ନୂଆଦିଲ୍ଲୀ, ୨୭।୧୧: ପାକିସ୍ତାନ ଗସ୍ତରେ ଅଛନ୍ତି ବାଂଲାଦେଶ ସଂସଦର ବାଚସ୍ପତି ହାଫିଜ୍ ଉଦ୍ଦୀନ ଅହମ୍ମଦ । ପାକ୍ ମାଟିରେ ପାଦ ଦେଉ ଦେଉ ସେ ଭାରତ ଉପରେ ବର୍ଷିଛନ୍ତି । ଏପରିକି ଭାରତ ପୂର୍ବରୁ କରିଥିବା ସାହାଯ୍ୟକୁ ଭୁଲି ନୂଆଦିଲ୍ଲୀକୁ ଟାର୍ଗେଟ୍ କରିଛନ୍ତି । ତାଙ୍କ କହିବାନୁସାରେ ଭାରତ ୧୯୭୧ରେ ମୁକ୍ତି ସଂଗ୍ରାମରେ କିଛି ସାହାଯ୍ୟ କରିନଥିଲା । ବାଂଲାଦେଶ ଆପେ ଆପେ ସ୍ୱାଧିନତା ପାଇଯାଇଥିଲା । ପାକିସ୍ତାନକୁ କେବଳ ଦୁର୍ବଳ କରାଯାଇଥିଲା, ବାଂଲାଦେଶର କିଛି ସାହାଯ୍ୟ ଭାରତ କରିନଥିଲା ବୋଲି ହାଫିଜ୍ ପ୍ରକାଶ କରିଛନ୍ତି ।

Also Read :-Credit Card Rule https: SBI କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି କି ? ଡିସେମ୍ବର ୧ରୁ ବଦଳିବ ନିୟମ

ବୁଧବାର ହାଫିଜ୍ ପାକ୍ ସଂସଦ ଭବନ ଗସ୍ତ କରିଥିଲେ । ଏଠାରେ ସେ ୧୯୭୧ ଯୁଦ୍ଧ ଏବଂ ଢାକାର ପତନ ନେଇ ଅନେକ ପ୍ରସଙ୍ଗ ଉପରେ ମତ ରଖିଥିଲେ । ସେ କହିଥିଲେ ଯେ, ୧୯୭୧ରେ ଭାରତ ବଙ୍ଗାଳୀଙ୍କୁ ସାହାଯ୍ୟ କରିନଥିଲା । ବଂର ପାକିସ୍ତାନକୁ ଦୁର୍ବଳ କରିଥିଲା । ସେଖ ହସିନାଙ୍କ ୧୫ ବର୍ଷର ଶାସନ ବାଂଲାଦେଶକୁ ଭାରତର ଉପନିବେଶ କରିଦେଇଥିଲା । ଯାହାର କ୍ଷତି ଦେଶବାସୀ ଉଠାଉଥିଲେ । ହାଫିଜ୍ ନିଜେ ପାକିସ୍ତାନ ସେନାର ପୂର୍ବତନ କ୍ୟାପ୍ଟେନ୍ ଥିଲେ । ସେ ୧୯୭୧ ଯୁଦ୍ଧରେ ସାମିଲ ହୋଇଥିଲେ । ପରେ ତାଙ୍କୁ ବାଂଲାଦଦେଶ ସମ୍ମାନିତ କରିଥିଲା ।

ସେ ଆହୁରି ମଧ୍ୟ କହିଥିଲେ ଯେ, ୧୯୭୧ରେ ବଙ୍ଗାଳୀମାନେ ଗଣତନ୍ତ୍ର ଦାବି କରୁଥିଲେ । କିନ୍ତୁ ସେମାନଙ୍କୁ ଅଧିକାର ଦିଆଯାଇନଥିଲା । ୧୯୭୫ରେ ବାଂଲାଦେଶରେ ଏକଦଳୀୟ ବ୍ୟବସ୍ଥା ଲାଗୁ କରାଯାଇଥିଲା । କିନ୍ତୁ ଦେଶରେ ପ୍ରକୃତରେ ଲୋକତନ୍ତ୍ର ଆସିନଥିଲା । ୨୦୨୬ରେ ଦେଶରେ ହୋଇଥିବା ନିର୍ବାଚନ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଏବଂ ନିରପେକ୍ଷ ଥିଲା ।

ସେ ଆହୁରି କହିଥିଲେ ଯେ, ସେଖ୍ ହସିନା ବାଂଲାଦେଶ ଛାଡି ଭାରତ ପଳାୟନ କରିଥିଲେ । ବାଂଲାଦେଶ ଫେରିବା ପରେ ତାଙ୍କୁ ଜେଲ୍ ପଠାଯିବ ।ଅତି କମରେ ସେ ୧୦ ବର୍ଷ ଯାଏଁ ବାଂଲାଦେଶ ଫେରିବେ ନାହିଁ । ଯେଉଁ ଦେଶ ମୁସଲିମ ବିରୋଧୀ ସେଠାରେ ହସିନା ଶରଣ ନେଇଛନ୍ତି । ତାଙ୍କୁ ଫେରାଇ ଆଣିବାକୁ ବାଂଲାଦେଶ ଅନ୍ତର୍ଜାତୀୟ କୋର୍ଟ ଯିବ । ଏହାସହ କାଶ୍ମୀର ବିବାଦର ସମାଧାନ ୟୁଏନ ଦ୍ୱାରା ହେବା ଦରକାର ବୋଲି ସେ ପାକିସ୍ତାନ ମାଟିରେ କହିଥିଲେ ।