ନୂଆଦିଲ୍ଲୀ,|୦୭: ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ତୃତୀୟ ଟି-ଟ୍ରେଣ୍ଟି ମୁକାବିଲାରେ ଇଂଲଣ୍ଡ ୧୨୫ ରନରେ ବିଜୟ ହାସଲ କରିଛି । ଏହାସହ ୨-୦ରେ ସିରିଜ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦଳ ୭ ୱିକେଟ୍ ବିନିମୟରେ ୨୦୧ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ୧୧.୪ ଓଭରରେ ୭୬ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା।

Also Read :- ଟିମ୍ ଇଣ୍ଡିଆରୁ ସବୁ ଦିନ ପାଇଁ ବାଦ୍ ପଡ଼ିଲେ କି ସଞ୍ଜୁ ସାମସନ ? ଜାଣନ୍ତୁ ଜିମ୍ବାୱେ ଗସ୍ତର ସମ୍ପୂର୍ଣ୍ଣ ସତ୍ୟ

ଟସ୍ ଜିତି ଭାରତ ଫିଲ୍ଟି ନିଷ୍ପଭି ନେଇଥିଲା । ପୂର୍ବ ଏକାଦଶରେ ଦଳ ଗୋଟିଏ ପରିବର୍ତ୍ତନ କରିଥିଲା। ରବି ବିଷ୍ଣୋଇଙ୍କ ସ୍ଥାନରେ ପ୍ରିନ୍ସ ଯାଦବ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଥିଲେ। ଇଂଲଣ୍ଡ ଓପନର ଜୋସ ବଟଲର ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଅନ୍ୟ ପଟରେ ଫିଲ୍ ସଲ୍ଟ, ସତର୍କତାର ସହ ବ୍ୟାଟିଂ କରିଥିଲେ। ପ୍ରଥମ ୱିକେଟରେ ୪୩ ରନ ସଂଗୃହୀତ ହୋଇଥିଲା। ଷଷ୍ଠ ଓଭର ବୋଲିଂ କରିବାକୁ ଆସି ପ୍ରିନ୍ସ ଯୋଡ଼ି ଭାଙ୍ଗିଥିଲେ। ବଟଲର ୨୧ଟି ବଲରୁ ୪ଚୌକା ଓ ୨ ଛକା ବଳରେ ୩୬ ରନ କରିଥିଲେ। ପ୍ରିନ୍ସ ତାଙ୍କୁ ବୋଲ୍ଡ ଆଉଟ୍ କରିଥିଲେ। ସଲ୍ଟଙ୍କ ସହ ହ୍ୟାରୀ ବ୍ରୁକ ମିଶି ଆଉ ୨୮ ରନ ଯୋଗ କରିଥିଲେ। ଦଳୀୟ ସ୍କୋର ୭୧ ବେଳେ ବ୍ରୁକ୍ (୧୬)ଙ୍କୁ ଆଉଟ୍ କରିଥିଲେ ପ୍ରିନ୍ସ।

ପରେ ପରେ ଜାକବ ବେଥେଲ ୧୩ ଓ ଟମ୍ ବାଣ୍ଟନ କୌଣସି ରନ ନ କରି ପାଭିଲିୟନ ଫେରିଥିଲେ। ସଲ୍ଫ ଗୋଟିଏ ପଟେ ଲଢୁଆ ବ୍ୟାଟିଂ ଜାରି ରଖୁଥିଲେ। ସାମ କୁରାନ ଗ୍ରାଉଣ୍ଡକୁ ଓହ୍ଲାଇବା ପରେ ବାଜି ପଲଟିଥିଲା। ଉଭୟ ୪୭ ରନର ଭାଗିଦାରୀ ଗଠନ କରିବା ଫଳରେ ଦଳୀୟ ସ୍କୋର ୧୫୮ରେ ପହଞ୍ଚିଥିଲା। ୧୭ତମ ଓଭରରେ ସଲ୍ଟଙ୍କୁ ଆଉଟ୍ କରିଥିଲେ ଅକ୍ଷର ପଟେଲ। ସେ ୪୪ଟି ବଲ୍ରୁ ୭ ଚୌକା ଓ ୩ ଛକା ବଳରେ ୭୦ ରନ କରିଥିଲେ। ଅନ୍ତିମ ଭାଗରେ କୁରାନ ୨୪ଟି ବଲରୁ ୪୧ ରନ ସଂଗ୍ରହ କରି ଦଳୀୟ ସ୍କୋରକୁ ୨୦୧ରେ ପହଞ୍ଚାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୱିଲ ଜ୍ୟାକ୍ସ ୧୪ (୨ଛକା) ରନ କରିଥିଲେ। ଭାରତ ପକ୍ଷରୁ ପ୍ରିନ୍ସ ଓ ହର୍ଷିତ ରାଣା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଜବାବରେ ଭାରତ ଘରୋଇ ବୋଲରଙ୍କ ମୁକାବିଲା କରିପାରି ନଥିଲା। ୧୦ ରନ କରି ଅଭିଷେକ ଶର୍ମା ଆଉଟ୍ ହେବା ପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ। କୌଣସି ଖେଳାଳି କ୍ରିଜରେ ଜମି ପାରି ନଥିଲେ। ତାସ ଘର ପରି ଭାରତର ବ୍ୟାଟିଂ ବିଭାଗ ଭୁଷୁଡ଼ି ପଡ଼ିଥିଲା । ୮.୨ ଓଭର ବାକି ଥାଇ ଭାରତ ଅଲ୍ ଆଉଟ୍ ହୋଇ ଯାଇଥିଲା। ବୈଭବ ସୂର୍ଯ୍ୟବଂଶୀ ୧୩, ଇଶାନ କିଷନ ୧୩ ଓ ଅକ୍ଷର ପଟେଲ ୧୦ ରନ କରିଥିଲେ। ଅନ୍ୟ କେହି ୨ ଅଙ୍କ ଛୁଇଁ ପାରିନଥିଲେ। ଇଂଲଣ୍ଡ ପକ୍ଷରୁ ଜୋସ ଟଙ୍ଗ୍ ୪ଟି ଓ ଜୋଫ୍ରା ଆର୍ଚର ୩ଟି ୱିକେଟ୍ ଅକ୍ତିଆର କରିଥିଲେ ।