ନୂଆଦିଲ୍ଲୀ: ପଶ୍ଚିମ ଏସିଆ ଯୁଦ୍ଧ ସଂଗକୁ ଇନ୍ଧନ ଓ ତେଲ ଦର ବଢ଼ିବା ସହିତ ଜୁନ୍ ମାସରେ ପାଇକାରୀ ମୁଦ୍ରାସ୍ଫୀତି (WPI) ୯.୮୭% ବୃଦ୍ଧି ପାଇଛି। ପୂର୍ବ ମାସରେ ଏହା ୯.୬୮% ଥିଲା। ବାଣିଜ୍ୟ ମନ୍ତ୍ରଣାଳୟ ଆଜି (୧୪ ଜୁଲାଇ) ଜାରି କରିଥିବା ରିପୋର୍ଟ ଅନୁସାରେ ଜୁନ୍ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୪୪ ମାସର ରେକର୍ଡ ଭାଙ୍ଗିଛି। ୨୦୨୨ ସେପ୍ଟେମ୍ବରରେ ହୋଲସେଲ ମୁଦ୍ରାସ୍ଫୀତି ୧୦.୭୦%ରେ ପହଞ୍ଚିଥିଲା।

କାହିକି ବଢିଲା ଦର ?

ଦୈନନ୍ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ଫେବୃଆରୀ ମାସରୁ ଜାରି ରହିଥିବା ଆମେରିକା-ଇରାନ ଉତ୍ତେଜନା ବନ୍ଦ ନହେଲେ ମୂଲ୍ୟ ଆହୁରି ବଢ଼ିପାରେ। ଗତକାଲି ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ ପାଇଥିଲା। ଖୁଚୁରା ମୁଦ୍ରାସ୍ଫୀତି ମଧ୍ୟ ଲଗାତାର ଷଷ୍ଠ ମାସ ପାଇଁ ବୃଦ୍ଧି ପାଇଛି। ଖୁଚୁରା ମୁଦ୍ରାସ୍ଫୀତି ୪.୩୮%ରେ ପହଞ୍ଚି ଯାଇଛି।
Also Read- କାନାରା ବ୍ୟାଙ୍କରୁ କାହିଁକି ଅଂଶଧନ ବିିକି ଦେଲେ ରେଖା ଝୁନଝୁନୱାଲା ? ବ୍ୟାଙ୍କ ସେକ୍ଟରରେ ମାନ୍ଦାବସ୍ଥା ଆଶଙ୍କା

ଦୈନନ୍ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି

• ଦୈନିକ ଜରୁରୀ ସାମଗ୍ରୀର ମୁଦ୍ରାସ୍ଫୀତି ୪.୯୯% ରୁ ୭.୦୦% କୁ ବୃଦ୍ଧି ପାଇଛି।
• ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି (ଖାଦ୍ୟ ସୂଚକାଙ୍କ) ୪.୪୯% ରୁ ୬.୧୪% କୁ ବୃଦ୍ଧି ପାଇଛି।
• ଇନ୍ଧନ ଏବଂ ବିଦ୍ୟୁତ୍ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ୩୦.୩୩% ରୁ ୨୭.୪୧% କୁ ହ୍ରାସ ପାଇଛି।
• ମେନୁଫେକ୍ଚରିଂ ପ୍ରଡକ୍ଟସର ପାଇକାରୀ ମୁଦ୍ରାସ୍ଫୀତି ୭.୪୮% ରେ ଅପରିବର୍ତ୍ତିତ ରହିଛି।

ପାଇକାରୀ ମୁଦ୍ରାସ୍ଫୀତି (WPI)ର ୪ଟି ପ୍ରମୁଖ ଅଂଶ

ପାଇକାରୀ ମୂଲ୍ୟ ସୂଚକାଙ୍କ (Wholesale Price Index - WPI)କୁ ମୁଖ୍ୟତଃ ୪ଟି ଭାଗରେ ବିଭକ୍ତ କରାଯାଇଛି।

ପ୍ରାଥମିକ ସାମଗ୍ରୀ (Primary Articles) – ଏହାର ଭାଗ (Weightage) ୨୨.୬୨%।
ଇନ୍ଧନ ଓ ଶକ୍ତି (Fuel & Power) – ଏହାର ଭାଗ ୧୩.୧୫%।
ଉତ୍ପାଦିତ ସାମଗ୍ରୀ (Manufactured Products) – ସର୍ବାଧିକ ୬୪.୨୩% ଭାଗ ରହିଛି।

