ରାଞ୍ଚୀ, ୨୪/୦୮ : ମାନବ ଜାତି କେବେଠୁ ପୃଥିବୀରେ ରହିଛି ତାହାର କିଛି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ । ଅନେକ ବିଶେଷଜ୍ଞ ନିଜ ନିଜ ଥିଓରୀରେ ଭିନ୍ନ କଥା କହୁଛନ୍ତି । କେହି କେହି ଲୁହନ୍ତି ଯେ ଆଫ୍ରିକାରେ ପ୍ରଥମେ ମଣିଷ ଜନ୍ମ ନେଇଥିଲେ । ଆଉ କେହି ମେସୋପଟାମିଆଁ ସଭ୍ୟତାକୁ ସବୁଠୁ ପ୍ରଚୀନ କୁହନ୍ତି । ଆଉ କାହାଁ ପାଇଁ ସିନ୍ଧୁ ସଭ୍ୟତା ସବୁଠୁ ଉନ୍ନତ । ତେବେ ଏସବୁ ପୂର୍ବରୁ ପୃଥିବୀରେ ରହିଥିଲା ଜୀବସତ୍ତା । ଅନେକ ପୁରୁଣା ଉଦ୍ଭିଦ, ଶୈବାଳ ଏବଂ ଜୀବ ଆଦି ବସବାସ କରୁଥିଲେ । ଏପରିକି ଡାଇନୋସୋର ଭଳି ଜୀବ ମଧ୍ୟ ରହିଥିଲା । ଏବେ କିନ୍ତୁ ଝାଡଖଣ୍ଡରୁ ଆସିଛି ଚକିତ କଲା ଭଳି ତଥ୍ୟ । ଯାହା ଗବେଷକଙ୍କ ନିଦ ହଜାଇ ଦେଇଛି । ରାଜ୍ୟର ସିଂହଭୂମ ଅଞ୍ଚଳରେ ୩.୫ ବିଲିୟନ ବା ୩୪୯୭ ମିଲିୟନ ବର୍ଷ ତଳର ଏକ ପୁରୁଣା ପଥର ମିଳିଛି । ଏଥିରେ କିଛି ସଙ୍କେତ ବା ଚିହ୍ନ ରହିଛି । ଏହା ଖୁବ୍ ପ୍ରାଚୀନ ଏବଂ ସୁକ୍ଷ୍ଣ ଜୀବଙ୍କ ସହ ଜଡିତ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହାର ରିପୋର୍ଟ ପିଏନଏଏସ ଜର୍ଣ୍ଣାଲରେ ପ୍ରକାଶ ପାଇଛି ।

Also Read :- ଭାରତ ଉପରେ ଆକ୍ରମଣ କରିବ କି ପାକିସ୍ତାନ ? ଲୁଚି ଲୁଚି କରୁଛି ଯୁଦ୍ଧ ତୟାରି, ରାତିରେ ପଠାଉଛି ଡ୍ରୋନ୍ ଏବଂ ମିସାଇଲ !

ସବୁଠାରୁ ବଡ଼ କଥା ହେଲା ଝାଡଖଣ୍ଡରୁ ମିଳିଥିବା ପଥରର ଆୟୁଷ । ଏହା ୩.୫ ବିଲିୟନ ବର୍ଷ ପୁରୁଣା । ଏଥିରେ ରହିଥିବା କାର୍ବନର ଚିହ୍ନକୁ ନେଇ ଗବେଷଣା ଚାଲିଛି । ଯଦି ପ୍ରମାଣିତ ହୁଏ ଯେ ଏହି ସଙ୍କେତ ବା ଚିହ୍ନ କୌଣସୀ ଜୀବ ଦ୍ୱାରା ହୋଇଛି ତାହାକୁ ଜୀବସତ୍ତାର ଥିଓରୀରେ ସାମିଲ କରାଯିବ । ଫଳରେ ପୃଥିବୀରେ ଜୀବନ କେବେଠୁ ଅଛି ସେନେଇ ବୈଜ୍ଞାନିକମାନେ ଅଧିକ ତଥ୍ୟ ପାଇପାରିବେ ।

ପଥରରେ କ’ଣ ମିଳିଲା ?

ବୈଜ୍ଞାନିକମାନେ ଏକ ବିଶାଳ ପଥରରେ କଳା ରଙ୍ଗର ରେଖା ଟଣା ଯାଇଥିବା ଦେଖିବାକୁ ପାଇଛନ୍ତି । ଏଥିରେ କାର୍ବନ ରହିଛି । ଏହା କୌଣସି ସୁକ୍ଷ୍ଣ ଜୀବ ଟାଣିଥାଇ ପାରନ୍ତି । ଅର୍ଥାତ ଏହା ମାଇକ୍ରୋବିୟଲ୍ସ ସହ ଜଡିତ ହୋଇପାରେ । ହଜାର ହଜାର ଛୋଟ ବା ସୁକ୍ଷ୍ମ ଜୀବ ଗୋଟିଏ ସ୍ଥାନରେ ଜମା ହୋଇ ଏକ ପରସ୍ତ, ଆସ୍ତରଣ ବା ଲେୟାର ତିଆରି କରନ୍ତି । ଏହି ଜୀବମାନଙ୍କ କାରଣରୁ କାର୍ବନ ଆସିଛି ନା ଅନ୍ୟ କେଉଁ କାରଣ ପାଇଁ ତାହାର ପରୀକ୍ଷାନିରୀକ୍ଷା ଚାଲିଛି ।

ବୈଜ୍ଞାନିକମାନେ ଏହି ପଥରର ବୟସ ୩.୫ ବିଲିୟନ ବର୍ଷ ବୋଲି କହୁଛନ୍ତି । ଏଥିରେ ଥିବା ଜରିକନ୍ ମଲିକ୍ୟୁଲ୍ ବା ପାର୍ଟିକିଲ୍ ଆଧାରରେ ଏହାର ବୟସ ସ୍ଥିର ହୋଇଛି । ଏହି ପାର୍ଟିକିଲ୍ସରେ ୟୁରାନିୟମ ଏବଂ ସୀସା ଭଳି ଖଣିଜ ରହିଛି । ଏଥିରୁ ପଥରର ବୟସ ଜଣା ପଡିଛି ।

ଏବେ ଏହାକୁ ସିଧାସଳଖ ଭାବେ ପୃଥିବୀର ସବୁଠୁ ପୁରୁଣା ଜୀବସତ୍ତା କୁହାଯାଇ ପାରିବ ନାହିଁ । ଏହା ପୁରୁଣା ଜୀବସତ୍ତା ହୋଇପାରେ ବୋଲି ବୈଜ୍ଞାନିକମାନେ ଆକଳନ କରୁଛନ୍ତି । ଯଦି ଆଗକୁ ଯାଞ୍ଚରେ ପ୍ରମାଣ ମିଳେ ତାହାଲେ ଏହି ଆବିଷ୍କାର ଖୁବ୍ ବଡ ପ୍ରଭାବ ପକାଇବ । ଏଥିରୁ ଜୀବଜଗତ ୩.୫ ବିଲିୟନ ବର୍ଷ ପୂର୍ବରୁ ପୃଥିବୀରେ ଥିଲେ ବୋଲି ସ୍ପଷ୍ଟ ହେବ ।