ନୂଆଦିଲ୍ଲୀ: ଭାରତର ଶକ୍ତି ଦେଖି ଆମେରିକା ଛାନିଆ। ନୂଆଦିଲ୍ଲୀର ଅସ୍ତ୍ର ଭଣ୍ଡାର ଉପରେ ଓ୍ୱାଶିଟନର ଆଖି। ଭାରତ ପାଖରେ କେତେ ପରଣାଣୁ ଅସ୍ତ୍ର ଅଛି ଏବେଠୁ ଗଣିବା ଆରମ୍ଭ କଲେଣି ଆମେରିକୀୟ ସଂସ୍ଥା । ଆମେରିକୀୟ ଥିଙ୍କ୍ ଟ୍ୟାଙ୍କ ଫେଡେରେସନ ଅଫ୍ ଆମେରିକାନ୍ ସାଇଣ୍ଟିଷ୍ଟ (ଏଫ୍ଏଏସ୍) ରିପୋର୍ଟରେ ଦାବି ଭାରତର ପରମାଣୁ ଅସ୍ତ୍ର ସଂଖ୍ୟା ଉଲ୍ଲେଖ କରିଛି।

ରିପୋର୍ଟ ଅନୁସାରେ, ଭାରତ ପାଖରେ ରହିଛି ୧୯୦ ପରମାଣୁ ବୋମା। କିନ୍ତୁ ଭାରତ ପରମାଣୁ ଆକ୍ରମଣ କ୍ଷମତା ବୃଦ୍ଧି କରିଚାଲିଛି। ଏବେ ଭାରତ ପାଖରେ ୯ଟି ପରମାଣୁ-କ୍ଷମତା ବ୍ୟବସ୍ଥା ପରିଚାଳନା କରୁଛି। ଏଥିରେ ଦୁଇଟି ବିମାନ-ଆଧାରିତ ସିଷ୍ଟମ, ୬ଟି ଭୂ-ଆଧାରିତ ବାଲିଷ୍ଟିକ୍ ମିସାଇଲ ଏବଂ ଗୋଟିଏ ଜଳ ଆଧାରିତ ବାଲାଷ୍ଟିକ ମିଶାଇଲ ରହିଛି।

ଏଥିସହ ଆଉ ଦୁଇଟି ସିଷ୍ଟମର ବିକାଶ କାର୍ଯ୍ୟ ଜାରି ରହିଛି। ଆଗାମୀ କିଛି ବର୍ଷ ମଧ୍ୟରେ ସେଗୁଡ଼ିକ ସେନାରେ ସାମିଲ ହୋଇଯିବ ବୋଲି ଆଶା କରାଯାଉଛି। ଭାରତ ସମୁଦ୍ରରୁ ପରମାଣୁ ଆକ୍ରମଣ କରିବାର କ୍ଷମତାକୁ ଲଗାତର ମଜଭୁତ କରୁଛି I ପରମାଣୁ ଶକ୍ତି ଦ୍ବାରା ପରିଚାଳିତ ବାଲିଷ୍ଟିକକୁ ମିସାଇଲ ବୁଡ଼ତାହାନ ଚେଡ଼ା ଜରିଆରେ ଭାରତ ସମୁଦ୍ରରେ ନିଜର 'ନ୍ୟୁକ୍ଲିୟର କବଚ ବନାଉଛି।

ଭାରତ ପାଖରେ ଥିବା ୧୯ ପରମାଣୁ ଅସ୍ତ୍ର ମଧ୍ୟରୁ ୧୬୦ରୁ ଅଧୁକ ଏବେର ମିଶାଇଲଗୁଡ଼ିକ ପାଇଁ। ଅବଶିଷ୍ଟ ପରମାଣୁ ଅସ୍ତ୍ର ନୂଆ ମିସାଇଲ ପାଇଁ ପ୍ରସ୍ତୁତ କରାଯାଇଛି। ଏଫଏସ୍ ଅନୁମାନ କରିଛି ଯେ, ଆଗାମୀ ସମୟରେ ଭାରତର ପରମାଣୁ ଅସ୍ତ୍ର ସଂଖ୍ୟା ବଢ଼ିପାରେ। ଗତ କିଛି ବର୍ଷରେ ଅନେକ ନୂଆ ପରମାଣୁ ସମ୍ପନ୍ନ ଅସ୍ତ୍ର ସେନାରେ ସମିଲ କରାଯାଇଛି। ସେହିପରି କିଛି ନୂଆ ଅସ୍ତ୍ର ବ୍ୟବସ୍ଥା ବି ପ୍ରସ୍ତୁତ କରାଯାଉଛି।