ପ୍ରାଥମିକ ସାମଗ୍ରୀକୁ ପୁଣି ୪ଟି ଉପଭାଗରେ ବିଭକ୍ତ କରାଯାଇଛି

ଖାଦ୍ୟ ସାମଗ୍ରୀ (Food Articles) – ଶସ୍ୟ, ପନିପରିବା ଆଦି।
ଅଣଖାଦ୍ୟ ସାମଗ୍ରୀ (Non-Food Articles) – ତୈଳବୀଜ (Oil Seeds) ଆଦି।
ଖଣିଜ ପଦାର୍ଥ (Minerals)।
ଅଶୋଧିତ ପେଟ୍ରୋଲିୟମ (Crude Petroleum)।

Also Read- India Rejects US Tariff: ବାଣିଜ୍ୟ ଚୁକ୍ତିରେ ନୂଆ ବିବାଦ; ଆମେରିକା ପ୍ରସ୍ତାବକୁ ରୋକଠୋକ୍ ମନା କଲା ଭାରତ, କହିଲା, ଚାପରେ ଡିଲ୍ କରିବୁନି

ସାଧାରଣ ଲୋକଙ୍କ ଉପରେ WPIର ପ୍ରଭାବ

ପାଇକାରୀ ମୁଦ୍ରାସ୍ଫୀତି ଦୀର୍ଘ ସମୟ ଧରି ଉଚ୍ଚ ସ୍ତରରେ ରହିଲେ ଅଧିକାଂଶ ଉତ୍ପାଦନ କ୍ଷେତ୍ର ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼େ। ଉତ୍ପାଦନ ଖର୍ଚ୍ଚ ବଢ଼ିବା ପରେ କମ୍ପାନୀମାନେ ଦର ବୃଦ୍ଧି କରି ସେହି ଅତିରିକ୍ତ ଭାରକୁ ଗ୍ରାହକଙ୍କ ଉପରେ ଲଦି ଦିଅନ୍ତି। ସରକାର କେବଳ କର (Tax) ନୀତି ମାଧ୍ୟମରେ WPIକୁ କିଛି ପରିମାଣରେ ନିୟନ୍ତ୍ରଣ କରିପାରେ। ଉଦାହରଣ ସ୍ୱରୂପ, ଅଶୋଧିତ ତୈଳର ଦାମ ବହୁତ ବଢ଼ିଥିବା ସମୟରେ ସରକାର ଇନ୍ଧନ ଉପରେ ଉତ୍ପାଦ ଶୁଳ୍କ କମାଇଥିଲେ। ତେବେ ସରକାର ଏହି କର ହ୍ରାସକୁ ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ହିଁ କରିପାରେ। ପାଇକାରୀ ମୂଲ୍ୟ ସୂଚକାଙ୍କରେ କାରଖାନାରେ ଉତ୍ପାଦିତ ଧାତୁ, ରସାୟନ, ପ୍ଲାଷ୍ଟିକ, ରବର ଭଳି ସାମଗ୍ରୀର ଓଜନ ସର୍ବାଧିକ ରହିଥାଏ।

ଗତ ୬ ମାସ ହେଲା ବଢ଼ୁଛି ଖୁଚୁରା ମୁଦ୍ରାସ୍ଫୀତି

ଆଳୁ, ଅଦା ସମେତ ବିଭିନ୍ନ ଖାଦ୍ୟ ସାମଗ୍ରୀର ଦାମ ପୁଣି ବୃଦ୍ଧି ପାଇବାରୁ ଖୁଚୁରା ମୁଦ୍ରାସ୍ଫୀତି (Retail Inflation) ଲଗାତାର ଷଷ୍ଠ ମାସ ପାଇଁ ବଢ଼ିଛି। କେଉଁ ମାସରେ କେତେ ବଢ଼ିଛି ଆସନ୍ତୁ ଜାଣିବା।

ଜୁନ ମାସରେ ଖୁଚୁରା ମହଙ୍ଗାଇ ୪.୩୮%ରେ ପହଞ୍ଚିଛି।

ଜାନୁଆରୀରେ ଏହା ୨.୭୪% ଥିଲା।
ମେ ମାସରେ ଏହା ୩.୯୩% ଥିଲା।