ନୂଆଦିଲ୍ଲୀ, ୨୦।୧୧ : ନାସାର ବୈଜ୍ଞାନିକମାନେ ପୃଥିବୀର ଉର୍ଦ୍ଧ୍ବ ବାୟୁମଣ୍ଡଳରୁ ସଂଗ୍ରହ କରିଥିବା ସୂକ୍ଷ୍ମ ମହାକାଶ ରେଣୁର ଅଧ୍ୟୟନରୁ ଆଶ୍ଚର୍ଯ୍ୟଚକିତ ପ୍ରମାଣ ପାଇଛନ୍ତି। ନେପଚୁନ୍ ଗ୍ରହର କକ୍ଷପଥ ବାହାରେ ସୌରମଣ୍ଡଳର ସୁଦୂର କ୍ଷେତ୍ରରେ ଥିବା କୁଇପର ବେଲ୍ଡରେରେ ସେମାନେ ଏକ ପ୍ରାଚୀନ ବରଫ ଭଣ୍ଡାରର ପ୍ରମାଣ ପାଇଛନ୍ତି। ଏହି ଆବିଷ୍କାର ଜଳ ବିତରଣ ଓ ସୌରମଣ୍ଡଳ ସୃଷ୍ଟିର ପ୍ରାରମ୍ଭିକ ପର୍ଯ୍ୟାୟରେ ଅନ୍ୟ ଉପାଦାନ ଏବଂ ଗ୍ରହ ଉତ୍ପତ୍ତିରେ ସେମାନଙ୍କ ଭୂମିକାର ଏକ ନୂଆ ଦିଗ ଉପ ପରେ ଆଲୋକପାତ କରିଛି।

ଦୀର୍ଘ ଦୀର୍ଘ ଦଶନ୍ଧି ଧରି ଗବେଷକଙ୍କ ଧାରଣା ଯେ ବାହ୍ୟ ସୌରମଣ୍ଡଳରେ ଥିବା ଭାରୀ ଅମ୍ଳଜାନ ଆଇସୋଟୋପ୍ ବରଫ-ସମୃଦ୍ଧ। ବରଫସମ ଧୂମକେତୁ ଅଧ୍ୟୟନ ଓ ଅଙ୍ଗାରକ-ସମୃଦ୍ଧ ଗ୍ରହାଣୁରୁ ଆସି ଆସିଥିବା ନମୁନାରୁ ଏହାର କିଛି ପ୍ରମାଣ ମିଳିଥିଲା । କିନ୍ତୁ ଉପଲବ୍ଧ ତଥ୍ୟ ଦୃଢ଼ ସିଦ୍ଧାନ୍ତରେ ଉପନୀତ ହେବା ପାଇଁ ଯଥେଷ୍ଟ ନ ଥିଲା । ସଦ୍ୟତମ ଅଧ୍ୟୟନ ଲାଗି, ହଷ୍ଟନ୍ ସ୍ଥିତ ନାସାର ଜନସନ୍ ସ୍ପେସ୍ ସେଣ୍ଟରର ବିଶେଷଜ୍ଞମାନେ ଇଆର-୨ ହାଇ-ଅଲଟିଚ୍ଯୁଡ୍ ଅଧ୍ୟୟନ ବିମାନ ଜରିଆରେ ପୃଥିବୀର ଷ୍ଟ୍ରାଟୋସ୍ପିୟରରେ ୧୨ ସୂକ୍ଷ୍ମାତିସୂକ୍ଷ୍ମ ଧୂଳିକଣାର ବିଶ୍ଳେଷଣ କରିଥିଲେ।

ବୈଜ୍ଞାନିକମାନେ ଶକ୍ତିଶାଳୀ ସୌର କଣିକାର ସଂସ୍ପର୍ଶରେ ଆସିଥିବା କଣିକାଗୁଡ଼ିକରେ ଅସଂଖ୍ୟ ଚିହ୍ନ ପାଇଲେ। ଏହି ସଙ୍କେତ ସେମାନଙ୍କର ସମ୍ଭାବ୍ୟ ମୂଳ ଚିହ୍ନଟ କରିବାରେ ସାହାଯ୍ୟ କଲା ଏବଂ ଅଧ୍ୟୟନ ହୋଇଥିବା ନମୁନାଗୁଡ଼ିକୁ ଇପର ବେଲ୍ଟ ସହ ଯୋଡ଼ିଲା। ଖଣିଜ ଗଠନ ଓ ଅମ୍ଳଜାନ ଆଇସୋଟୋପ୍ ବୈଶିଷ୍ଟ୍ୟଗୁଡ଼ିକର ପରୀକ୍ଷା ଲାଗି ଗବେଷକମାନେ ନାସାର ଉନ୍ନତ ବୈଦ୍ୟୁତିକ ମାଇକ୍ରୋସ୍କୋପି କୌଶଳ ସହିତ କାଲିଫର୍ନିଆ ବିଶ୍ଵ ବିଦ୍ୟାଳୟରେ ଏକ ଆୟନ ମାଇକ୍ରୋପ୍ରୋଜର ପ୍ରୟୋଗ କରିଥିଲେ ।

Also Read :- ଭାରତ ଏକ ନମ୍ବର, କିନ୍ତୁ ସ୍ୱଚ୍ଛତାରେ ଖୁବ୍ ପଛରେ : ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ

ବିଶ୍ଳେଷଣରୁ ଜଣାପଡ଼ିଲା, ସୌରମଣ୍ଡଳ ଇତିହାସର ପ୍ରାରମ୍ଭରେ ଜଳ ଓ ବ୍ରହ୍ମାଣ୍ଡୀୟ ଧୂଳି ମଧ୍ୟରେ ପାରସ୍ପରିକ କ୍ରିୟା ଜରିଆରେ ଖଣିଜର ଉତ୍ପତ୍ତି ହୋଇଥିଲା। ସେଗୁଡ଼ିକର ରାସାୟନିକ ବୈଶିଷ୍ଟ୍ୟରୁ ଜଣାପଡ଼ିଲା, ପ୍ରାଚୀନ ଜଳରେ ଉଚ୍ଚ ମାତ୍ରାର ଭାରୀ ଅମ୍ଳଜାନ ଆଇସୋଟୋପ୍ ଥିଲା। ଗ୍ରହ ଉତ୍ପତ୍ତି ସମୟରେ ସୌରମଣ୍ଡଳର ବିଭିନ୍ନ କ୍ଷେତ୍ରର ଉପାଦାନଗୁଡ଼ିକ କିଭଳି ସ୍ଥାନାନ୍ତର ହୋଇଥିଲା ଓ ପରସ୍ପର ମଧ୍ୟରେ ମିଶିଥିଲା, ଅଧ୍ୟୟନ ସେ ବିଷୟରେ ନୂଆ ତଥ୍ୟ ପ୍ରଦାନ କରିଛି ।