ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଦ୍ୱିତୀୟ ମ୍ୟାଚ୍କୁ ସହଜରେ ଜିତିଲା ଭାରତ। ମଙ୍ଗଳବାର ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଏହି ମ୍ଯାଚ୍‌ଟି ଖେଳାଯାଇଥିଲା। ଟିମ୍ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୫୯ ରନ କରିଥିଲା। ଏହି ଟାର୍ଗେଟ୍କୁ ହାସଲ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ୧୪.୫ ଓଭରେ ୩ ୱିକେଟ ହରାଇ ୧୬୩ ରନ୍ କରି ମ୍ୟାଚ୍ ଜିତି ନେଇଛି। ଏହି ବିଜୟ ସହ ଭାରତ ସିିରିଜ୍‌ ବି କବ୍ଜା କରିଛି। ତିନି ମ୍ୟାଚ୍‌ ବିଶିଷ୍ଟ ଶେଷ ମ୍ୟାଚ୍‌ରେ ଆଫଗାନିସ୍ତାନ କ୍ଲିନ ସ୍ୱିପ୍ ନ କରି ସମ୍ମାନ ରଖିବାକୁ ଚେଷ୍ଟା କରିବ।

ତେବେ ଆଜିର ମ୍ୟାଚର ସବୁଠାରୁ ବଡ଼ କଥା ହେଲା ୱାର୍ଲ୍ଡକପ ବୟ ସଞ୍ଜୁ ସାମସନ ପର୍ମକୁ ଫେରିଛନ୍ତି। ଆଜି ତାଙ୍କ ବ୍ୟାଟରୁ ଅର୍ଦ୍ଧଶତକୀୟ ଇନିଂସ ଦେଖିବାକୁ ମିଳିଛି। ସେ ମାତ୍ର ୨୨ ବଲ୍ ଖେଳି ୫୭ ରନ୍ ଦମଦାର ଇନିଂସ ଖେଳିଥିଲେ। ସେହିପରି ଷ୍ଟାର ବ୍ୟାଟର ଅଭିଷେକ ଶର୍ମା ୧୯ ବଲ୍ରେ ୩୯ ରନ୍ ଓ ଇଶାନ କିଶନ ୩୮ ରନ୍ କରିଛନ୍ତି। ସଞ୍ଜୁ ସାମସନ୍ ମାତ୍ର ୨୦ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରି ଦଳର ବିଜୟ ପ୍ରାୟ ଏକପ୍ରକାର ନିଶ୍ଚିତ କରିଦେଇଥିଲେ। ସାମସନ୍ ଦ୍ରୁତ ଅର୍ଦ୍ଧଶତକ ହାସଲ କରିବା ପରେ ଆଫଗାନୀ ଅଧିନାୟକ ରସିଦ୍ ଖାନଙ୍କ ଏକ ବଲ୍‌ରେ ଚକ୍‌ମା ଖାଇ ନିଜର ୱିକେଟ୍ ହରାଇଥିଲେ। ଏହାପରେ ଶେଷ ବେଳକୁ ଇଶାନ୍ କିଶାନ୍ (୩୮) ଏବଂ ତିଲକ ବର୍ମା (୧୫) ଅପରାଜିତ ରହି ଦଳକୁ ୭ ୱିକେଟ୍‌ରେ ବିଜୟୀ କରାଇଛନ୍ତି।

Also Read- ଦିନିକିଆ କ୍ରିକେଟରେ ସବୁଠାରୁ ଲମ୍ବା କ୍ୟାରିୟର, ସଚିନଙ୍କ ରେକର୍ଡ ଭାଙ୍ଗିଲେ ବ୍ରେଣ୍ଡନ୍ ଟେଲର

ଏହା ପୂର୍ବରୁ ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଆଗରେ ଆଫଗାନିସ୍ତାନର ବ୍ୟାଟିଂ କ୍ରମ ଭୁଶୁଡ଼ି ପଡ଼ିଥିଲା। ଆଫଗାନିସ୍ତାନ ଦଳର ଅଧା ଖେଳାଳି ୧୦୦ ରନ୍ ଛୁଇଁବା ପୂର୍ବରୁ ଆଉଟ ହୋଇ ପାଭିଲିଅନ ଫେରିଯାଇଥିଲେ। ମ୍ୟାଚ୍ ଆରମ୍ଭରୁ ଭାରତୀୟ ବୋଲରମାନେ ବିପକ୍ଷ ଦଳ ଉପରେ ଚାପ ପକାଇବାରେ ସଫଳ ହୋଇଥିଲେ।

