ମୁମ୍ବାଇ: ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି) ମୁମ୍ବାଇ ବେଞ୍ଚ ଭିଡିଓକୋନ ଇଣ୍ଡଷ୍ଟ୍ରିଜ୍ର ପୂର୍ବତନ ପ୍ରମୋଟର ଓ ଡାଇରେକ୍ଟର ଭେଣୁଗୋପାଲ ନନ୍ଦଲାଲ ଧୂତଙ୍କୁ ଦେବାଳିଆ ଘୋଷଣା କରିଛନ୍ତି। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ)ରୁ ନେଇଥିବା ୧୨,୬୬୮କୋଟି ଟଙ୍କା ଲୋନ ଡିଫଲ୍ଟ ପାଇଁ ତାଙ୍କୁ ଦେବାଳିଆ ଘୋଷଣା କରାଯାଇଛି। ଟ୍ରିବ୍ୟୁନାଲର ମୁମ୍ବାଇ ବ୍ରାଞ୍ଚ ଦେଇଥିବା ଆଦେଶରେ ଧୂତଙ୍କ ସମ୍ପତ୍ତି ବ୍ୟାଙ୍କରପସୀ ଟ୍ରଷ୍ଟି ଆଶିଷ ନାରାୟଣଙ୍କୁ ହସ୍ତାନ୍ତର କରିବାକୁ ଓ କ୍ରେଡିଟର୍ସଙ୍କ ମଧ୍ୟରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କ୍ରେଡିଟର୍ସ ପୂର୍ବରୁ ଧୂତ ଦେଇଥିବା ୬୦୦ କୋଟି ଟଙ୍କାର ରିପେମେଣ୍ଟ ପ୍ଲାନକୁ ରିଜେକ୍ଟ କରିଦେଇଥିଲେ।

ଏହି ମାମଲାର ୨୦୧୦ ଓ ୨୦୧୨ ମସିହାରେ ଭିଡିଓକୋନ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଓ ଭିଡିଓକୋନ ଟେଲିକମ୍ୟୁନିକେସନ ଲିମିଟେଡକୁ ଦିଆଯାଇଥିବା ଋଣ ଲାଗି ଭେଣୁଗୋପାଲ ଧୂତ ଦେଇଥିବା ପର୍ସନାଲ ଗ୍ୟାରେଣ୍ଟି ସହିତ ଜଡିତ। କମ୍ପାନୀ ଏସବିଆଇ ଓ ତାଙ୍କ ସହଯୋଗୀ ବ୍ୟାଙ୍କମାନଙ୍କଠାରୁ ଟର୍ମ ଲୋନ ଓ ବ୍ୟାଙ୍କିଙ୍ଗ କ୍ୟାପିଟାଲ ସୁବିଧା ନେଇଥିଲା ଯାହାର ଏପ୍ରିଲ ୨୦୧୭ରେ ବିଲୟ ହୋଇଯାଇଥିଲା। ଏଥିରେ ଧୂତ ସମସ୍ତ ରାଶି ଓ ଋଣର ବକେୟା ପୈଠ ଓ ଡିସଚାର୍ଜ ଲାଗି ବିନା ସର୍ତ୍ତରେ ଗ୍ୟାରେଣ୍ଟି ଦେଇଥିଲେ। ତେବେ ଭିଡିଓକୋନ ଇଣ୍ଡଷ୍ଟ୍ରି ଋଣ ସୁଝି ନଥିଲା ଓ ଜୁନ ୨୦୧୮ରେ ତାକୁ କର୍ପୋରେଟ ଇନସଲଭେନ୍ସୀ ରିଜଲ୍ୟୁସନ ପ୍ରୋସେସ(ସିଆଇଆରପି) ରେ ପକାଇ ଦିଆଯାଇଥିଲା।

