ମୁମ୍ବାଇ: ଆଇପିଏଲ୍ ୨୦୨୬ରେ ରାଜସ୍ଥାନ ରୟାଲ୍ସର ଦମଦାର ପ୍ରଦର୍ଶନ ଜାରି ରହିଛି। ଏଲିମିନେଟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଧୂଳି ଚଟାଇ ଦଳ ଦ୍ୱିତୀୟ କ୍ଵାଲିଫାୟରରେ ପ୍ରବେଶ କରି ସାରିଛି। ଏବେ ଫାଇନାଲ୍ ଟିକେଟ୍ ପାଇଁ ରାଜସ୍ଥାନକୁ ଗୁଜରାଟ ଟାଇଟନ୍ସର ସାମ୍ନା କରିବାକୁ ହେବ। କିନ୍ତୁ ଦଳର ଏହି ସଫଳତା ସେଲିବ୍ରେସନ୍ ଭିତରେ ଷ୍ଟାର୍ ଓପନର୍ ୟଶସ୍ଵୀ ଜୟସ୍ଵାଲଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଜୟସ୍ଵାଲଙ୍କୁ ତୁରନ୍ତ ରାଜସ୍ଥାନ ରୟାଲ୍ସ ଛାଡ଼ି ଅନ୍ୟ ଦଳକୁ ଯିବା ପାଇଁ ଏକ ବଡ଼ ପରାମର୍ଶ ମିଳିଛି।

ପୂର୍ବତନ ଭାରତୀୟ ବ୍ୟାଟର ଅମ୍ବାତି ରାୟୁଡୁ ଏଭଳି ଏକ ଚମକାଇଲା ଭଳି ବୟାନ ଦେଇଛନ୍ତି। ରାୟୁଡୁଙ୍କ ମତରେ, ରାଜସ୍ଥାନର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଚମକ ଆଗରେ ଜୟସ୍ଵାଲଙ୍କ ଷ୍ଟାରଡମ୍ ଏବେ ଫିକା ପଡ଼ିବାରେ ଲାଗିଛି।

Also Read: ଇତିହାସ ରଚିଲେ ପ୍ରଭସିମରନ ସିଂ ! IPL ଇତିହାସରେ ପ୍ରଥମ ‘ଅନକ୍ୟାପ୍ଡ’ ଭାରତୀୟ ଭାବେ କଲେ ବିଶ୍ଵ ରେକର୍ଡ

ବୈଭବଙ୍କ ବିସ୍ଫୋରଣ ଆଗରେ ଫିକା ପଡ଼ୁଛନ୍ତି ଜୟସ୍ଵାଲ !

ଚଳିତ ସିଜନରେ ୧୫ ବର୍ଷୀୟ ଯୁବ ଓପନିଂ ପାର୍ଟନର ବୈଭବ ସୂର୍ଯ୍ୟବଂଶୀ କ୍ରମାଗତ ଭାବେ ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅନ୍ୟପଟେ ୟଶସ୍ଵୀ ଜସୱାଲଙ୍କ ପ୍ରଦର୍ଶନରେ ଅନେକ ଉତଥାନ-ପତନ ଦେଖିବାକୁ ମିଳିଛି। ହାଇଦ୍ରାବାଦ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଏଲିମିନେଟର ମ୍ୟାଚ୍ରେ ଯେଉଁଠି ବୈଭବ ମାତ୍ର ୨୯ଟି ବଲ ୯୭ ରନର ଧୂଆଁଧାର ପାଳି ଖେଳିଥିଲେ, ସେଠାରେ ଜୟସ୍ଵାଲ ୨୯ଟି ବଲ୍ ଖେଳି ମାତ୍ର ୨୯ ରନ୍ ହିଁ କରିପାରିଥିଲେ। ଗତ ସିଜନ ପର୍ଯ୍ୟନ୍ତ ସାରା ଦୁନିଆର ନଜୟ ଜୟସ୍ଵାଲଙ୍କ ଉପରେ ରହୁଥିବା ବେଳେ, ଏବେ ସେହି ଲାଇମଲାଇଟ୍ ବୈଭବଙ୍କ ଆଡ଼କୁ ଚାଲିଯାଇଛି।

ଯଶସ୍ଵୀଙ୍କୁ କାହିଁକି ଟିମ୍ ବଦଳାଇବାକୁ କହିଲେ ରାୟୁଡୁ ?

