ନୂଆଦିଲ୍ଲୀ: ଭାରତ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ଦୁଇଟି ଟି-୨୦ ମ୍ୟାଚର ସମୟରେ ପରିବର୍ତ୍ତନ କରାଯାଇଛି । ରବିବାର ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ମହିଳା ଟି-୨୦ ବିଶ୍ୱକପ ସହ ସମାନ ସମୟ ହେଉଥିହା କ୍ରିକେଟ୍ ଆୟରଲ୍ୟାଣ୍ଡ ଏହି ନିଷ୍ପତ୍ତି ନେଇଛି ।

ରବିବାର ପଡ଼ିଆରେ ଦୁଇଟି ମହାମୁକାବିଲା ଖେଳାଯିବ । ଏକା ସମୟରେ ଦୁଇଟି ମ୍ୟାଚ୍ ଆୟୋଜନ ଫଳରେ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଉଭୟ ମ୍ୟାଚ୍ ଉପଭୋଗ କରିବା କଷ୍ଟକର ହେବ । ଏହାକୁ ଦୃଷ୍ଟିରେ ରଖି କ୍ରିକେଟ୍ ଆୟରଲ୍ୟାଣ୍ଡ ଏକ ବଡ଼ ନିଷ୍ପତ୍ତି ନେଇଛି । ପ୍ରଶଂସକ ଯେପରି ବିନା କୌଣସି ବାଧାରେ ଦୁଇଟି ଯାକ ମ୍ୟାଚ ସମ୍ପୂର୍ଣ୍ଣ ମଜା ନେଇପାରିବେ, ସେଥିପାଇଁ ଭାରତ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ଦୁଇଟି ଟି-୨୦ ମ୍ୟାଚ୍ର ସମୟକୁ ଜାଣିଶୁଣି ବଦଳାଇ ଦିଆଯାଇଛି ।

କ୍ରିକେଟ୍ ଆୟରଲ୍ୟାଣ୍ଡ ସ୍ପଷ୍ଟ କରିଛି ଯେ, ଭାରତ ବିପକ୍ଷରେ ହେବାକୁ ଥିବା ଦୁଇଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ସ୍ଥାନୀୟ ସମୟ ଅପରାହ୍ନ ୧ଟା ୩୦ ମିନିଟ୍ ଅର୍ଥାତ୍ ଭାରତୀୟ ସମୟ ସନ୍ଧ୍ୟା ୬ଟାରେ ଆରମ୍ଭ ହେବ । ସାଧାରଣତଃ, ଭାରତ ଖେଳୁଥିବା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚଗୁଡ଼ିକ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଆରମ୍ଭ ହୋଇଥାଏ । କିନ୍ତୁ ଏଥର ରବିବାର ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ମହିଳା ବିଶ୍ୱକପ୍ ମ୍ୟାଚ୍ କାରଣରୁ ଆରମ୍ଭ ସମୟକୁ ଜାଣିଶୁଣି ଏକ ଘଣ୍ଟା ପୂର୍ବକୁ କରିଦିଆଯାଇଛି ।

ଆୟରଲ୍ୟାଣ୍ଡ ବିପକ୍ଷ ସିରିଜ ପାଇଁ ଭାରତର ଟି-୨୦ ଦଳ

ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା (ଉପ-ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ଉଇକେଟ କିପର), ଇଶାନ କିଷାନ (ଉଇକେଟ କିପର), ବୈଭବ ସୂର୍ଯ୍ୟବଂଶୀ, ଶିବମ ଦୁବେ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ

ଭାରତ ବିପକ୍ଷ ସିରିଜ ପାଇଁ ଆୟରଲ୍ୟାଣ୍ଡର ଟି-୨୦ ଦଳ

ଲୋର୍କାନ ଟକର (ଅଧିନାୟକ), ରସ୍ ଆଡାୟର, ବେଞ୍ଜାମିନ୍ କାଲିଜ୍, ଗାରେଥ୍ ଡେଲାନି, ଜର୍ଜ ଡକରେଲ୍, ଷ୍ଟିଫେନ୍ ଡୋହେନି, ମାଥ୍ୟୁ ହମ୍ଫ୍ରେସ୍, ଗାଭିନ୍ ହୋଏ, ମାଥ୍ୟୁ ହୋଲାର୍ଡ, ଲିଆମ୍ ମ୍ୟାକର୍ଥି, ଜୟ ମୁନ୍ଦ୍ରା, ହ୍ୟାରି ଟେକ୍ଟର, ଟିମ୍ ଟେକ୍ଟର, ରୁବେନ୍ ୱିଲସନ୍ ।