ଜସପ୍ରିତ ବୁମରାହ ତାଙ୍କର ପ୍ରଥମ ଓଭରରେ ମେଡେନ ଓଭର ପକାଇ ଆଫଗାନ ବ୍ୟାଟର ଉପରେ ପ୍ରବଳ ଚାପ ସୃଷ୍ଟି କରିଥିଲେ। ଏହି ପ୍ରେସରର ଫାଇଦା ଉଠାଇତିଲେ ପରବର୍ତ୍ତି ଓଭର କରିବାକୁ ଆସିଥିବା ଅର୍ଶଦୀପ ସିଂହ। ପ୍ରଥମ ଓଭର ମେଡେନ୍ ଯାଇଥିବାରୁ ଦ୍ରୁତ ଗତିରେ ରନ ବନାଇବା ଚକ୍କରରେ ରହମାନୁଲ୍ଲାହ ଗୁରବାଜ ହାୱାରେ ଏକ ସଟ୍ ଖେଳିଥିଲେ ଯାହାକୁ ସହଜରେ କ୍ୟାଚ୍ କରିଥିଲେ ରବି ବିଷ୍ନୋଇ।

ଏହାପରେ ଇବ୍ରାହିମ୍ ଜାଦ୍ରାନ୍ (୩୭ ରନ୍) ଏବଂ ସେଦିକୁଲ୍ଲାହ ଅଟଲ୍ (୧୨ ରନ୍) ସତର୍କତାର ସହିତ ଖେଳି ଇନିଂସକୁ ସ୍ଥିର କରିବା ପାଇଁ ଚେଷ୍ଟା କରିଥିଲେ। ଏହି ବ୍ୟାଟର ଦ୍ୱୟ ଦ୍ୱିତୀୟ ୱିକେଟ୍ ପାଇଁ ଦଳରେ ୫୧ ରନ୍ ଯୋଡ଼ିଥିଲେ। କିନ୍ତୁ ରବି ବିଷ୍ଣୋଇଙ୍କ ପରିବର୍ତ୍ତି ଓଭରେ ଏହି ଜୋଡ଼ି ଭାଙ୍ଗିଥିଲା। ବିଷ୍ନୋଇ ଅଟଲଙ୍କୁ ଆଉଟ୍ କରିଥିଲେ। ପରେ ଜାଦ୍ରାନ୍ ମଧ୍ୟ ଆଉଟ ହୋଇ ପାଭିଲିୟନ୍ ଫେରିଯାଇଥିଲେ।

ତୃତୀୟ ଝଟକା ଲାଗିବା ସହିତ ଆଫଗାନିସ୍ତାନର ଇନିଂସ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ନୀତିଶ କୁମାର ରେଡ୍ଡୀ ଗୁଲବଦିନ ନାଇବ (୧୦ ରନ୍)ଙ୍କୁ ଆଉଟ୍ କରିବା ପରେ ଅକ୍ଷର ପଟେଲ ଆଜମତୁଲ୍ଲା ଓମାରଜାଇ (୧୧ ରନ୍)ଙ୍କୁ ଆଉଟ୍ କରିଦେଇଥିଲେ। ଅର୍ଶଦୀପ ସିଂହ ଆକ୍ରମଣାତ୍ମକ ଖେଳୁଥିବା ଦାରୱିଶ ରସୁଲି (୨୬ ରନ୍)ଙ୍କୁ ଆଉଟ୍ କରି ଆଫଗାନିସ୍ତାନକୁ ଷଷ୍ଠ ଝଟକା ଦେଇଥିଲେ। ଭାରତୀୟ ବୋଲରଙ୍କ ଏହି ସୁଚିନ୍ତିତ ଆକ୍ରମଣ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ପଛକୁ ଠେଲି ଦେଇଥିଲା।

 

ଆଜିର ମ୍ୟାଚ୍‌ରେ ଭାରତୀୟ ଦଳ ତା’ର ପ୍ଲେଇଂ ୧୧ରେ ଗୋଟିଏ ପରିବର୍ତ୍ତନ କରିଛି। ଆଘାତ ଯୋଗୁ ବରୁଣ ଚକ୍ରବର୍ତ୍ତୀ ପୂରା ସିରିଜରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ରବି ବିଷ୍ଣୋଇଙ୍କୁ ସାମିଲ କରାଯାଇଛି।