ଏକ ପ୍ରତିଷ୍ଠିତ କ୍ରିକେଟ୍ ଶୋ'ରେ ଆଲୋଚନା ବେଳେ ଅମ୍ବାତି ରାୟୁଡୁ କହିଛନ୍ତି ଯେ, ଜୟସ୍ଵାଲଙ୍କୁ ଏବେ ନିଜର ଦଳ ବଦଳାଇବାର ଆବଶ୍ୟକ ରହିଛି। ସେ କ୍ରମାଗତ ଭାବେ ବୈଭବଙ୍କ ସହ ଓପନିଂ କରିପାରିବେ ନାହିଁ। ଜୟସ୍ଵାଲ ନିଜେ ଜଣେ ବଡ଼ ଷ୍ଟାର୍। ସେ ସବୁବେଳେ ବୈଭବ ସୂର୍ଯ୍ୟବଂଶୀଙ୍କ ଛାଇ ତଳେ ଲୁଚି ରହିପାରିବେ ନାହିଁ। ଯଦି ସେ ରାଜସ୍ଥାନ ଛାଡ଼ି ଅନ୍ୟ କୌଣସି ଦଳକୁ ଯାଆନ୍ତି, ତେବେ ସେଠାରେ ସେ ମୁଖ୍ୟ ଓପନର ଭାବେ ନିଜ ଦମରେ ମ୍ୟାଚ୍ ଜିତାଇ ପୁଣି ଷ୍ଟାର୍ ହୋଇ ରହିପାରିବେ।

Also Read: 'ସବୁ ବଲର ହିସାବ ହେବ...': ବୈଭବଙ୍କ କଥା ଶୁଣି ଭୟରେ ଥରିଲାଣି ଗୁଜୁରାଟ ଟାଇଟନ୍ସ

ଅମ୍ବାତି ରାୟୁଡୁ ରାୟୁଡୁ ଆହୁରି ମଧ୍ୟ କହିଛନ୍ତି ଯେ, ବୈଭବ ଯେଭଳି ଆକ୍ରମଣାତ୍ମକ ବ୍ୟାଟିଂ କରୁଛନ୍ତି, ତାଙ୍କୁ ସମ୍ଭାଳିବା ପାଇଁ ରାଜସ୍ଥାନକୁ ଜଣେ ଅଭିଜ୍ଞ ଓପନରଙ୍କ ଦରକାର, ଯିଏ ଏହି ୧୫ ବର୍ଷୀୟ ଯୁବକଙ୍କ ସହ ରନ୍ କରିବାର ପ୍ରତିଯୋଗିତା କରିବେ ନାହିଁ।

ମୁମ୍ବାଇ ଇଣ୍ଡିଆନ୍ସ ହେବ ସବୁଠୁ ଶ୍ରେଷ୍ଠ ବିକଳ୍ପ !

ରାୟୁଡୁଙ୍କ ମତରେ, ୨୪ ବର୍ଷୀୟ ଜୟସ୍ଵାଲଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ସବୁଠାରୁ ଭଲ ବିକଳ୍ପ ସାବ୍ୟସ୍ତ ହେବ। ଏହାର ମୁଖ୍ୟ କାରଣ ଗୁଡ଼ିକ ହେଲା ଘରୋଇ ଗ୍ରାଉଣ୍ଡର ଫାଇଦା। ଜୟସ୍ଵାଲ ଘରୋଇ କ୍ରିକେଟ୍ ମଧ୍ୟ ମୁମ୍ବାଇ ପାଇଁ ଖେଳନ୍ତି। ତେଣୁ ୱାଙ୍ଖେଡେ ଷ୍ଟାଡିୟମ୍ ଏବଂ ସେଠାକାର ଲୋକାଲ୍ ଫ୍ୟାନ୍ସଙ୍କ ସପୋର୍ଟ ତାଙ୍କୁ ଘର ଭଳି ଅନୁଭୂତି ଦେବ।

Also Read: ପଦ୍ମଶ୍ରୀ ସମ୍ମାନ ନେବାକୁ କାହିଁକି ରାଷ୍ଟ୍ରପତି ଭବନ ଗଲେନି ରୋହିତ ଶର୍ମା ? ସାମ୍ନାକୁ ଆସିଲା କାରଣ

ହିଟ୍ମ୍ୟାନ୍ ରୋହିତ ଶର୍ମାଙ୍କ ବୟସ ଏବଂ ଫିଟନେସକୁ ଦେଖିଲେ, ଆଗାମୀ ଦିନରେ ମୁମ୍ବାଇ ଇଣ୍ଡିଆନ୍ସକୁ ଜଣେ ଦମଦାର ଭାରତୀୟ ଯୁବ ଓପନରଙ୍କ ଆବଶ୍ୟକତା ରହିଛି। ଏହି ସ୍ଥାନ ପାଇଁ ଜୟସ୍ଵାଲଙ୍କଠାରୁ ଭଲ ବିକଳ୍ପ ଆଉ କେହି ହୋଇପାରିବେ ନାହିଁ। ଯଦି ଏଭଳି ହୁଏ, ତେବେ ଏହା ଉଭୟ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ୟଶସ୍ଵୀ ଜୟସ୍ଵାଲଙ୍କ କ୍ୟାରିୟର ପାଇଁ ଏକ ମାଷ୍ଟରଷ୍ଟ୍ରୋକ୍ ସାବ୍ୟସ୍ତ ହେବ।