ନୂଆଦିଲ୍ଲୀ ୨୬। ୧୧ : ଗତବର୍ଷ ଜୁନ୍ ରୁ ଚଳିତବର୍ଷ ଜୁନ୍ ମଧ୍ୟରେ ବ୍ରିଟେନ ଛାଡ଼ିଥିବା ଭିସାଧାରୀଙ୍କ ମଧ୍ୟରୁ ସର୍ବାଧିକ ହେଉଛି ଭାରତୀୟ ଛାତ୍ର ଛାତ୍ରୀ ଏବଂ କର୍ମଜୀବୀ । ଆଲୋଚ୍ୟ ସମୟରେ ୮୫,୦୦୦ ଭାରତୀୟ ନାଗରିକ ବ୍ରିଟେନ ଛାଡ଼ି ଥି ବା ଅଫିସ ଫର୍ ନ୍ୟାସ୍ନାଲ ଷ୍ଟାଟି ଷ୍ଟି କ୍ଟ ( ଓ ଏନ୍ ଏସ୍ )ର ତଥ୍ୟରୁ ଜଣାପଡ଼ିଛି। ଏଥିରୁ ଷ୍ଟଡି ଭିସାରେ ୫୫,୦୦୦ ଏବଂ ୱାର୍କ ଭିସାରେ ୨୮,୦୦୦ ଜଣ ଭାରତୀୟ ରହିଛନ୍ତି। ସେହି ଭଳି ଅନ୍ୟ ଭିସା ବର୍ଗରେ ୨୦୦୦ ଭାରତୀୟ ନାଗରିକ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ବ୍ରିଟେନ ଛାଡ଼ିଥିବା ନାଗରିକ ସଂଖ୍ୟାରେ ଚୀନ୍ ଦ୍ବିତୀୟ ସ୍ଥାନରେ ରହିଛି। ଆଲୋଚ୍ୟ ସମୟରେ ୫୧,୦୦୦ ଚୀନ୍ ନାଗରିକଙ୍କୁ ବ୍ରିଟେନ ଛାଡ଼ିବାକୁ ପଡ଼ିଛି। ବୃହତ୍ ସଂଖ୍ୟାରେ ଭାରତୀୟ ବ୍ରିଟେନ ଛାଡ଼ିଥିବା ସତ୍ତ୍ବେ ସେଠାରେ ପହଞ୍ଚିଥିବା ସର୍ବାଧିକ ଗୋଷ୍ଠୀ ମଧ୍ୟରେ ରହିଛନ୍ତି ଭାରତୀୟ। ଆଲୋଚ୍ୟ ସମୟରେ ୟୁକେ ୭୭,୦୦୦ ଷ୍ଟଡି ଭିସା ଗ୍ରାଣ୍ଟ ଏବଂ ୪୦,୦୦0 ୱାର୍କ ଭିସା ଗ୍ରାଣ୍ଟ୍ସ ଭାରତୀୟଙ୍କୁ ପ୍ରଦାନ କରିଥିବା ରିପୋର୍ଟରୁ ଜଣାପଡ଼ିଛି।

ବ୍ରିଟେନର ଗୃହ ବିଭାଗ ତଥ୍ୟ ଅନୁସାରେ, ୨୦୨୬ ସେପ୍ଟେମ୍ବର ସୁଦ୍ଧା ବର୍ଷକ ମଧ୍ୟରେ ପ୍ରାୟ ୩୧,୦୦୦ ବିଦେଶୀ ବେଆଇନ ମାର୍ଗ ଦେଇ ବ୍ରିଟେନରେ ପହଞ୍ଚିଛନ୍ତି। ଏଥିମଧ୍ୟରୁ ୮୬% କ୍ଷୁଦ୍ର ଡଙ୍ଗା ମାଧ୍ୟମରେ ଇଂଲିଶ ଚ୍ୟାନେଲ ଦେଇ ୟୁକେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ନେଟ୍ ପ୍ରବାସନକୁ ଖସାଇବା ବ୍ରିଟିଶ ସରକାରଙ୍କ ପ୍ରାଥମିକତା ରହିଆସିଛି।