ଅଗଷ୍ଟ ୨୦୧୯ରେ ଏନସିଏଲଟିଙ୍କ ଆଦେଶରେ ସେହି ପ୍ରୋସେସକୁ ଭିଡିଓକୋନ ଗ୍ରୁପ ୧୨ ଅନ୍ୟ କମ୍ପାନୀମାନଙ୍କ ସହିତ ମିଶାଇ ଦିଆଯାଇଥିଲା। କମ୍ପାନୀମାନେ ଇନସଲଭେନ୍ସୀକୁ ଯିବା ପୂର୍ବରୁ ଏସବିଆଇ ଫେବୃଆରୀ ୨୦୧୮ରେ ଭେଣୁଗୋପାଲ ଧୂତଙ୍କୁ ଋଣ ସୁଝିବା ଲାଗି ଡିମାଣ୍ଡ ନୋଟିସ୍ ଜାରି କରିଥିଲା। ପରେ ଏସବିଆଇ ଏପ୍ରିଲ ୨୦୨୬ରେ ଧୂତଙ୍କ ବିରୋଧରେ ଏକ ପୃଥକ ପର୍ସନାଲ ଇନସଲଭାନ୍ସୀ ରରିଜଲ୍ୟୁସନ ପ୍ରୋସେସ ଆରମ୍ଭ କରିଥିଲା। କାରଣ ଧୂତ ତାଙ୍କ ବକେୟା ରାଶିର ରିପେମେଣ୍ଟ ପାଇଁ କୌଣସି ଯୋଜନା ଉପସ୍ଥାପନ କରିନଥିଲେ। ୨ ମାସ ପରେ ପର୍ସନାଲ ଗ୍ୟାରେଣ୍ଟର ସିଲିଗୁଡିରେ ଏକ ପ୍ରସ୍ତାବିତ ଡେଭଲପମେଣ୍ଟ ଲାଗି ଏକ ବିସ୍ତୃତ ପ୍ରୋଜେକ୍ଟ ରିପୋର୍ଟ ସହିତ କମ୍ବାଇନଡ ରିପେମେଣ୍ଟ ପ୍ଲାନ ଉପସ୍ଥାପନ କରିଥିଲେ। ଏଥିରେ ସେ ୩୬ ମାସରେ ୬୦୦ କୋଟି ଟଙ୍କା ସୁଝିବେ ବୋଲି ପ୍ରସ୍ତାବ ଦେଇଥିଲେ। ଏହାକୁ ପିଟିସନରେ ସ୍ୱୀକାର କରାଯାଇଥିବା ବକେୟାର କେବଳ ୦.୪୨% ବୋଲି କୁହାଯାଇଛି।

ଏହି ମାମଲାରେ ରିଜଲ୍ୟୁସନ ପ୍ରଫେସନାଲ କହିଛନ୍ତି ଯେ ପ୍ରସ୍ତାବିତ ପରିଶୋଧ ପ୍ରଣାଳୀ ଭବିଷ୍ୟତର ବିକାଶ, ଅନୁମୋଦନ ଓ ନଗଦ ପ୍ରବାହ ଉପରେ ଅତ୍ୟନ୍ତ ନିର୍ଭରଶୀଳ ଓ ଏହାର ଯାଞ୍ଚ କରାଯାଇ ପାରିବନି। ପରିଶୋଧର ଏହି ଅନିଶ୍ଚିତତା ଯୋଗୁ ଋଣଦାତାମାନେ ପର୍ସନାଲ ଇନସଲଭେନ୍ସୀକୁ ରୋକିବା ଓ ଧୂତଙ୍କ ବିରୋଧରେ ବ୍ୟାଙ୍କରପସି ପ୍ରୋସେସ ଆରମ୍ଭ କରିବାକୁ ସହମତ ହୋଇଯାଇଛନ୍ତି। ଟ୍ରିବ୍ୟୁନାଲ ଭେଣୁଗୋପାଲ ଧୂତଙ୍କୁ ବ୍ୟାଙ୍କରପସୀ ଟ୍ରଷ୍ଟିଙ୍କ ନିକଟରେ ତାଙ୍କ ଆର୍ଥିକ ସ୍ଥିତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବ୍ୟାଙ୍କରପସୀ ଟ୍ରଷ୍ଟି ଋଣଦାତାଙ୍କଠାରୁ ଦାବି ଆମନ୍ତ୍ରଣ କରି ଏକ ସାର୍ବଜନିକ ନୋଟିସ୍ ଜାରି କରିବେ ଓ ବ୍ୟାଙ୍କରପସୀ କୋଡ ଅନୁଯାୟୀ ଦେବାଳିଆ ସମ୍ପତ୍ତି ପରିଚାଳନା ଓ ବଣ୍ଟନ କରିବେ।