ନୁଆଦିଲ୍ଲୀ,୦୧|୦୭:ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର । ଏବେ ବେଶି ଟଙ୍କା ଖର୍ଚ୍ଚ କରିବାକୁ ପଡିବନି । ଶସ୍ତା ହୋଇଯିବ ଆକାଶରେ ଉଡାଣ । ପକେଟକୁ ବି ବାଧିବନି । କାରଣ ସରକାର ବିମାନ ଫୁଏଲ ବା ଇନ୍ଧନର ଦାମ୍ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ରିପୋର୍ଟ ଅନୁସାରେ, ମହଙ୍ଗା ଆଭିଏସନ ଫୁଏଲ ଉପରେ ସରକାର ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଏୟାର ଲାଇନ୍ସମାନଙ୍କର ଉଡାଣ ଖର୍ଚ୍ଚରେ ହ୍ରାସ କରିବାକୁ ଯାଇ ସରକାର ଲିଟର ପିଛା ଇନ୍ଧନ ଦାମ୍ ୫ ଟଙ୍କା ହ୍ରାସ କରିଛନ୍ତି । ଅର୍ଥାତ ଜେଟ୍ ଫୁଏଲ୍ ବା ଏୟାର ଟରବାଇନ୍ ଫୁଏଲ୍ ଦାମ୍ କମିଛି ।

Also Read :- ଫେରିବେ ସୂର୍ଯ୍ୟକୁମାର ଯାଦବ ! ପୁଣି ଥରେ ହେବେ କି କ୍ୟାପ୍ଟେନ୍ ? ଆୟାରଲ୍ୟାଣ୍ଡଠୁ ହାରିଲା ପରେ ବୁଦ୍ଧି ଶିଖିବ BCCI

ବିଭିନ୍ନ ତେଲ କମ୍ପାନୀ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଦ୍ଧିତ ତୈଳ ରେଟ୍ କମିବା ପରେ ଏଟିଏଫ୍ ଦାମ୍ କମାଇବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ଦିଲ୍ଲୀରେ ଏଟିଏଫର ନୂଆ ରେଟ୍ ଲିଟର ପିଛା ୧୧୦ ଟଙ୍କା ହୋଇଯାଇଛି । ଏହାପୂର୍ବରୁ ସରକାର ଇନ୍ଧନ ଉପରୁ ଏକସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଲିଟର ପିଛା ୧୨ ଟଙ୍କା ୫୦ ପଇସାରୁ ହ୍ରାସ କରାଯାଇ ଏବେ କର ୭.୫୦ ଟଙ୍କା କରାଯାଇଛି ।

ସୂଚନାଯୋଗ୍ୟ, ଅଶୋଦ୍ଧିତ ତୈଳ ଦର ଗତ ୪ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଁଚିଛି । ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ୍ ଅଏଲ୍ ଦାମ୍ ବ୍ୟାରେଲ ପିଛା ୭୫ ଟଙ୍କା ୫୫ ପଇସା ରହିଛି । ଯୁଦ୍ଧ ସମୟରେ ଏହା ୩୭ ପ୍ରତିଶତ ବୃଦ୍ଧି ପାଇ ୧୦୦ ଡଲାର ଅତିକ୍ରମ କରିଥିଲା । ଏପରିକି ବ୍ୟାରେଲ୍ ପିଛା ୧୨୦ ଡଲାର ପହଁଚି ଯାଇଥିଲା । ଏବେ ହର୍ମୋଜରେ ଶାନ୍ତି ଫେରିବା ପରେ ଅଶୋଦ୍ଧିତ ତୈଳ ଦର କମିଛି । ଯାହା ପ୍ରଭାବରେ ପେଟ୍ରୋଲ, ଡିଜେଲ, ଏଲପିଜି ଦାମ୍ ମଧ୍ୟ ଖସିଛି ।