ରିପୋର୍ଟ ଅନୁସାରେ, ୨୦୨୬ ଆରମ୍ଭରେ ଭାରତ ପାଖରେ ଅସ୍ତ୍ର ବନାଇବା ଲାଗି ପ୍ରାୟ ୭୩୦ କେଜି ପ୍ଲୁଟୋନିୟମ ରହିଛି। ଏତେ ମାତ୍ରରେ ପ୍ଲୁଟୋନିୟମର ବ୍ୟବହାରରେ ୨୨୫ ପର୍ଯ୍ୟନ୍ତ ଓ୍ୱାରହେଡ୍ ବନାଯାଇପାରିବ। ତେବେ ଏହା ଏକ ଅନୁମାନ ବୋଲି ରିପୋର୍ଟରେ ସ୍ପଷ୍ଟ କରାଯାଇଛି।

ବାସ୍ତବିକ ସଂଖ୍ୟା ୱାରହେଡ୍ର ଡିଜାଇନ୍ ଏବଂ ରିଜର୍ଭରେ ରଖିଯାଇଥିବା ସାମଗ୍ରୀ ଉପରେ ନିର୍ଭର କରିଥାଏ। ଏଫ୍ଏଏସ୍ ରିପୋର୍ଟରେ ଅଗ୍ନି-ଭି ବାଲିଷ୍ଟିନ୍ ମିସାଇଲକୁ ଆହୁରି ଉନ୍ନତ କରାଯିବା କଥା ମଧ୍ୟ କୁହାଯାଇଛି। ଏହି ମିସାଇଲରେ ଏମ୍ଆଇଆର୍ରି ଟେକ୍ନିକର ପରୀକ୍ଷଣ କରଯାଇଛି। ଅର୍ଥାତ ଗୋଟିଏ ମିସାଇଲରେ ଅନେକ ଓ୍ୱାରହେଡ୍ ନେଇ ଯିବାର କ୍ଷମତା ବିକଶିତ କରାଯିବ ଏବଂ ତାହାକୁ ପୃଥକ ପୃଥନ ଲକ୍ଷ୍ୟ ଆଡ଼କୁ ପଠଯାଇପାରିବ। ୨୦୨୪ ପରେ ୨୦୨୬ରେ ମଧ୍ୟ ଅନେକ ପେଲୋଡ୍ ସହ ଅଗ୍ନି-ଭି'ର ପରୀକ୍ଷଣ ହୋଇଥିଲା। ଏଏଏସ୍ ଅନୁମାନ କରିଛି ଯେ, ଅଗ୍ନି-ଭି ସମ୍ଭବତଃ ୩ଟି ଓ୍ୱାରହେଡ୍ ନେଇଯାଇପାରିବ। ତେବେ ଏହା ହେଲେ ମିସାଇଲର ରେଣ୍ଟ୍ ପ୍ରଭାବିତ ହୋଇପାରେ।

also read-ମସ୍କୋରୁ ଆସିଲେ ବନ୍ଧୁ... ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ ପୁଟିନ, ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ

ଗତ ଏପ୍ରିଲରେ ଭାରତର ୫୦୦ ମେଗାଓ୍ବାଟ୍ ପ୍ରୋଟୋଟାଇପ୍ ଫାଷ୍ଟ ବ୍ରିଡର ରିଆକ୍ଟର ପ୍ରଥମ କରି କ୍ରିଟିକାଲିଟି ହାସଲ କରିଛି । ଏଏଏସ୍ ଅନୁମାନ ଅନୁସାରେ, ଏହି ରିଆକ୍ଟର ୮୦% କ୍ଷମତାରେ ଚାଲିଲେ ବାର୍ଷିକ ପ୍ରାୟ ୧୪୦ କିଲୋ ପ୍ଲୁଟୋନିୟମ-୨୩୯ ସୃଷ୍ଟି କରିପାରେ । ଏଥୁରୁ ପ୍ରାୟ ୩୫ ଓ୍ୱାରହେଡ୍ ବଢିପାରିବ। ଆଗକୁ ଏପରି ଅନେକ ଫାଷ୍ଟ ବ୍ରିଡର ରିଆକ୍ଟର ପ୍ରତିଷ୍ଠା କରାଯିବାର ଯୋଜନା ରହିଛି। ଭାରତ ଭୂମି, ବାୟୁ ଏବଂ ସମୁଦ୍ର ୩ଟି ମାଧ୍ୟମରେ ପରମାଣୁ ଅସ୍ତ୍ର ବ୍ୟବହାର କରିବା ଲାଗି କ୍ଷମତା ଚିକଶିତ କରୁଛି । ପାକିସ୍ତାନକୁ ଧାନରେ ରଖ୍ ଭାରତ ନିଜ ପରମାଣୁ ନୀତି ବନାଉଛି। କିନ୍ତୁ ଭାରତ ଦୂରଗାମୀ ମିସାଇଲ ଏବଂ ସମୁଦ୍ରରୁ ପରମାଣୁ ଆକ୍ରମଣ କ୍ଷମତା ବୃଦ୍ଧି କରିବା ଦର୍ଶାଉଛି ଯେ, ଏହା ଚାନ୍କୁ ଲକ୍ଷ୍ୟ ରଖି କରାଯାଉଛି।