କଟକ: ଆସ୍ଥା, ଭକ୍ତି ଓ ପବିତ୍ରତାର ସହ ବନାରସ ଉତ୍କଳ ସମାଜ ପକ୍ଷରୁ ଗଣେଶ ପୂଜା ପାଳିତ ହୋଇଯାଇଛି। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) ପରିସରରେ ଆୟୋଜିତ ଏହି ପୂଜାରେ ୨୦୦ରୁ ଅଧିକ ଓଡ଼ିଆ ଯୋଗଦେଇ ଗଣପତିଙ୍କ ଆଶୀର୍ବାଦ ଲାଭ କରିଥିଲେ।

ବନାରସ ଉତ୍କଳ ସମାଜର ସଭାପତି ଡକ୍ଟର ଗୋପବନ୍ଧୁ ମିଶ୍ର କହିଛନ୍ତି ଯେ, ଏଭଳି ଆୟୋଜନ ମାଧ୍ୟମରେ ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରାକୁ ଓଡ଼ିଶା ବାହାରେ ପରିଚିତ କରାଇବା ସମ୍ଭବ ହେଉଛି। ଏଥିସହ ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଓଡ଼ିଆମାନଙ୍କ ମଧ୍ୟରେ ଭାଇଚାରା ଓ ସାଂସ୍କୃତିକ ଏକତାକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ମଜବୁତ କରୁଛି।.

Also Read: ନୂଆଁଖାଇ ପର୍ବ ପାଇଁ ଦୁଲୁକୁଛି ପଶ୍ଚିମ ଓଡ଼ିଶା, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, ସାଂସଦ

ଓଡ଼ିଶାଠାରୁ ଦୂରରେ ରହିଲେ ମଧ୍ୟ ଓଡ଼ିଆ ପରମ୍ପରା ଓ ରୀତିନୀତି ଅନୁଯାୟୀ ପୂଜାପର୍ବ ପାଳନ କରିବାର ସୁଯୋଗ ଏଭଳି ସାମାଜିକ ସଂଗଠନ ଜରିଆରେ ମିଳୁଛି। ଗଣେଶ ପୂଜା ଅବସରରେ ଓଡ଼ିଆ ସମାଜର ସଦସ୍ୟମାନେ ଏକାଠି ହୋଇ ନିଜ ମାଟିର ପରମ୍ପରାକୁ ମନେ ପକାଇଥିଲେ। ଆହୁରି ମଧ୍ୟ ଏହି ଅବସରରେ ବିଏଚୟୁ ପରିସରରେ ସନ୍ଧ୍ୟାରେ ପ୍ରୀତିଭୋଜନର ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ସମାଜର ସଦସ୍ୟଙ୍କ ସମେତ ବହୁ ଓଡ଼ିଆ ଉତ୍ସାହର ସହ ସାମିଲ ହୋଇଥିଲେ।