IPL 2026: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୯ତମ ସଂସ୍କରଣରେ ବର୍ତ୍ତମାନ ଯାଏ ସମସ୍ତ ୧୦ ଦଳ ନିଜ ନିଜର ପ୍ରଥମ ମ୍ୟାଚ୍ ଖେଳି ସାରିଛନ୍ତି। ୫ଟି ଦଳ ମ୍ୟାଚ୍ ଜିତିଥିବା ବେଳେ ୫ଟି ଦଳ ପରାସ୍ତ ହୋଇଛନ୍ତି। ହେଲେ ଏହା ପ୍ରାରମ୍ଭିକ ପର୍ଯ୍ୟାୟ ହୋଇଥିଲେ ହେଁ ବର୍ତ୍ତମାନ ପଏଣ୍ଟ ତାଲିକାରେ ଦିଲ୍ଲୀ କ୍ୟାପିଟାଲ୍ସ ତୃତୀୟରେ ପହଞ୍ଚିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୬ ଓ୍ଵିକେଟରେ ହରାଇ ଏଲଏସଜି ମୁମ୍ବାଇ ଓ ପଞ୍ଜାବ କିଙ୍ଗ୍ସକୁ ଟପି ଯାଇଛି। ସବୁ ଜିତିଥିବା ଦଳର ପଏଣ୍ଟ ୨-୨ ରହିଛି। ଏମିତି ସ୍ଥିତିରେ ନେଟ୍ ରନ ରେଟ୍ ଆଧାରରେ ଟେବୁଲର ଦଳଗୁଡ଼ିକର କ୍ରମ ସ୍ଥିର କରାଯାଇଛି।

MI ଓ PBKSକୁ ଟପିଲା ଦିଲ୍ଲୀ କ୍ୟାପିଟାଲ୍ସ

ଏପ୍ରିଲ ୧ ତାରିଖ IPLର ପଞ୍ଚମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ଦ୍ଵାରା ଧାର୍ଯ୍ୟ ୧୪୨ ରନର ବିଜୟ ଲକ୍ଷ୍ୟକୁ ୧୭.୧ ଓଭରରେ ୪ ଓ୍ଵିକେଟ୍ ହରାଇ ହାସଲ କରି ନେଇଥିଲା। ଏଥିରେ ଦଳର ନେଟ୍ ରନ ରେଟ୍ ଯୁକ୍ତ ୧.୩୯୭ ସହ ଶୀର୍ଷରେ ପହଞ୍ଚିଛି। ମୁମ୍ବାଇର + ୬୮୭ ଓ ପଞ୍ଜାବର +୫୦୯କୁ ଟପିଛି ଦିଲ୍ଲୀ।

Also Read: IPL ଛାଡ଼ି PSLକୁ ବାଛିଲେ ଆଡମ ଜାମ୍ପା, କହିଲେ- ଇଣ୍ଡିଆ ଲିଗକୁ ନେଇ କଲେ ସଙ୍ଗୀନ ଅଭିଯୋଗ

ରାଜସ୍ଥାନ ରୟାଲ୍ସ ନମ୍ବର ୧ରେ

ରିୟାନ ପରାଗଙ୍କ ଅଧିନାୟକତ୍ୱରେ, ରାଜସ୍ଥାନ ରୟାଲ୍ସ ଆଇପିଏଲ୍ ୨୦୨୬ରେ ବିଜୟ ସହ ଦମଦାର ଆରମ୍ଭ କରିଛି। ଦଳ ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି। ଦୁଇଟି ପଏଣ୍ଟ ସହିତ, ଆରଆରର ନେଟ୍ ରନ ରେଟ୍ +୪.୧୭୧। ଦ୍ୱିତୀୟ ସ୍ଥାନରେ ଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନେଟ୍ ରନ୍ରେଟ୍ +୨.୯୦୭ ରହିଛି। ତେବେ ପ୍ରତ୍ୟେକ ମ୍ୟାଚ୍ ପଏଣ୍ଟ ଟେବୁଲ୍ ଏବଂ ପ୍ଲେଅଫ୍ ଦୌଡ଼ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଗୁଜରାଟ ଟାଇଟାନ୍ସ, କୋଲକାତା ନାଇଟ୍ ରାଇଡର୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗସ୍ IPL ୨୦୨୬ର ସେମାନଙ୍କର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛନ୍ତି। GT -୦.୫୦୯ ପଏଣ୍ଟ୍ ସହିତ ଷଷ୍ଠ ସ୍ଥାନରେ, KKR (-୦.୬୮୭) ସପ୍ତମ ସ୍ଥାନରେ, LSG (-୧.୩୯୭) ଅଷ୍ଟମ ସ୍ଥାନରେ, SRH (-୨.୯୦୭) ନବମ ସ୍ଥାନରେ ଏବଂ CSK (-୪.୧୭୧) ଦଶମ ସ୍ଥାନରେ ରହିଛି।

Also Read: ଟି-୨୦ ସିରିଜ୍ ପାଇଁ ଜିମ୍ବାଓ୍ୱେ ଯିବ ଟିମ୍ ଇଣ୍ଡିଆ, ଜାଣନ୍ତୁ ପୁରା ସୂଚୀ...