆମେରିକା ଅନ୍ୟ ଦେଶ ଦ୍ୱାରା ସନ୍ଦେଶ ପଠାଉଛି । ଏହାକୁ ଆଲୋଚନା ବା କଥାବାର୍ତ୍ତା ରୂପେ ବିବେଚନା କରାଯିବ ନାହିଁ ।

ସେ ଆହୁରି କହିଛନ୍ତି ଯେ, ଇରାନ ଜାତିସଙ୍ଘ ଦ୍ୱାରା ସୁରକ୍ଷା ଗ୍ୟାରେଣ୍ଟି ପାଇଛି । ଏହା ନିଜ ଦେଶର ସୁରକ୍ଷା ପାଇଁ ନିଜେ ଗ୍ୟାରେଣ୍ଟି ଦେଉଛି । ଯୁଦ୍ଧରେ ଇରାନ ନିଜର ଶକ୍ତିକୁ ପ୍ରମାଣିତ କରିଛି । ଏବେ ଆଉ କେହି ତେହେରାନ ଉପରେ ଆଖି ଉଠାଇ ଚାହିଁ ପାରିବେନି ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି ।