ବିଶାଖାପଟନମ: କୁଲଦୀପ ଓ ପ୍ରସିଦ୍ଧ କୃଷ୍ଣାଙ୍କ ଶାଣିତ ପରେ ବ୍ୟାଟିଂରେ ଯଶସ୍ଵୀ ଜୟସ୍ଵାଲଙ୍କ ସହ ରୋହିତ ଓ ବିରାଟଙ୍କ କମାଲ। ନିର୍ଣ୍ଣାୟକ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ଵିକେଟରେ ହରାଇଛି ଭାରତ। ଏଥିସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିଛି କେଏଲ ରାହୁଲଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଡିକକଙ୍କ ୧୦୬ ରନ ଓ ତେମ୍ବା ବାଭୁମାଙ୍କ ୪୮ ରନ ବଳରେ ୨୭୦ ରନ କରିଥିଲା। ଜବାବରେ ଜୟସ୍ଵାଲଙ୍କ ଅପରାଜିତ ୧୧୬ ରନ, ରୋହିତ ଶର୍ମାଙ୍କ ୭୫ ଓ କୋହଲିଙ୍କ ଅପରାଜିତ ୬୫ ରନ ବଳରେ ୬୧ ବଲ୍ କି ଥାଇ ସହଜରେ ମ୍ୟାଚକୁ ଜିତି ନେଇଛି ଭାରତ। ଦିନିକିଆ ସିରିଜ୍ ସଂପନ୍ନ ସହ ଡିସେମ୍ବର ୯ରୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ।

୨୭୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ଦୁଇ ଓପନର ରୋହିତ ଶର୍ମା ଓ ଯଶସ୍ଵୀ ଜୟସ୍ଵାଲ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ଚମତ୍କାର ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ କୌଣସି ସୁଯୋଗ ଦେଇ ନଥିଲେ। ଏହି କ୍ରମରେ ରୋହିତ ଓ ଜୟସ୍ଵାଲ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ଓପନର ୨୬ ଓଭରରେ ୧୫୫ ରନ ଯୋଡ଼ି ଭାରତର ବିଜୟକୁ ସହଜ କରିଥିଲେ। ରୋହିତ ଶର୍ମା ଆଉ ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସେ ୭୩ ବଲରୁ ୭ ଚୌକା ଓ ୩ ଛକା ସହ ୭୫ ରନ କରିଥିଲେ।

​​​​​​​

ଏହା ପରେ ଜୟସ୍ଵାଲ ଓ କୋହଲି ମୋର୍ଚ୍ଚା ସମ୍ଭାଳିଥିଲେ। ଦୁଇ ବ୍ୟାଟର ଦ୍ରୁତ ବ୍ୟାଟିଂ କରି ମ୍ୟାଚ୍‌କୁ ସଂପୂର୍ଣ୍ଣ ଏକତରଫା କରିଥିଲେ। ଜୟସ୍ଵାଲ ଦିନିକିଆ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିଥିଲେ। କୋହଲି ସିରିଜରେ ନିଜର ଚମତ୍କାର ଫର୍ମ ବଜାୟ ରଖି ଅର୍ଦ୍ଧଶତକ ହାସଲ କରିଥିଲେ। ଜୟସ୍ଵାଲ ୧୨୧ ବଲରୁ ୧୨ ଚୌକା ଓ ୨ ଛକା ସହ ଅପରାଜିତ ୧୧୬ ରନ ଇନିଂସ ଖେଳିଥିଲେ। କୋହଲି ୪୫ ବଲରୁ ୬ ଚୌକା ଓ ୩ ଛକା ଜରିଆରେ ୬୫ ରନ କରିଥିଲେ। ଦୁଇ ବ୍ୟାଟର ଅବିଭାଜିତ ୟ ଓ୍ଵିକେଟରେ ୧୧୬ ରନ ଯୋଡ଼ି ଦଳକୁ ୬୧ ବଲ ବାକି ଥାଇ  ଓ୍ଵିକେଟରେ ଜିତାଇଛନ୍ତି।

ଦ. ଆଫ୍ରିକା ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ନିରାଶଜନକ ଥିଲା। ପ୍ରଥମ ଓଭରରେ ରିୟାନ ରିକଲଟନ(୦) ଅର୍ଶଦୀପ ସିଂଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ କ୍ଵିଣ୍ଟନ ଡିକକ୍ ଓ ଅଧିନାୟକ ତେମ୍ବା ବାଭୁମା ମୋର୍ଚ୍ଚା ସମ୍ଭାଳିଥିଲେ। ଉଭୟ ଧୈର୍ଯ୍ୟର ସହ ବ୍ୟାଟିଂ କରି ରନ ଗତି ଆଗକୁ ବଢାଇଥିଲେ। ଗୋଟିଏ ପଟେ ଡିକକ ଦ୍ରୁତ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ୨ୟ ଓ୍ଵିକେଟ୍ ଭାଗିଦାରୀରେ ୧୧୩ ରନ ଯୋଡ଼ିଥିଲେ। ତେମ୍ବା ବାଭୁମା ୪୮ ରନ କରି ଜାଡ଼େଜାଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ଡିକକ ଓ ମାଥ୍ୟୁ ବ୍ରିଟଜକେ ୩ୟ ଓ୍ଵିକେଟ୍‌ ପାଇଁ ୫୪ ରନ ଯୋଡ଼ିଥିଲେ।

୨ ଓ୍ଵିକେଟ୍ ହରାଇ ୧୬୮ ରନ କରି ମଜବୁତ ସ୍ଥିତିରେ ଥିବା ଦକ୍ଷିଣ ଆଫ୍ରିକା କୁଲଦୀପ ଯାଦବଙ୍କ ବୋଲିଂର ମୁକାବିଲା କରି ପାରି ନ ଥିଲା। ଡିକକ ୧୦୫ ରନର ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିଲେ। ଏଥିରେ ୮ ଚୌକା ଓ ୬ ଛକା ସାମିଲ୍। ମାଥ୍ୟୁ ବ୍ରିଟଜକେ ୨୪ ରନ କରି ଆଉଟ୍ ହୋଇଥିଲେ। କୁଲଦୀପ ଓ ପ୍ରସିଦ୍ଧ କୃଷ୍ଣା ଭ୍ରମଣକାରୀ ଦଳର ମଧ୍ୟକ୍ରମର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ୪୭.୫ ଓଭରରେ ୨୭୦ ରନରେ ଅଲଆଉଟ୍ ହୋଇଛି। ଶେଷ ଆଡ଼କୁ କେଶବ ମହାରାଜା ୨୦ ରନ କରି ଅପରାଜିତ ଥିଲେ। ବୋଲିଂରେ କୁଲଦୀପ ଯାଦବ ୪୧ ରନ ଦେଇ ୪ଟି ଓ୍ଵିକେଟ୍ ଓ ପ୍ରସିଦ୍ଧ କୃଷ୍ଣା ୬୬ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି। ବୋଲିଂରେ କୁଲଦୀପ ଯାଦବ ୪ଟି ଓ ପ୍ରସିଦ୍ଧ କୃଷ୍ଣା ୪ଟି ଓ୍ଵିକେଟ୍ ନେଇଛନ୍ତି।