କାଠମାଣ୍ଡୁ ୧୯/୦୮ : ଭାରତର ସେନାମୁଖ୍ୟ ଜେନେରାଲ ଧୀରଜ ସେଠ ମଙ୍ଗଳବାର ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କୁ ସାକ୍ଷାତ କରିଛନ୍ତି । ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କକୁ ମଜବୁତ କରିବା ନେଇ ଆଲୋଚନା ହୋଇଛି । ଏହି ସାକ୍ଷାତକାର ସିଂହଦରବାର ସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଛି । ଆଲୋଚନା ବେଳେ ଭାରତୀୟ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ମଧ୍ୟ ଉପସ୍ଥିତ ଥିଲେ । ଏହି ଆଲୋଚନା ସେହି ସମୟରେ ହୋଇଛି ଯେତେବେଳେ ଉଭୟ ପଡୋଶୀଙ୍କ ମଧ୍ୟରେ ସମ୍ପର୍କରେ ସାମାନ୍ୟ ତିକ୍ତତା ଆସିଛି ।

ନେପାଳରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଜେନେରାଲ ସେଠ୍ ପ୍ରଧାନମନ୍ତ୍ରୀ ଶାହଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ଦେଶ ମଧ୍ୟରେ ମଜବୁତ ସମ୍ପର୍କ ପାଇଁ କଥାବାର୍ତ୍ତା ହୋଇଛି । ପରସ୍ପରର ହିତକୁ ପ୍ରାଥମିକତା ଦିଆଯାଇଛି । ସମ୍ପର୍କକୁ ମଜବୁତ କରିବା ଦିଗରେ ମଧ୍ୟ ଆଲୋଚନା ହୋଇଛି ।

Also Read :- ବିବାହ ପରେ ରେଜିଷ୍ଟ୍ରି ଅଫିସରୁ ପ୍ରେମିକ ଫେରାର ! ୮ ବର୍ଷର ପ୍ରେମ ପାଇଁ ଥାନାରେ ପ୍ରେମିକା

ଚଳିତ ମାସର ଆରମ୍ଭରେ ପ୍ରଧାନମନ୍ତ୍ରୀ ବାଲେନ ଶାହ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ । ଭାରତ ସହ ପୁରୁଣା ସମ୍ପର୍କକୁ ଗଭୀର କରିବାର ଫାଇଦା ବାବଦରେ ସେ ବାଲେନ୍ ଶାହଙ୍କୁ କହିଥିଲେ । ଏହାପରେ ଭାରତୀୟ ରାଷ୍ଟ୍ରଦୂତ ନେପାଳ ରାଷ୍ଟ୍ରଦୂତ ଏବଂ ଅନ୍ୟ ଅଧିକାରୀଙ୍କୁ ଭେଟିଥିଲେ ।

ସୂଚନାଯୋଗ୍ୟ, ଜେନେରାଲ ଧୀରଜ ସେଠ୍ ଅଗଷ୍ଟ ୧୭ରୁ ୧୯ ତାରିଖ ଯାଏଁ ନେପାଳ ଗସ୍ତରେ ରହିଥିଲେ । ତାଙ୍କୁ ନେପାଳ ସେନା ଅଧିକାରୀ ଜେନେରାଲ ଅଶୋକ ରାଜ ନିମନ୍ତ୍ରଣ କରିଥିଲେ । ସୋମବାର ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୋଡେଲ୍ ଭାରତୀୟ ସେନାଧ୍ୟକ୍ଷଙ୍କୁ ଏକ ସମାରୋହରେ ଧନ୍ୟବାଦ ଜଣାଇଥିଲେ ।

ଏହାପରେ ଜେନେରାଲ ଧୀରଜ ସେଠ୍ ନେପାଳ ସେନା ମୁଖ୍ୟାଳୟରେ ଜେନେରାଲ ସିମଦେଲଙ୍କୁ ମଧ୍ୟ ସାକ୍ଷାତ କରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସାଧାରଣଭାବେ ନେପାଳ ସଦାବେଳେ ଭାରତ ସହ ଉତ୍ତମ ସମ୍ପର୍କ ପ୍ରତିଷ୍ଠା କରି ଆସିଛି । ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ଖୁବ୍ ଗଭୀର ଅଟେ । ଏହାସହ ନେପାଳ ରଣନୈତିକ ଦୃଷ୍ଟିକୋଣରୁ ଭାରତ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ ।