IPL 2026 Final: ଆଇପିଏଲ୍ ୨୦୨୬ର ଫାଇନାଲ୍ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ୮ ଓ୍ଵିକେଟ୍ ହରାଇ ୧୫୫ ରନ କରିଛି। ଦ୍ଵିତୀୟ ଟ୍ରଫି ଜିତିବା ପାଇଁ ବେଙ୍ଗାଲୁରୁ ସାମ୍ନାରେ ୧୫ ରନର ବିଜୟ ଲକ୍ଷ୍ୟ ରହିଛି। ଓ୍ଵାଶିଂଟନ ସୁନ୍ଦର ୫୦ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ବାକି ବ୍ୟାଟର ନିରାଶ କରିଛନ୍ତି। ଆଜିର ମ୍ୟାଚ୍ ଯିଏ ଜିତିବ ସେ ଦ୍ଵିତୀୟ ଆଇପିଏଲ୍ ଟ୍ରଫି ଜିତିବ। ବୋଲିଂରେ ଆରସିବି ପକ୍ଷରୁ ଭୁବନେଶ୍ଵର କୁମାର, ରଶିଖ ସଲାମ ଡାର ଓ ଜୋଶ ହାଜେଲଉଡ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟର ଆରମ୍ଭ ଅତ୍ୟନ୍ତ ନିରାଶଜନକ ଥିଲା। ଫାଇନାଲ୍ ମ୍ୟାଚରେ ଯେଉଁଭଳି ପ୍ରଦର୍ଶନ ଆଶା କରାଯାଉଥିଲା, ସେମିତି ପ୍ରଦର୍ଶନ କରି ପାରିନ ଥିଲେ। ସାଇ ସୁଦର୍ଶନ(୧୨ ରନ) ଓ ଅଧିନାୟକ ଶୁଭମନ ଗିଲ୍(୧୦ ରନ) ନିରାଶ କରିଥିଲେ। ପୁଣି ନିଶାନ୍ତ ସିନ୍ଧୁ ୨୦ ରନ କରିଥିଲେ ହେଁ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ଜୋସ୍ ବଟଲର(୧୯ ରନ) ମଧ୍ୟ କିଛି ଖାସ୍ କରି ପାରି ନ ଥିଲେ।

Also Read: IPLରୁ ବିଦାୟ ପରେ କାନ୍ଦି ପକାଇଲେ ବୈଭବ ସୂର୍ଯ୍ୟବଂଶୀ, ସାନ୍ତ୍ୱନା ଦେଲେ ସପୋର୍ଟ ଷ୍ଟାଫ୍

ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିବା ବେଳେ ଓ୍ଵାଶିଂଟନ ସୁନ୍ଦର ଗୋଟିଏ ପାର୍ଶ୍ଵରେ କ୍ରିଜରେ ଜମି ଦଳର ଇନିଂସ ସମ୍ଭାଳିଥିଲେ। ସେ ଅପରାଜିତ ୫୦ ରନର ଇନିଂସ ଖେଳିବାରୁ ଗୁଜୁରାଟ ୧୫୫ ରନର ସମ୍ମାନଜନକ ସ୍କୋର କରି ପାରିଛି। ଅର୍ଶଦ ଖାନ ୧୫ ରନ କରିଥିବା ବେଳେ ରାହୁଲ ତେଓ୍ଵତିଆ, ଜାସନ ହୋଲଡର ଓ ରଶିଦ ଖାନ ପ୍ରତ୍ୟେକ ୭ ରନ ଲେଖାଏଁ କରିଥିଲେ। ବୋଲିଂରେ ଆରସିବି ପକ୍ଷରୁ ଭୁବନେଶ୍ଵର କୁମାରଓ ଜୋଶ ହାଜେଲଉଡ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିବା ବେଳେ ରଶିଖ ସଲାମ ଡାର ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି।