କୋଲକାତା: କୋଲକାତାର ଇଡେନ ଗାର୍ଡେନ୍ସରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଖେଳା ଯାଛି। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ 8 ଓ୍ଵିକେଟ୍ ହରାଇ ବିଶାଳ ୨୨୬ ରନ କରିଛି। ଦଳ ପକ୍ଷରୁ  ହେନରିକ କ୍ଲାସେନ ସର୍ବାଧିକ ୫୨ ରନର ଇନିଂସ ଖେଳିଛନ୍ତି। ଟ୍ରେଭିସ ହେଡ ୪୬ ରନ ଓ ଅଭିଷେକ ଶର୍ମା ୪୮ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ନୀତିଶ କୁମାର ରେଡ୍ଡୀ ୩୯ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। କୋଲକାତା ସାମ୍ନାରେ ୨୨୭ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ବୈଭବ ଆରୋରା ଓ ବ୍ଲେସିଂ ମୁଜରବାନି ଦୁଇଟି ଲେଖାଏଁ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାଦକୁ ଦୁଇ ଓପନର ଟ୍ରେଭିସ ହେଡ ଓ ଅଭିଷେକ ଶର୍ମା ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍ ପାଇଁ ୮୧ ରନ ଯୋଡ଼ିଥିଲେ। ହେଡ୍ ୨୧ ବଲରୁ ୬ ଚୌକା ଓ ୩ ଛକା ସହ ୪୬ ରନ କରିଥିଲେ। ଏହା ପରେ ଅଭିଷେକ ଶର୍ମା ସେହି ସମାନ ୨୧ ବଲରୁ ୪ ଚୌକା ଓ ୪ ଛକା ସହ ୪୮ ରନର ବିସ୍ଫେରକ ଇନିଂସ ଖେଳିଥିଲେ। ଅଧିନାୟକ ଇଶାନ କିଶନ ୧୪ ରନ କରି ପାରିଥିଲେ।

Also Read: IPL 2026ର ପଏଣ୍ଟ ଟେବୁଲରେ MI ଓ PBKSକୁ ଟପିଲା ଦିଲ୍ଲୀ କ୍ୟାପିଟାଲ୍ସ, ଜାଣନ୍ତୁ ବାକି ଦଳର ସ୍ଥିତି

ମଧ୍ୟକ୍ରମରେ ହେନରିକ କ୍ଲାସେନ ମୋର୍ଚ୍ଚା ସମ୍ଭାଳିଥିଲେ। ଅନ୍ୟପଟେ ଅନିକେତ ବର୍ମା ନିରାଶ କରିଥିଲେ। କ୍ଲାସେନ ଓ ନୀତିଶ କୁମାର ରେଡ୍ଡୀ ଦମଦାର ବ୍ୟାଟିଂ କରି ପଞ୍ଚମ ଓ୍ଵିକେଟ୍ ପାଇଂ ୮୨ ରନ ଯୋଡ଼ିଥିଲେ। ରେଡ୍ଡୀ ୩୯ ରନର ଉପଯୋଗୀ ରନ କରିଥିଲେ। କ୍ଲାସେନ  ଇନିଂସ ସମ୍ଭାଳିବା ସହ ଶେଷ ଓଭରରେ ଆଉଟ୍ ହୋଇଥିଲେ। କ୍ଲାସେନ ୩୫ ବଲରୁ ୪ ଚୌକା ଓ ୧ ଛକା ସହ ୫୨ ରନ କରିଥିଲେ। ଫଳରେ ହାଇଦ୍ରାବାଦ ୮ ଓ୍ଵିକେଟ୍ ହରାଇ ୨୨୮ ରନ କରି ପାରିଥିଲା। ବୋଲିଂରେ କେକେଆର ପକ୍ଷରୁ ବ୍ଲେସିଂ ମୁଜରବାନି ସର୍ବାଧିକ ୪ ଓ୍ଵିକେଟ୍ ନେଇଛନ୍ତି।